ଟାକ୍ସି ଭଳି ବୁକ୍‌ କରନ୍ତୁ ବାଇକ୍‌, ଆମ ସ୍ମାର୍ଟ ସିଟିରେ

ଭୁବନେଶ୍ୱର: ଅଫିସ୍‌ ଗଲାବେଳେ ହେଉ କି ଡାକ୍ତରଖାନା, ଟ୍ରାଫିକ୍‌ରେ ଫସିଗଲେ ମୁଣ୍ଡ ବିଗିଡ଼ିଯାଏ। ଖାସ୍‌ କରି ଯଦି ଆପଣ ଟାଉନ୍‌ ବସ୍‌ କିମ୍ବା ୪ ଚକିଆରେ ଯାଉଥା’ନ୍ତି, ତା ହେଲେ ମୁଣ୍ଡକୁ ବୁଦ୍ଧିବାଟ ଦିଶେନି। କେମିତି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ସେନେଇ ଚିନ୍ତା ମାଡ଼ିଆସେ। ଆପଣ କେବେ ଏମିତି ସମସ୍ୟାରେ ପଡିଛନ୍ତି କି ? ଯଦି ଆପଣ ଭୁବନେଶ୍ୱର କି କଟକ ସହରରେ ରହୁଥିବେ, ତା’ ହେଲେ ଆମେ ଭାବୁଛୁ ଆପଣ ବି ଏମିତି ସ୍ଥିତି ଭୋଗିଥିବେ । ଟ୍ୱିନ୍‌ ସିଟିର କଳେବର ଯେମିତି ଦ୍ରୁତ ଗତିରେ ବଢୁଛି ତା’ ସହ ତାଳ ମିଳାଇ ବଢୁଛି ଟ୍ରାଫିକ୍‌ ସମସ୍ୟା। ଏଣୁ ଏଠି ପବ୍ଲିକ୍‌ ଭେଇକିଲ ଯେତିକି ଭଲ, ସେତିକି ଅଡୁଆ। ଏମିତି ବି ଆପଣ କହିପାରନ୍ତି, ବଡ଼ ଗାଡ଼ି ଯୋଗୁ ପରିବେଶ ପ୍ରଦୂଷଣ ମାତ୍ରା ମଧ୍ୟ ବଢି ଚାଲିଛି । ଏଣୁ ଏହାର ବିକଳ୍ପ ନିହାତି ଆବଶ୍ୟକ। ଯଦି ଆପଣ ବି ଏମିତି ଭାବୁଥା’ନ୍ତି, ଆଉ ଏହି ସମସ୍ୟାରୁ ମୁକୁଳିବାକୁ ଚାହୁଁଥାନ୍ତି, ତା’ ହେଲେ ଆମେ ଆପଣଙ୍କୁ ଭଲ ଖବରଟିଏ ଦେବୁ। ଜାଣିଛନ୍ତି, ଏଣିକି ଭୁବନେଶ୍ୱରରେ ଗଡ଼ିବ ‘Bike TaXi’। କଥାଟା ଶୁଣି ଆପଣ ଅଡୁଆରେ ପଡ଼ିଥିବେ। ବାଇକ୍‌ ତ ବାଇକ୍‌ ପୁଣି ବାଇକ୍‌ ଟାକ୍ସି କ’ଣ? ବାସ୍ତବରେ ଏହା ଏକ ନୂଆ ପଦକ୍ଷେପ। OLA, UBER ଟାକ୍ସି ସେବା ଭଳି ବାଇକ୍‌ ବି ଆପଣଙ୍କୁ ଆପଣଙ୍କୁ ଆପଣଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ। ଅତି କମ୍‌ ଅର୍ଥ ବିନିମୟରେ ଆପଣ ସେବା ପାଇବେ। ଆଉ ପରିବେଶ ପ୍ରଦୂଷଣ ମଧ୍ୟ କମିବ। କେମିତି ବ୍ୟବହାର କରିବେ- ମୋବାଇଲ ଫୋନ୍‌ରେ ‘Rapido Bike TaXi’ ଆପ୍‌ ଡାଉନ୍‌ଲୋଡ୍‌ କରି ଏଥିରେ ଆପଣ ନିଜ ଇ-ମେଲ, ଫୋନ୍‌ ନମ୍ବର ଦେଇ ନାଁ ରେଜିଷ୍ଟ୍ରେସନ୍‌ କରିପାରିବେ। ଏହା ପରେ ଆପଣଙ୍କୁ ନିର୍ଦ୍ଧାରିତ ସ୍ଥାନରୁ ମିଳିଯିବ Bike Taxi। ବେଙ୍ଗାଲୁରୁ, ଗୁରଗାଓଁ, ନାଗପୁର ଭଳି ସହରରେ ଏହି ସେବା ପୂର୍ବରୁ ଉପଲବ୍ଧ ହେଉଥିବା ବେଳେ ଏବେ ଆମ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଗଡିବାକୁ ଆରମ୍ଭ କରିଛି Bike TaXi। ଭୁବନେଶ୍ୱରରେ କିଲୋମିଟର ପିଛା ଦେବାକୁ ପଡୁଛି ମାତ୍ର ୩ ଟଙ୍କା। ଏ ବ୍ୟବସ୍ଥା କେତେ ସୁହାଇବ ତାହା ଏହାକୁ ଜଣାପଡିବା।

Share Now:

Kalinga News Beuro

Leave a Reply

Next Post

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମେ୍‌କ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

Tue Aug 7 , 2018
୨୪ଘଣ୍ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ନିର୍ଦ୍ଧିଷ୍ଟ ଭାବେ କିଛି କୁହାଯାଇ ପାରିବ ନାହିଁ ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମେ୍‌କ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି ବୋଲି ସେ ଚିକିତ୍ସିତ ହେଉଥିବା ଚେନ୍ନାଇର କାଭେରୀ ହସ୍ପିଟାଲ ପକ୍ଷରୁ ଜାରି ଏକ ସ୍ୱାସ୍ଥ୍ୟ ବୁଲେଟିନରେ୍‌ ମଙ୍ଗଳବାର କୁହାଯାଇଛି। ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ନିର୍ଦ୍ଧିଷ୍ଟ ଭାବେ କିଛି କୁହାଯାଇ ପାରିବ ନାହିଁ ବୋଲି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial