ତାମିଲନାଡୁର ଜଲିକଟ୍ଟୁରେ ସବ-ଇନ୍ସପେକ୍ଟରଙ୍କ ସମେତ ୩୬ଜଣ ଆହତ

ନୂଆଦିଲ୍ଲୀ: ତାମିଲନାଡୁର ମଦୁରେ ଜିଲ୍ଲାରେ ଜାନୁଆରି ୧୫ ତାରିଖରେ ପୋଙ୍ଗଲ ମହୋତ୍ସବ ସମୟରେ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ଜଲିକଟ୍ଟୁ ଆୟାଜିତ ହୋଇଛି। ଏହି ଜଲିକଟ୍ଟୁ ସମୟରେ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ୩୬ଜଣ ଆହତ ହୋଇଛନ୍ତି। ଆହତ ହୋଇଥିବା ୩୬ଜଣଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ସହାୟତା ପାଇଁ ୨୦ଟି ମେଡିକାଲ ଟିମକୁ ନି‌ୟୋଜିତ କରାଯାଇଛି।
ସୂଚନାଯୋଗ୍ୟ, ୨୦୨୪ର ପ୍ରଥମ ବଡ଼ ଜଲିକଟ୍ଟୁ ଅବନିୟାପୁରମରେ ଆରମ୍ଭ ହୋଇଯାଇଛି। ଆୟୋଜନ ପାଇଁ ୧୦୦ଟି ଷଣ୍ଢ ଓ ୬୦୦ଜଣଙ୍କୁ କାବୁ କରିବା ପାଇଁ ପଞ୍ଜିକରଣ କରାଯାଇଥିଲା। ଜିଲ୍ଲାପାଳ ସଙ୍ଗୀତାଙ୍କ ଉପସ୍ଥିତିରେ ଶପଥଗ୍ରହଣ ପରେ ସକାଳୁ ୮ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟାରେ ଶେଷ ହୋଇଛି। ଏହା ଆସନ୍ତା ତିନି ଦିନ ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ୮ ରାଉଣ୍ଡରେ ଜଲିକଟ୍ଟୁ ଆୟୋଜନ କରାଯାଇଥାଏ। ଯେଉଁଥିରେ ୫୦ରୁ ୭୫ଷଣ୍ଢଙ୍କୁ ସାମିଲ କରାଯାଇଥାଏ। ଏଥିରେ ଯେଉଁବ୍ୟକ୍ତି ଅଧିକ ମାତ୍ରାରେ ଷଣ୍ଢଙ୍କୁ ଆୟତ୍ତ କରିବେ ତାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ପଠାଯିବ।
ଏହି କାର୍ଯ୍ୟକ୍ରମକୁ ଆୟତ୍ତ କରିବା ପାଇଁ ୮୦୦ ପୁଲିସକର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଏହି ଖେଳ ଚାଲିଥିବା ବେଳେ ଷଣ୍ଢକୁ କାବୁ କରିବାକୁ ଯାଇ ଜଣେ ସବ-ଇନ୍ସପେକ୍ଟରଙ୍କୁ ମିଶାଇ ୩୬ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ରାଜାଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଜଲିକଟ୍ଟୁ ଖେଳ ଏକ ବିପଦପୂର୍ଣ୍ଣ ଖେଳ। ପ୍ରତିବର୍ଷ ଏହି ଖେଳ ହେତୁ ଲୋକଙ୍କ ଜୀବନ ଯାଉଥିବା ବେଳେ ଆଉ ଅନେକ ଏଥି‌ରେ ଆହତ ହୋଇଥାଆନ୍ତି। ଏହି ଖେଳକୁ ବନ୍ଦ କରିବାକୁ ଅନେକ ସମୟରେ ସ୍ୱର ଉଠିଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ବନ୍ଦ ହୋଇ ପାରୁନାହିଁ।

Share Now:

Kalinga News Beuro

Next Post

ଜମିବ ଖଣ୍ଡଗିରି କୁମ୍ଭ‌ମେଳା ଓ ଯାତ୍ରା : ମହତାବ ପେଣ୍ଡାଲ‌ରେ ୩ ସମ୍ରାଟ

Mon Jan 15 , 2024
ଭୁବନେଶ୍ୱର: ଫେବୃଆରୀ ୧୬ରୁ ମାଘମେଳା। ୧୮ରୁ ଆରମ୍ଭ ହେବ ଯାତ୍ରା ମହାସମର। ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା ପାଇଁ ଅପେରାପାର୍ଟି ପ୍ରସ୍ତୁତ ହୋଇଗଲେଣି। ନୂଆ ନୂଆ‌ କାହାଣୀ, ଦମ୍‌ଦାର ସଂଳାପକୁ ନେଇ ପ୍ରସ୍ତୁତ ହୋଇଥିବା ୧୩ ପାର୍ଟିକୁ ବଇନା ଦିଆ ସରିଲାଣି। କିଛି ଯାତ୍ରା କମିଟି ପ୍ରଚାର ବ୍ୟାନର୍‌ ଲଗାଇଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଲାଣି। ଘାଟିକିଆ ସନାତନ ସେବା ସଦନ, ଜାଗମରା ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜୟଦୁର୍ଗା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial