ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଭାରତ ବନ୍ଦ

ଭାରତ ବନ୍ଦ

ନୂଆଦିଲ୍ଳୀ: ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ବିଲକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆସନ୍ତାକାଲି ଏହି ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଥିବା ବେଳେ ଭାରତ ବନ୍ଦର ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ। ବନ୍ଦ ବେଳେ ପୂରା ଦେଶରେ ସଡ଼କ, ରେଳ ପରିବହନ ସହ ବଜାର ବନ୍ଦ ରହିବ ବୋଲି କୁହାଯାଇଛି। କୃଷକ ନେତା ଦର୍ଶନ ପାଲ କହିଛନ୍ତି କି ‘ଏହି ଆନ୍ଦୋଳନକୁ ସଫଳ କରିବାକୁ ଆମେ ଦେଶବାସୀଙ୍କୁ ଅନୁରୋଧ କରୁଛୁ’। ଅନ୍ୟପଟେ କୃଷକ ନେତା ବୁଟାସିଂ ବୁର୍ଜଗିଲ କହିଛନ୍ତି କି ଆନ୍ଦୋଳନକୁ ୪ ମାସ ପୂରିଲାଣି। ସରକାର ଏ ନେଇ କିଛି ବିଚାର କରୁଥିବା ଭଳି ମନେ ହେଉନାହିଁ। ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ। ଏହି ଭାରତ ବନ୍ଦ ପାଳନ ବେଳେ ଶାନ୍ତି ବଜାୟ ରଖିବାକୁ ସେ କୃଷକମାନଙ୍କୁ କହିଛନ୍ତି। ଏହାସହ ମାର୍ଚ୍ଚ ୨୮ ତାରିଖ ଦିନ ହୋଲିକା ଦହନ ଅବସରରେ କୃଷି ଆଇନର ପ୍ରତୀକାତ୍ମକ ଛବି ଦହନ କରାଯିବ ବୋଲି ସେ କହିଛନ୍ତି। କାଲି ଭାରତବନ୍ଦକୁ କୃଷକ ସଂଗଠନ ସହ ଅନ୍ୟାନ୍ୟ ସଂଗଠନମାନେ ସମର୍ଥନ ଜଣାଇଥିବା ବେଳେ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାର ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ରେଡ୍ଡି କହିଛନ୍ତି କି ଏହି ବନ୍ଦ ପାଳନ ଦିନ ୧ ଟା ପର୍ଯ୍ୟନ୍ତ ପାଳନ କରାଯିବ। ଦିନ ୧ ଟା ପରେ ସବୁ ସରକାରୀ ସଂସ୍ଥାନ ଖୋଲା ରହିବ ଓ ଆରଟିସି ବସ୍ ଚାଲିବ।

Share Now:

Kalinga News Beuro

Next Post

ଆସୁଛି ‘ନିର୍ମଳ’ ଯୋଜନା: ବଡ଼ ମେଡିକାଲରୁ ହଟିବେ ଘରୋଇ ସଂସ୍ଥା

Thu Mar 25 , 2021
କଟକ: କେବେ ଆସିବ ନିର୍ମଳ? କେବେଠାରୁ ଲାଗୁ ହେବ ଏହି ଯୋଜନା? ଏହାର ସଠିକ୍‌ ତଥ୍ୟ ଯଦିଓ କାହାରି ପାଖରେ ନାହିଁ ତଥାପି ଖୁବ୍‌ଶୀଘ୍ର କଟକ ବଡ଼ ଡାକ୍ତରଖା‌ନାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ଏଭଳି ବ୍ୟବସ୍ଥାରେ ଆଉ ଖାଦ୍ୟ ପାଇଁ, ସୁରକ୍ଷାକର୍ମୀ, ସଫେଇ ତଥା ବିଭିନ୍ନ ସେବା ପାଇଁ ଅଲଗା ଅଲଗା ଟେଣ୍ଡର ହେବନି। ଘରୋଇ ସଂସ୍ଥା ହଟିବେ ଓ ଏକକ ବ୍ୟବସ୍ଥା ନିର୍ମଳ ଯୋଜନା […]
ଆସୁଛି ‘ନିର୍ମଳ’ ଯୋଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial