ଆନ୍ଧ୍ରପ୍ରଦେଶ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ : ଡାକ୍ତର ଓ ତାଙ୍କର ୨ ସନ୍ତାନ ମୃତ

ଆନ୍ଧ୍ରପ୍ରଦେଶ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ

ତିରୁପତି: ଆଜି ପ୍ରତ୍ୟୁଷରେ ତାମିଲନାଡୁର ତିରୁପତି ଜିଲ୍ଲାର ରେନିଗୁଣ୍ଟା ଥାନା ଅଧୀନରେ ଥିବା ଗୋଟାଏ ଡାକ୍ତରଖାନାରେ ନିଆଁ ଲାଗିଯିବାରୁ ଜଣେ ଡାକ୍ତର ଓ ତାଙ୍କର ଦୁଇ ସନ୍ତାନ ପ୍ରାଣ ହରାଇଛନ୍ତି ବୋଲି ପୁଲିସ କହିଛି। ପ୍ରାଥମିକ ତଦନ୍ତକୁ ଆଧାର କରି ଦମକଳ କର୍ମଚାରୀମାନେ କହିଛନ୍ତି ଯେ, ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ପରି ମନେହେଉଛି। କାର୍ତ୍ତିକେୟ ହସ୍ପିଟାଲ୍‌ ପ୍ରଥମ ଓ ଦ୍ବିତୀୟ ତାଲାରେ ଡାକ୍ତର ରବିଶଙ୍କର ରେଡ୍ଡୀଙ୍କ ପରିବାର ଶୋଇଥିବା ବେଳେ ରାତି ୩ଟାରୁ ୪ଟା ମଧ୍ୟରେ ନିଆଁ ଲାଗିଥିଲା।
ଡାକ୍ତର ରେଡ୍ଡୀ କୋଠା ଭିତରେ ଥିବା ପାହଚ ବାଟେ ତଳକୁ ଆସୁଥିବା ବେଳେ ‌ଧୂଆଁ ଯୋଗୁଁ ବାଟବଣା ହୋଇ ପଡ଼ିଯାଇ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା କଥା ଦମକଳ କର୍ମଚାରୀମାନଙ୍କର ସନ୍ଦେହ ହେଉଛି। ଦମକଳ ବାହିନୀ କର୍ମଚାରୀମାନେ କବାଟ ଭାଙ୍ଗି ପିଲା ଦୁଇଟାଙ୍କୁ ଶିଡ଼ିଦ୍ବାରା ତଳକୁ ଆଣି ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ, ପ୍ରଶ୍ବାସରେ ମାତ୍ରାଧିକ ବିଷାକ୍ତ କାର୍ବନ୍‌ ମନୋକ୍ସାଇଡ୍‌ ଗ୍ୟାସ୍‌ ନେଇ ଥିବାରୁ ସେମାନଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ପ୍ରାଣ ହରାଇଥିବା ପିଲା ଦୁଇଟି ହେଉଛନ୍ତି ଡାକ୍ତରଙ୍କର ୯ ବର୍ଷୀୟ ଝିଅ ଓ ୧୪ ବର୍ଷିୟ ପୁଅ। ଦମକଳ ବାହିନୀର ଜଣେ କର୍ମଚାରୀ କହିଛନ୍ତି, ଘରେ ବହୁ ଆସବାବ୍‌ପତ୍ର ଓ ଘରକରଣା ଉପକରଣ ଥିବା ବେଳେ ଧୂଆଁ ବାହାରି ଯିବାକୁ ଯଥେଷ୍ଟ କବାଟ କି, ଝରକା ନ ଥିଲା। ତେଣୁ, ଘର ଗ୍ୟାସ୍‌ ଚେମ୍ବର୍‌ ପାଲଟି ଯାଇଥିଲା। ୫ ବର୍ଷ ତଳେ ନିର୍ମିତ ଉକ୍ତ ୩ ମହଲା ବିଶିଷ୍ଟ ଅଟ୍ଟାଳିକାର ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ‘କ୍ଲିନିକ୍‌ ଓ ହସ୍ପିଟାଲ୍‌’ ଚାଲିଥିବା ବେଳେ ଉପର ୨ ତାଲାରେ ଦୁଇଟି ଡ୍ୟୁପ୍ଲେକ୍ସ୍‌ ଘର ଥିଲା। କିନ୍ତୁ, ରବିଶଙ୍କରଙ୍କ ପତ୍ନୀ ଡାକ୍ତର ଅନନ୍ତଲକ୍ଷ୍ମୀ ଏବଂ ମାଆ ରାମଶୁଭାମ୍ମା ବଞ୍ଚିଯାଇଛନ୍ତି।

Share Now:

Kalinga News Beuro

Next Post

ଜାତିସଂଘ ନିରାପତ୍ତା ପରିଷଦ୍‌ ସ୍ଥାୟୀ ଆସନ ପାଇଁ ଭାରତକୁ ସମର୍ଥନ କଲା ରୁଷ୍‌

Sun Sep 25 , 2022
ନ୍ୟୁୟର୍କ: ଜାତିସଂଘ ନିରାପତ୍ତା ପରିଷଦ୍‌ରେ ସ୍ଥାୟୀ ଆସନ ନିମନ୍ତେ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୭ତମ ଅଧିବେଶନରେ ଭାରତକୁ ସମର୍ଥନ ଜଣାଇଛନ୍ତି। ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଉଦ୍‌ବୋଧନ ଦେଇ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଛନ୍ତି ଯେ, ରୁଷ୍‌ ଭାରତକୁ ପ୍ରମୁଖ ଆନ୍ତର୍ଜାତି କାର୍ଯ୍ୟକର୍ତ୍ତା ଏବଂ ପରିଷଦ୍‌ରେ ସ୍ଥାୟୀ ସଦସ୍ୟତା ପାଇଁ ଯୋଗ୍ୟ ପ୍ରାର୍ଥୀ ଭାବେ ବିବେଚନା କରେ। ସେ […]
ଭାରତକୁ ସମର୍ଥନ କଲା ରୁଷ୍‌-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial