‘ଇଡି’ ଓ ‘ସିବିଆଇ’କୁ ଭର୍ତ୍ସନା କଲେ ପ୍ରଧାନ ବିଚାରପତି ରମଣା

ପ୍ରଧାନ ବିଚାରପତି-1

ସାଂସଦ ଓ ବିଧାୟକମାନେ ସମ୍ପୃକ୍ତ ମାମଲା ପକାଇ ନ ରଖି ଚାର୍ଜସିଟ୍‌ ଫାଇଲ୍‌ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାଂସଦ ଏବଂ ବିଧାୟକମାନେ ଜଡ଼ିତ ମାମଲାଗୁଡ଼ିକର ଚାର୍ଜସିଟ୍‌ ଦାଖଲରେ ବିଳମ୍ବ ହେଉଥିବାରୁ ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମଣା ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଏବଂ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍‌’କୁ (ସିବିଆଇ) ଏକ ମାମଲାର ଶୁଣାଣି ବେଳେ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ଯଦିବା ତଦନ୍ତରେ କିଛି ବାକି ରହିଛି, ତେବେ ଚାର୍ଜସିଟ୍‌ ଦାଖଲ କର। ମାମଲା ପକାଇ ରଖନାହିଁ। ଆଜିର ଏହି ଶୁଣାଣିରେ ସେ ଆହୁରି ମଧ୍ୟ କହିଲେ, ସାଂସଦ ଏବଂ ବିଧାୟକ ସଂଶ୍ଳୀଷ୍ଟ ଥାଇପଡ଼ି ରହିଥିବା ମାମଲାଗୁଡ଼ିକୁ ଅନୁଧ୍ୟାନ କରି ଆପଣାଛାଏଁ ମାମଲା ରୁଜୁ କରିବା ଲାଗି ପୂର୍ବ ଆଦେଶରେ ମଧ୍ୟ ଆମ୍ଭେ ଉଚ୍ଚ ନ୍ୟାୟାଳୟମାନଙ୍କୁ କହିଛୁ। ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ଅନ୍ୟ ଏଜେନ୍‌ସିମାନଙ୍କୁ ଉଦ୍ଦେଶ୍ୟ କରି ଭାରତର ପ୍ରଧାନ ବିଚାରପତି ରମଣା କହିଲେ, ଏହି ରିପୋର୍ଟ ଖୁବ୍‌ ଅସ୍ପଷ୍ଟ। ୧୦-୧୫ ବର୍ଷ ହେବ ଚାର୍ଜସିଟ୍‌ କିଂବା କିଛି ଫାଇଲ୍‌ ନ ହେବାର କାରଣ ଦର୍ଶାଯାଇ ନାହିଁ। ୨୦୦ କ‌ୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ‘ଆଟାଚ୍‌’ କରି ନ ଥିବାର କୌଣସି ମାମଲା ନାହିଁ, କିନ୍ତୁ ଅଦ୍ୟବଧି କିଛି ‘ଫାଇଲ୍‌’ କରାଯାଇ ନାହିଁ। ନିର୍ଦ୍ଦିଷ୍ଟ ଭାବେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କିଛି କରୁନାହିଁ।

ପ୍ରଧାନ ବିଚାରପତି ରମଣାଙ୍କ ବିବୃତିର ପ୍ରତ୍ୟୁତ୍ତର ଦେଇ ସଲିସିଟର୍‌ ଜେନେରାଲ୍‌ କହିଲେ, କେତେକ ମାମଲା ଅଛି ଯାହା ଉପରେ ବିଚାର କିଂବା ତଦନ୍ତ ଚାଲିଛି ଏବଂ ଅଦାଲତ ରହିତାଦେଶ ଜାରି କରିଛନ୍ତି। ମାତ୍ର, ରହିତାଦେଶ ଜାରି ହୋଇଥିଲେ ଚାର୍ଜସିଟ୍‌ ଫାଇଲ୍ କରାଯିବାରେ ବିଳମ୍ବ ହେବା ପ୍ରସଙ୍ଗକୁ ସେ ଯଥାର୍ଥ ମଣୁ ନ ଥିବା କହିଥିଲେ। କିନ୍ତୁ, ପ୍ରଧାନ ବିଚାରପତି ସଲିସିଟର୍‌ ଜେନେରାଲ୍‌ଙ୍କ ଦାବିକୁ ଅଗ୍ରାହ୍ୟ କରି କହି‌ଛନ୍ତି, ସେ କଥା ଅସତ୍ୟ। ପ୍ରାୟ ୨୦୦ ମାମଲାରୁ ୮ଟି ମାମଲା ଉପରେ ଅଦାଲତ ରହିତାଦେଶ ଜାରି କରିଛନ୍ତି। ତେଣୁ, ଏ ସଂକ୍ରାନ୍ତରେ ‘ଇଡି’ ଏବଂ ‘ସିବିଆଇ’ ନିର୍ଦେଶକଙ୍କ ସହ ଆଲୋଚନା କରିବା ଲାଗି ସମ୍ପ୍ରତି ସୁପ୍ରିମ୍‌ କୋର୍ଟ ସଲିସିଟର୍‌ ଜେନେରାଲ୍‌ଙ୍କୁ କହିଛନ୍ତି। ଏହାଛଡ଼ା, କାର୍ଯ୍ୟଭାର ଅଧିକ ଥିବାରୁ ସେମାନେ କୌଣସି ପ୍ରକାର ମାନବ ସମ୍ବଳ ବା ଭିତ୍ତିଭୂମିଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି, ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ସୁପ୍ରିମ୍ କୋର୍ଟ ତାଙ୍କୁ କହିଛନ୍ତି।

Share Now:

Kalinga News Beuro

Next Post

ଥାନାରେ ହାଜର ହେବାକୁ ମନ୍ତ୍ରୀ ନାରାୟଣ ରାଣେଙ୍କୁ ନିର୍ଦ୍ଦେଶ ଦେଲେ ଅଦାଲତ

Wed Aug 25 , 2021
ମୁମ୍ବାଇ: ‘ଉଦ୍ଧବ ଠାକ୍‌ରେଙ୍କୁ ଚଟକଣା’ ମନ୍ତବ୍ୟ ଯୋଗୁଁ ଗତକାଲି ଗରିଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ୮ ଘଣ୍ଟା ମଧ୍ୟରେ ଜାମିନ ମିଳିଥିଲେ ସୁଦ୍ଧା ସେପ୍ଟେମ୍ବର ୨ ତାରିଖ ଦିନ ନାଶିକରେ ପୁଲିସ ଆଗରେ ହାଜର ହେବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନାରାୟଣ ରାଣେଙ୍କ ବିରୋଧରେ ଦିଆଯାଇଥିବା ୪ଟି ‘ଏଫ୍‌ଆଇଆର୍‌’ରୁ ଗୋଟିଏ ନାଶିକରେ ଦାଏର ହୋଇଛି। ଆଗାମୀ ଗରୁବାର ମଧ୍ୟାହ୍ନ ୧୨ଟାରେ ଥାନାରେ ହାଜର ହେବା ଲାଗି ଗତ […]
ଥାନାରେ ହାଜର ହେବାକୁ ମନ୍ତ୍ରୀ ନାରାୟଣ ରାଣେଙ୍କୁ ନିର୍ଦେଶ-1

ଆହୁରି ପଢ଼ନ୍ତୁ