ପାଣିପାଗ ସତର୍କତା : ଉତ୍ତର ଓଡ଼ିଶାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷ କରି ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ କୁଆପଥର ମାଡ଼ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ତଥା ବଜ୍ରପାତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର ଆଦି ଜିଲ୍ଲାର କିଛି ସ୍ଥାନରେ ଝଡ଼ତୋଫାନ ଓ ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ସନ୍ଧ୍ୟା ୭ ପୂର୍ବରୁ ବାହାରକୁ ଯିବା ପୂର୍ବରୁ ସତର୍କ ରହିବା ପାଇଁ ପାଣିପାଗ କାର୍ଯାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ପୂର୍ବାହ୍ନରୁ ଖରା ଓ ଅସହ୍ୟ ଗରମ ହୋଇଥିଲେ ମଧ୍ୟ ଅପରାହ୍ନ ୩ଟା ପରେ ପାଗରେ ହଠାତ୍ ପରିବର୍ତ୍ତନ ଦେଖାଯାଇଛି।

Share Now:

Kalinga News Beuro

Leave a Reply

Next Post

ଅଷ୍ଟହନୁମାନର ସହର ସୁବର୍ଣ୍ଣପୁର

Sat Apr 14 , 2018
ହନୁମାନ ଜୟନ୍ତୀ ଉପଲକ୍ଷେ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଏକ ସଂସ୍କୃତି ସମ୍ପନ୍ନ ସହର ଭାବରେ ପରିଚିତ। କାହିଁ କେତେ ଦିନରୁଏହି ମାଟିରେ ଶୈବ, ଶାକ୍ତ, ବୈଷ୍ଣବଠୁ ଆରମ୍ଭ କରି ହନୁମାନ ସଂସ୍କୃତି ଯାଏଁ ଉପସାନା ହୋଇଆସୁଛି।ଏଠାରେ ବିଭିନ୍ନ ସଂସ୍କୃତିର ମହନୀୟତା ଦେଖିବାକୁ ମିଳେ। ମାରୁତୀ ନନ୍ଦନ ବୀର ହନୁମାନଙ୍କ ପୂଜା ପରମ୍ପରା ଏଠି ଖୁବ ନିଆରା। ଅନ୍ୟସବୁ ଜାଗାରେ କେବଳ ହନୁମାନ ଜୟନ୍ତୀରେ ବୀର ହନୁମାନଙ୍କର ପୂଜା ଉପାସନା କରାଯାଉଥିବାବେଳେ ଏଠି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial