ପାରାଦ୍ବୀପ ରାଡାର୍‌ରେ ଦିଶିଲା ଗଭୀର ଅବପାତ ପାଲଟୁଥିବା ଲଘୁଚାପ

ପାରାଦ୍ବୀପ ରାଡାର୍‌ରେ ଦିଶିଲା ଗଭୀର ଅବପାତ ପାଲଟୁଥିବା ଲଘୁଚାପ

ନୂଆଦିଲ୍ଲୀ: ଗତରାତିରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ କ୍ରମଶଃ ଗଭୀର ଅବପାତ ପାଲଟିବା ସହ ପାରାଦ୍ବୀପରେ ଲାଗିଥିବା ରାଡାର୍‌ରେ ଦୃଶ୍ୟମାନ ହେଉଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସଂଘଠିତ ଲଘୁଚାପ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୮ କିଲୋମିଟର୍‌ ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତିକରି ଗତରାତି ୧୧.୩୦ ସୁଦ୍ଧା ଉତ୍ତର ଅକ୍ଷାଂଶର ୧୪.୯ ଡିଗ୍ରି ଏବଂ ପୂର୍ବ ଦ୍ରାଘିମାର ୮୯.୮ ଡିଗ୍ରି ନିକଟ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ସ୍ଥଳଭାଗରୁ ଆକଳନ କଲେ ଉକ୍ତ ଲଘୁଚାପ ପୋର୍ଟବ୍ଲେୟାର୍‌ର ଉତ୍ତରପଶ୍ଚିମକୁ ୪୭୫ କିଲୋମିଟର୍‌, ସାଗର ଦ୍ବୀପର ଦକ୍ଷିଣ-ଦକ୍ଷିଣପୂର୍ବକୁ ୭୮୦ କିଲୋମିଟର୍‌ ଏବଂ ବାଂଲାଦେଶର ବରିସାଲ୍‌ର ଦକ୍ଷିଣକୁ ୮୮୦ କିଲୋମିଟର୍‌ ଦୂରବର୍ତ୍ତୀ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିଲା।
ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଏହା ଆହୁରି ତୀବ୍ରତର ହୋଇ ଆଗାମୀ ୧୨ ଘଣ୍ଟା ମଧ୍ୟରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ରୂପାନ୍ତର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପରେ ଉକ୍ତ ଗଭୀର ଅବପାତ କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ମୋଡ଼ ବଦଳାଇ ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ପାରେ। ଏହାପରେ, ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ୨୫ ତାରିଖ ପ୍ରତ୍ୟୁଷରେ ତିନିକୋନା ଦ୍ବୀପ ଓ ସାଁଦ୍ଵୀପ ମଧ୍ୟ ଦେଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ।

Share Now:

Kalinga News Beuro

Next Post

ଘର ବିକ୍ରିକଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Sun Oct 23 , 2022
କାନପୁର: ଦିଲ୍ଲୀରେ ବଙ୍ଗଳା ମିଳିବାରୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିହାରସ୍ଥିତ ତାଙ୍କ ବାସଭବନକୁ ଏକ ଡାକ୍ତର ଦମ୍ପତିଙ୍କୁ ବିକ୍ରୟ କରି ଦେଇଛନ୍ତି। ଏବେ କୋବିନ୍ଦ ସପରିବାର ଦିଲ୍ଲୀ ବଙ୍ଗଳାରେ ବାସ କରିବେ। ସମ୍ପ୍ରତି ବିହାରର କଲ୍ୟାଣପୁର ଅନ୍ତର୍ଗତ ‘ଏମ୍‌ ବ୍ଲକ୍‌’ରେ ଥିବା ପୂର୍ବତନ ରାଷ୍ଟ୍ରପତିଙ୍କ ବାସଭବନ ‘ଇନ୍ଦ୍ରନଗର ଦୟାନନ୍ଦ’ର ମାଲିକ ହେଲେ ଡାକ୍ତର ସୃଷ୍ଟି ବାଲା ଓ ଡାକ୍ତର ଶରଦ କଟିୟାର୍‌। ସେମାନେ ବିଲ୍‌ହୌର୍‌ରେ ‘ଶ୍ରୀଶ୍‌ ନର୍ସିଙ୍ଗ୍‌ ହୋମ୍‌’ […]
ଘର ବିକ୍ରି କରିଦେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial