ବିଟିଂ ଦି ରିଟ୍ରିଟ୍ : ୧୦୦୦ ଡ୍ରୋନ ଦେଖାଇଲେ ଭାରତର ସଫଳତାର ଗାଥା

ବିଟିଂ ଦି ରିଟ୍ରିଟ୍

ନୂଆଦିଲ୍ଲୀ : ଆଜି ଚିତ୍ତାକର୍ଷକ ‘ବିଟିଂ ଦି ରିଟ୍ରିଟ୍’ ସମାରୋହ ସହ ଗଣତନ୍ତ୍ର ଦିବସ ସମାରୋହର ସମାପନ ହୋଇଛି। ଗତ ୨୩ ତାରିଖରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀରେ ଆରମ୍ଭ ହୋଇଥିବାରୁ ଗଣତନ୍ତ୍ର ଦିବସ ସମାରୋହ ଆଜି ଶେଷ ହୋଇଛି। ଆଜିର ବିଟିଂ ଦି ରିଟ୍ରିଟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ଆଜିର ମୁଖ୍ୟ ଆକର୍ଷଣ ଥିଲା ଭାରତୀୟ ସେନାର ସାମରିକ ବାଦ୍ୟ ତଥା ଡ୍ରୋନ ସୋ। ଏଥର ପ୍ରଥମ ଥର ପାଇଁ ଚିତ୍ତାକର୍ଷକ ଡ୍ରୋନ ସୋ ଅନୁଷ୍ଠିତ ହୋଇଥିଲା।

ଏଥିରେ ପ୍ରାୟ ୧ ହଜାର ଭାରତ ନିର୍ମିତ ଡ୍ରୋନ ସ୍ଥାନ ପାଇଥିଲା। ଏହାକୁ ଭାରତୀୟ ଷ୍ଟାର୍ଟଅପ୍ ବୋଟଲାବ୍ ଡାଇନାମିକ୍ସ ଓ ଦିଲ୍ଲୀ ଆଇଆଇଟି ପକ୍ଷରୁ ପରିଚାଳନା କରାଯାଇଥିଲା। ଏସବୁ ଡ୍ରୋନ ଭାରତର ବିଭିନ୍ନ ସଫଳତାକୁ ଦର୍ଶାଇଥିଲେ। ଏଥର ବିଟିଂ ଦ ରିଟ୍ରିଟ୍ ସମାରୋହରେ ଏକ ଖ୍ରୀଷ୍ଟିଆନ ଧାର୍ମିକ ମନ୍ତ୍ର ଆବାଇଡ୍ ଓ୍ବିଥ ମି ସ୍ଥାନ ପାଇନଥିଲା। ଏହା ବଦଳରେ ଭାରତୀୟ ଦେଶାତ୍ମବୋଧକ ସଂଗୀତ ‘ଏ ମେରେ ବତନ କି ଲୋଗୋ’ ତାଳେ ତାଳେ ଅନୁଷ୍ଠିତ ହୋଇଥିଲା। ବିଟିଂ ଦି ରିଟ୍ରିଟ୍ ସମାରୋହରେ ସ୍ଥାନ ପାଉଥିବା ୨୬ଟି ସଂଗୀତ ମଧ୍ୟରେ ଏଥର ଆବାଇଡ୍ ଓ୍ବିଥ ମି ସ୍ଥାନ ପାଇନଥିଲା।

Share Now:

Kalinga News Beuro

Next Post

ଇତିହାସ ରଚିଲେ ରାଫେଲ୍ ନାଦାଲ୍ : ୨୧ଟି ଗ୍ରାଣ୍ଡ୍ ସ୍ଲାମ୍ ଜିତିବାର ବିଶ୍ଵର ପ୍ରଥମ ପୁରୁଷ ଖେଳାଳି ହେଲେ ରାଫେଲ୍

Sun Jan 30 , 2022
ମେଲବର୍ଣ୍ଣ: ସ୍ପେନର ମହାନ ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଶ୍ଵର ପ୍ରଥମ ପୁରୁଷ ଟେନିସ୍ ଖେଳାଳି ଭାବେ ୨୧ଟି ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲ ମ୍ୟାଚରେ ରୁଷୀୟ ଟେନିସ ଖେଳାଳି ଡାନିଏଲ୍ ମେଦଭେଦବଙ୍କୁ ଏକ ସଂଘର୍ଷମୟ ମୁକାବିଲାରେ ୨-୬, ୬-୭, ୬-୪, ୬-୪, ୬-୪ ସେଟରେ ହରାଇ ଚମ୍ପିଆନ୍ ହୋଇଛନ୍ତି। ଏହା ନାଦାଲଙ୍କ କ୍ୟାରିଅରର ଦ୍ଵିତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟେଲ। […]
ରାଫେଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial