ପିଏଫଆଇର ଲକ୍ଷ୍ୟ : ୨୦୪୭ ସୁଦ୍ଧା ଭାରତରେ ଇସ୍ଲାମୀୟ ଶାସନ

PFI

ପାଟନା : ଇସ୍ଲାମୀୟ ମୌଳବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ବିହାର ପୁଲିସ। ୨୦୪୭ ସୁଦ୍ଧା ଭାରତରେ ଇସ୍ଲାମୀୟ ଶାସନ ପ୍ରତିଷ୍ଠା କରିବା ଦିଗରେ ଏହି ସଂଗଠନ କାମ କରୁଥିବା ଜଣାପଡ଼ିଛି। ଗତ ଜୁଲାଇ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିହାର ଗସ୍ତ ସମୟରେ ଏହି ସଂଗଠନ ପକ୍ଷରୁ ତାଙ୍କୁ ଟାର୍ଗେଟ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ବିହାର ପୁଲିସ ଜାଣିପାରିଛି। ଏହି ମଡ୍ୟୁଲର ୨ ଜଣ ସଦସ୍ୟ ଅଥର ପରଭେଜ ଓ ମହମ୍ମଦ ଜଲାଲୁଦ୍ଦିନଙ୍କୁ ଗିରଫ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜଲାଲୁଦ୍ଦିନ ପୂର୍ବରୁ ଝାଡ଼ଖଣ୍ଡ ପୁଲିସରେ ଜଣେ ଅଫିସର ଭାବେ କାମ କରୁଥିଲା। ସେ ପିଏଫଆଇର ସଦସ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ପ୍ରଦାନ କରୁଥିଲା। ସେହିପରି ପରଭେଜ୍ ପୂର୍ବରୁ ସିମିର ସଦସ୍ୟ ଥିଲା। ଏବେ ସେ ପିଏଫଆଇର ସଦସ୍ୟ ଅଛି। ଏହି ଦୁଇ ଆତଙ୍କବାଦୀ ମୋଦୀଙ୍କ ଗସ୍ତର ୧୫ ଦିନ ପୂର୍ବରୁ ଫୁଲଓ୍ବାରି ସରିଫଠାରେ ତାଲିମ ନେଇଥିଲେ। ମୋଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ରକୁ ସାକାର କରିବାକୁ ସେମାନେ ଜୁଲାଇ ୬ ଓ ୭ରେ ଏକ ବୈଠକ କରିଥିଲେ। ତେବେ ବିହାର ପୁଲିସ ଫୁଲଓ୍ବାରି ସରିଫ ଉପରେ ଚଢଉ ବେଳେ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା। ଏହି ଡଢଉ ସମୟରେ ପୁଲିସକୁ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଛି। କେତେକ କାଗଜପତ୍ରରୁ ଜଣାପଡ଼ିଛି ଯେ, ଆସନ୍ତା ୨୦୪୭ ସୁଦ୍ଧା ଭାରତରେ ଇସ୍ଲାମୀୟ ଶାସନ ପ୍ରତିଷ୍ଠା କରିବା ଲାଗି ପିଏଫଆଇ କାମ କରୁଛି।

Share Now:

Kalinga News Beuro

Next Post

ମହିଳା ମାଓ କମାଣ୍ଡରର ଆତ୍ମସମର୍ପଣ

Thu Jul 14 , 2022
ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ପୁଲିସ ନିକଟରେ ଦୁର୍ଦାନ୍ତ ମହିଳା ମାଓ କମାଣ୍ଡର ଆତ୍ମସମର୍ପଣ କରିଛି। ମହିଳା ମାଓବାଦୀ ଜଣକ ହେଲେ ସରିତା ସୋଡି।ସରିତା ନାମରେ ସରକାର ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ୨୦୧୩ ମସିହାରେ ରାଜନନ୍ଦଗାଓଁ ଅନ୍ତର୍ଗତ ମାନପୁରର ଔଧୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ୨୦୧୫ ମସିହାରେ ମିରତୁର ଅନ୍ତର୍ଗତ ଚରେଲି କ୍ୟାମ୍ପ ଉପରେ ଆକ୍ରମଣ, ନାରାୟଣପୁର ଅନ୍ତର୍ଗତ କୁକୁଡାଝୋର କ୍ୟାମ୍ପ ଉପରେ […]
ମହିଳା କମାଣ୍ଡରର ଆତ୍ମସମର୍ପଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial