ଶେଲି ଓବରୟ ଦିଲ୍ଲୀର ନୂଆ ମେୟର

ଶେଲି ଓବରୟ ଦିଲ୍ଲୀର ନୂଆ ମେୟର

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌)ର ଶେଲି ଓବରୟ ଦିଲ୍ଲୀର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀର ନୂଆ ମେୟର ଚୟନ ପାଇଁ ଆଜି ମତଦାନ ହୋଇଥିବା ବେଳେ ଏଥିପାଇଁ ପୌର ସଦନରେ ଏକ ବୈଠକ ବସିଥିଲା। ଏଥିରେ ଆପ୍‌ ପ୍ରାର୍ଥୀ ତଥା ପ୍ରଥମ ଥର କାଉନସିଲର ହୋଇଥିବା ଶେଲି ଓବରୟ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ୩୪ ଖଣ୍ଡ ଭୋଟରେ ପରାସ୍ତ କରି ଦିଲ୍ଲୀର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି।
ବିଜେପି କାଉନସିଲର ତଥା ଦଳର ମେୟର ପ୍ରାର୍ଥୀ ରେଖା ଗୁପ୍ତା, ଆପ୍‌ର ମେୟର ପ୍ରାର୍ଥୀ ଶେଲି ଓବରୟ ଏବଂ ଡେପୁଟି ମେୟର ପ୍ରାର୍ଥୀ ଆଲି ମହମ୍ମଦ ଇକବାଲ, ଉତ୍ତର ଦିଲ୍ଲୀର ପୂର୍ବତନ ମେୟର ରାଜା ଇକବାଲ ସିଂହ, ଗୃହରେ ଆପ୍‌ ନେତା ମୁକେଶ ଗୋଏଲ ଏବଂ ଅନ୍ୟ କେତେକ କାଉନସିଲର ଏହି ନିର୍ବାଚନରେ ଭୋଟ୍‌ ଦେଇଥିଲେ। ପୂର୍ବରୁ ମେୟର ନିର୍ବାଚନ ପାଇଁ ୩ଥର ବିଫଳ ଉଦ୍ୟମ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି (ବୁଧବାର) ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Share Now:

Kalinga News Beuro

Next Post

ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ହୋଇ ୨ ଗୁରୁତର

Wed Feb 22 , 2023
ତାଳଚେର: ତାଳଚେର ଥାନା ଅନ୍ତର୍ଗତ ଆର୍ଯ୍ୟବିହାରରେ ବୁଧବାର କିଶୋରୀ ‌ବେହେରାଙ୍କ ଘରେ ଗ୍ୟାସ୍‌ ଟାଙ୍କି ଫାଟି ଦୁଇ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି। ସୂଚନା ମୁତାବକ, ଆର୍ଯ୍ୟବିହାର ଅଞ୍ଚଳର କିଶୋରୀ ‌ବେହେରା ନାମକ ଜଣେ ବ୍ୟକ୍ତିଙ୍କର ଗ୍ୟାସ୍‌ ଚୁଲାରେ ତ୍ରୁଟି ରହିଥିଲା। ଗ୍ୟାସ୍‌ ଚୁଲାରେ ତ୍ରୁଟି ‌ରହିଥିବାରୁ ଚୁଲା ଜଳୁ ନଥିଲା। ଠିକ୍‌ ଏହି ସମୟରେ ଆର୍ଯ୍ୟବିହାର ଦେଇ ଗୋବରା ଅଞ୍ଚଳର ମା ହିଙ୍ଗୁଳା ଏଚ୍‌ପି ଗ୍ୟାସ୍‌ର ଏକ […]
ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ହୋଇ ୨ ଗୁରୁତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial