ୟୁପି ବୋର୍ଡର ଅବହେଳା : ଭୁଲ ମାର୍କ ମିଶାଇ ୯୪% ରଖିଥିବା ଛାତ୍ରୀଙ୍କୁ ଫେଲ୍ କରିଦେଲେ

୯୪% ରଖିଥିବା ଛାତ୍ରୀଙ୍କୁ ଫେଲ୍

ଲକ୍ଷ୍ନୌ: ମଙ୍ଗଳବାର ୟୁପିରେ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ଏବେ ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ବଡ଼ ଅବହେଳା ସାମ୍ନାକୁ ଆସିଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୪ପ୍ରତିଶତ ମାର୍କ ପାଇଥିବା ଜଣେ ଛାତ୍ରୀଙ୍କୁ ଫେଲ୍ କରାଯାଇଛି। ପ୍ରାକ୍ଟିକାଲରେ, ଛାତ୍ରୀଙ୍କୁ ୩୦ ପରିବର୍ତ୍ତେ ୩ ମାର୍କ ଦିଆଯାଇଥିବାରୁ ସେ ଫେଲ୍ ହୋଇଛନ୍ତି। ଏହି କାରଣରୁ ଛାତ୍ରୀ ମାନସିକ ସ୍ତରରେ ଭାଙ୍ଗିପଡ଼ିବା ସହ ତାଙ୍କ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ କରିବାକୁ ଦାବି କରିଛନ୍ତି।
ଏ ବାବଦରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମହେନ୍ଦ୍ର ଦେବ କହିଛନ୍ତି ଯେ ଟାଇପିଂ ତ୍ରୁଟି ହେତୁ ଏହା ଘଟିଛି। ଏହାର ସଂଶୋଧନ କରାଯିବା ପରେ ଛାତ୍ରୀ ପୁନର୍ବାର ଫଳାଫଳ ପାଇବେ। ପରିବର୍ତ୍ତିତ ମାର୍କ ଆଧାରରେ ଛାତ୍ରୀଙ୍କ ଫଳାଫଳ ପୁଣି ପ୍ରସ୍ତୁତ ହେବ। ତେବେ ଯେଉଁ ଛାତ୍ରୀଙ୍କ ସହ ଏହି ଘଟଣା ଘଟିଛି ସେ ହେଉଛନ୍ତି ଅମେଠିର ଭାବନା ବର୍ମା। ମିଳିଥିବା ସୂଚନା ମୁତାବକ, ଭାବନା ୯୪ ପ୍ରତିଶତ ମାର୍କ ରଖିଥିବା ଦର୍ଶାଇ ବି ତାଙ୍କୁ ଫେଲ କରାଯାଇଛି। ଥିଓରୀରେ ସେ ୪୦୨ମାର୍କ ରଖିଥିବା ବେଳେ ପ୍ରାକ୍ଟିକାଲରେ ମୋଟ ୧୮୦ ମାର୍କ ରଖିଛନ୍ତି। ହେଲେ ୧୮୦ ସ୍ଥାନରେ ଭୁଲରେ ୧୮ମାର୍କ ମିଶାଯାଇ ସେ ଫେଲ୍ ବୋଲି ଲେଖାଯାଇଛି।

Share Now:

Kalinga News Beuro

Next Post

ସମଲିଙ୍ଗୀ ବିବାହ ଏକ ଜଟିଳ ପ୍ରସଙ୍ଗ, ତାହାକୁ ସଂସଦ ଉପରେ ଛଡ଼ାଯାଉ : ସୁପ୍ରିମକୋର୍ଟ

Wed Apr 26 , 2023
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ ହୋଇଥିବା ଆବେଦନର ଶୁଣାଣିର ଆଜି ଥିଲା ପଞ୍ଚମ ଦିନ। ଆଜିର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏହା ଏକ ଜଟିଳ ପ୍ରସଙ୍ଗ, ସମାଜ ଉପରେ ଏହାର ବ୍ୟାପକ ପ୍ରଭାବ ରହିଛି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ଶୁଣାଣି ନକରି ସଂସଦ ଉପରେ ଛାଡ଼ିଦିଅନ୍ତୁ। ସୋଲିସିଟର ଜେନେରାଲ କହିଛନ୍ତି ଯେ ବିବାହର ସଂଜ୍ଞା […]
ସମଲିଙ୍ଗୀ ବିବାହ ଏକ ଜଟିଳ ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial