ଘର ବିକ୍ରିକଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଘର ବିକ୍ରି କରିଦେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କାନପୁର: ଦିଲ୍ଲୀରେ ବଙ୍ଗଳା ମିଳିବାରୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିହାରସ୍ଥିତ ତାଙ୍କ ବାସଭବନକୁ ଏକ ଡାକ୍ତର ଦମ୍ପତିଙ୍କୁ ବିକ୍ରୟ କରି ଦେଇଛନ୍ତି। ଏବେ କୋବିନ୍ଦ ସପରିବାର ଦିଲ୍ଲୀ ବଙ୍ଗଳାରେ ବାସ କରିବେ। ସମ୍ପ୍ରତି ବିହାରର କଲ୍ୟାଣପୁର ଅନ୍ତର୍ଗତ ‘ଏମ୍‌ ବ୍ଲକ୍‌’ରେ ଥିବା ପୂର୍ବତନ ରାଷ୍ଟ୍ରପତିଙ୍କ ବାସଭବନ ‘ଇନ୍ଦ୍ରନଗର ଦୟାନନ୍ଦ’ର ମାଲିକ ହେଲେ ଡାକ୍ତର ସୃଷ୍ଟି ବାଲା ଓ ଡାକ୍ତର ଶରଦ କଟିୟାର୍‌। ସେମାନେ ବିଲ୍‌ହୌର୍‌ରେ ‘ଶ୍ରୀଶ୍‌ ନର୍ସିଙ୍ଗ୍‌ ହୋମ୍‌’ ନାମରେ ଘରୋଇ ହସ୍ପିଟାଲଟିଏ ଖୋଲି କାହ୍ନା ଶ୍ୟାମରେ ବାସ କରୁଛନ୍ତି।
ପୂର୍ବତନ ରାଷ୍ଟ୍ରପତିଙ୍କଠାରୁ ‘ପାୱାର୍‌ ଅଫ୍‌ ଆଟର୍ଣ୍ଣି’ ପ୍ରାପ୍ତ ଆନନ୍ଦ କୁମାର ଶୁକ୍ରବାର ଦିନ ରାଷ୍ଟ୍ରପତିଙ୍କ ବାସଭବନକୁ ଉକ୍ତ ଡାକ୍ତର ଦମ୍ପତିଙ୍କ ନାମରେ ରେଜିଷ୍ଟ୍ରି କରିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଥିବା ବେଳେ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା ସବୁବେଳେ ଉକ୍ତ ବାସଭବନକୁ ଆସୁଥିଲେ। ପ୍ରୋଟୋକଲ୍‌ ଅନୁସାରେ, ତାଙ୍କ ବାସଭବନରେ ପୁଲିସ ଟିମ୍‌ ରହୁଥିବାରୁ ଉକ୍ତ ଅଞ୍ଚଳ ‘ଭିଆଇପି’ ପାହ୍ୟା ପାଇଥିଲା। କୋବିନ୍ଦଙ୍କ ବାସଭବନ ଥିବାରୁ ସେ ଅଞ୍ଚଳର ଜନପ୍ରିୟତା ମଧ୍ୟ ବଢ଼ିଯାଇଥିଲା। ତେଣୁ, ଉକତ ଅଞ୍ଚଳକୁ ସୁନ୍ଦର ଏବଂ ସୁବିଧାଜନକ କରିବା ଲାଗି ଦୟାନନ୍ଦ ବିହାର ପୌରପାଳିକା, ବିଜୁଳି ବିଭାଗ ଏବଂ ବନ ବିଭାଗ ବଲବୀର ସିଂହଙ୍କ ନେତୃତ୍ବରେ ପ୍ରୟାସ କରିଥିଲେ। ଡାକ୍ତର ଶରଦ କାଟିୟାର୍‌ କହନ୍ତି, ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ବାସ କରିବାର ସୁଯୋଗ ମିଳିବାକୁ ମୁଁ ସୌଭାଗ୍ୟ ବୋଲି ବିଚାରୁଛି। ରାମନାଥ କୋବିନ୍ଦଙ୍କୁ ମୁଁ ଦିଲ୍ଲୀରେ ଭେଟିଛି। ତାଙ୍କ ସରଳତା ଓ ଭଦ୍ରାମି ଦେଖି ମୁଁ ଅଭିଭୂତ ହୋଇପଡ଼ିଲି।

Share Now:

Kalinga News Beuro

Next Post

କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ମନ୍ତ୍ରୀ ମହିଳାଙ୍କୁ ଚାପୁଡା ମାରିବା ଘଟଣା : ସ୍ପଷ୍ଟୀକରଣ ମାଗିଲେ ମୁଖ୍ୟମନ୍ତ୍ରୀ

Sun Oct 23 , 2022
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜଣେ ମନ୍ତ୍ରୀ ଖୋଲାଖୋଲି ଭାବେ ଜଣେ ମହିଳାଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ବିରୋଧୀ ଦଳର ସମାଲୋଚନା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ ରାଜ୍ୟ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି ସୋମନ୍ନାଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ସୋମନ୍ନା ଜଣେ ମହିଳାଙ୍କୁ ଚାପୁଡ଼ା ମାରିଥିଲେ ଯେତେବେଳେ ସେ ତାଙ୍କ ନିକଟକୁ ଆସିଥଲେ। ଏହି ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଏବେ […]
କର୍ଣ୍ଣାଟକର ମନ୍ତ୍ରୀ ମହିଳାଙ୍କୁ ଚାପୁଡା ମାରିବା ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial