ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ହୋଇ ୨ ଗୁରୁତର

ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ହୋଇ ୨ ଗୁରୁତର

ତାଳଚେର: ତାଳଚେର ଥାନା ଅନ୍ତର୍ଗତ ଆର୍ଯ୍ୟବିହାରରେ ବୁଧବାର କିଶୋରୀ ‌ବେହେରାଙ୍କ ଘରେ ଗ୍ୟାସ୍‌ ଟାଙ୍କି ଫାଟି ଦୁଇ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି। ସୂଚନା ମୁତାବକ, ଆର୍ଯ୍ୟବିହାର ଅଞ୍ଚଳର କିଶୋରୀ ‌ବେହେରା ନାମକ ଜଣେ ବ୍ୟକ୍ତିଙ୍କର ଗ୍ୟାସ୍‌ ଚୁଲାରେ ତ୍ରୁଟି ରହିଥିଲା। ଗ୍ୟାସ୍‌ ଚୁଲାରେ ତ୍ରୁଟି ‌ରହିଥିବାରୁ ଚୁଲା ଜଳୁ ନଥିଲା। ଠିକ୍‌ ଏହି ସମୟରେ ଆର୍ଯ୍ୟବିହାର ଦେଇ ଗୋବରା ଅଞ୍ଚଳର ମା ହିଙ୍ଗୁଳା ଏଚ୍‌ପି ଗ୍ୟାସ୍‌ର ଏକ ଗାଡ଼ି ଯାଉଥିଲା। ଏହି ସମୟରେ ଉକ୍ତ ଗ୍ୟାସ୍‌ ସର୍ଭିସ ଗାଡ଼ିକୁ ଅଟକ ରଖି ଉକ୍ତ ଗାଡ଼ିରେ ଥିବା ଗ୍ୟାସ୍‌ ଡେଲିଭରି ବଏ ତଥା ବିଜୟ ଦାସ୍‌ଙ୍କୁ କିଶୋରୀ ତାଙ୍କ ଘରକୁ ଡାକି ନେଇଥିଲେ। ଏବଂ ବିଜୟ ତାଙ୍କ ଅସୁବିଧା ଶୁଣି ସଙ୍ଗେ ସଙ୍ଗେ ଯାଇ ଘରର କବାଟ ଖୋଲିଥିଲେ। ଚୁଲା ଲାଗୁ ନଥିବା ବର୍ଣ୍ଣରରେ ଲାଇଟ୍‌ର ଲଗାଇଥିଲେ। ଏହି ଲାଇଟର ନିଆଁ ହଠାତ ଗ୍ୟାସ୍‌ ଟାଙ୍କିକୁ ଧରିଥିଲା। ଫଳରେ ଉଭୟେ କିଶୋରୀ ଏବଂ ବିଜୟ ଉକ୍ତ ଘର ଭିତରେ ସମ୍ପୁର୍ଣ୍ଣ ଜଳି ଯାଇଥିଲେ।
କେବଳ ସେତିକି ନୁହଁ ରୋଷେଇ ଘରେ ଥିବା ଫ୍ରିଜରେ ମଧ୍ୟ ନିଆଁ ଲାଗି ଯାଇଥିଲା। କିଛି ସମୟ ଯିବା ପରେ ଗ୍ୟାସ୍‌ ଟାଙ୍କି ଫାଟିଥିଲା। ଏଥିରେ କିଶୋରୀଙ୍କ ଆଜେବେଷ୍ଟସ୍‌ ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା। ପରେ ସ୍ଥାନୀୟ ଲୋକେ ଏବଂ ତାଳଚେର ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହିତ ଉଭୟଙ୍କୁ ତାଳଚେର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।

Share Now:

Kalinga News Beuro

Next Post

ଭାରତକୁ କେହିନୂର ଫେରାଅ : ଭାରତୀୟ ବଂଶୋଦ୍ଭବ ସାମ୍ବାଦିକାଙ୍କ ବିତର୍କ

Wed Feb 22 , 2023
ନୂଆଦିଲ୍ଲୀ: କୋହିନୂର୍‌ ହୀରା ଭାରତକୁ ଫେରସ୍ତ ଦିଆଯିବା ଉଚିତ ବୋଲି କି, ବୋଲି ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ନରିନ୍ଦର୍‌ କୌର୍‌ ଏବଂ ‘ଜି.ବି. ନିଉଜ୍‌’ର ସାମ୍ବାଦିକା ଇମ୍ମା‌ ୱେବ୍‌ କରିଥିବା ବିତର୍କ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏହି ପ୍ରସଙ୍ଗକୁ ଭିତ୍ତି କରି ଦୁଇ ସାମ୍ବାଦିକାଙ୍କ ମଧ୍ୟରେ ଯୁକ୍ତି ପ୍ରବଳ ହୋଇଥିଲା। ଭାରତର ସ୍ୱାଧୀନତା ସଂଗ୍ରାମ ବେଳେ ବ୍ରିଟିସ୍‌ ନେଇ ଆସିଥିବା ଉକ୍ତ ହୀରା ଉପର ଭାରତର ଅଧିକାର […]
ଭାରତକୁ କେହିନୂର ଫେରାଅ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial