ଭାରତର ସବୁଠାରୁ ବୟସ୍କ ହାତୀ ବିଜୁଳି ପ୍ରସାଦର ମୃତ୍ୟୁ

ଆଖିବୁଜି‌ଲା ଭାରତର ସବୁଠାରୁ ବୟସ୍କ ହାତୀ

ନୂଆଦିଲ୍ଲୀ: ଆସାମର ସୋନିତପୁର ଜିଲ୍ଲାରେ ଭାରତର ସବୁଠାରୁ ବୟସ୍କ ହାତୀର ଗତ ସୋମବାର ମୃତ୍ୟୁ ହୋଇଛି। ମୃତ ବେଳକୁ ହାତୀର ବୟସ ୮୯ବର୍ଷ ରହିଥିଲା। ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ହାତୀ ବିଜୁଳି ପ୍ରସାଦର ବୟସ ଅଧିକ ହୋଇଯିବା ହେତୁ ତାର ମୃତ୍ୟୁ ହୋଇଛି। ସେ ଦ ବିଲିୟମ୍ସନ ମେଗର ଗ୍ରୁପର ବେହଲି ଚା’ ବଗିଚାରେ ଶେଷ ନିଶ୍ୱାସ ତ୍ୟାଗ କରିଛି। ବିଜୁଳିର ମୃତ୍ୟୁ ଖବର ଶୁଣିବା ପରେ ବିଜୁଳି ସହିତ ‌ଜଡ଼ିତ ଥିବା ପଶୁପ୍ରେମୀ, ଚା’ ବଗିଚାର କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଶୋକବ୍ୟକ୍ତ କରିଛନ୍ତି।
ବିଜୁଳି ପ୍ରସାଦ ଦ ବିଲିୟମ୍ସନ ମେଗର ଗ୍ରୁପ ପାଇଁ ଗୌରବର ପ୍ରତୀକ ଥିଲା। ଛୋଟ ଥିଲା ବେଳେ ବିଜୁଳିକୁ ବାରଗଙ୍ଗ ଚା’ ବଗିଚାକୁ ଅଣାଯାଇଥିଲା। ଯେତେବେଳେ କମ୍ପାନି ବାରଗଙ୍ଗ ଚା’ ବଗିଚାକୁ ବିକ୍ରି କରିଦେଲା, ତା’ପରେ ବିଜୁଳିକୁ ଦ ବିଲିୟମ୍ସନ ମେଗର ଗ୍ରୁପର ଚା’ ବଗିଚାକୁ ଅଣାଯାଇଥିଲା। ସାଧାରଣତଃ ହାତୀ ୬୨ରୁ ୬୫ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଥିବା ବେଳେ ବିଜୁଳିର ଉତ୍ତମ ଯତ୍ନ ପାଇଁ ସେ ୮୦ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିଲା। ୮/୧୦ବର୍ଷ ପୂର୍ବରୁ ବିଜୁଳି ପ୍ରସାଦର ସବୁ ଦାନ୍ତ ଝଡ଼ି ଯାଇଥିଲା। ସେ କିଛି ଖାଇ ପାରୁ ନଥିଲା। ଡାକ୍ତର କହିଥିଲେ ବିଜୁଳି ଆଉ ବେଶୀ ଦିନ ବଞ୍ଚିବ ନାହିଁ। କିନ୍ତୁ ତାର ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ସବୁବେଳେ ଶିଝା ଖାଦ୍ୟ ଦିଆଯାଇଥିଲା। ବିଜୁଳି ପ୍ରତିଦିନ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଥାଏ। ଯଦ୍ୱାରା ସେ ୮୦ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିଲା।

Share Now:

Kalinga News Beuro

Next Post

ଚନ୍ଦ୍ରଯାନ-୩ ର ସୁକ୍ଷ୍ମ ଅବତରଣ ପରେ ପ୍ରଧାନମନ୍ତ୍ରୀ କହିଲେ ଗର୍ବର ମୁହୂର୍ତ୍ତ….

Wed Aug 23 , 2023
ନୂଆଦିଲ୍ଲୀ: ଭାରତ ବୁଧବାର(୨୩ ଅଗଷ୍ଟ)ରେ ସଫଳତାର ସହିତ ଚନ୍ଦ୍ରଯାନ ଅବତରଣ କରିଛି। ଏହି ଅବସରରେ ଅବତରଣର ସମ୍ପୁର୍ଣ୍ଣ ପ୍ରକ୍ରିୟା ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରୁ ସିଧାସଳଖ ଇସ୍ରୋ ସେଣ୍ଟର ସହିତ ଯୋଡ଼ି ହୋଇଥିଲେ। ଚନ୍ଦ୍ରଯାନ-୩ର ଅବତରଣ ପରେ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ହୋ ଦେଶ ପାଇଁ ଗର୍ବର ମୁହୁର୍ତ୍ତ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଜୀବନ ଧନ୍ୟ ହୋଇଛି। ବିଜୟର ପଥରେ ଚାଲିବାର ଏହା […]
ଚନ୍ଦ୍ରଯାନ-୩ ର ସୁକ୍ଷ୍ମ ଅବତରଣ-3

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial