୧୦୮ ବର୍ଷ ପରେ ମଣିପୁରରେ ଦେଖା‌ ଦେଲା ରୁଷ୍‌ର ଦୁର୍ଲଭ ପକ୍ଷୀ

ଇମ୍ଫାଲ : ଦୀର୍ଘ ୧୦୮ ବର୍ଷ ପରେ ମଣିପୁରର ରାଜଧାନୀ ଉପକଣ୍ଠରେ ଗୋଟାଏ ଦୁର୍ଲଭ ରୁଷୀୟ ପକ୍ଷୀ ଦେଖା ଦେଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ‘ୱାଇଲ୍‌ଡ୍‌ ଏକ୍ସପ୍ଲୋରର୍ସ ମଣିପୁର’ ଓ ‘ଇଣ୍ଡିଆନ୍‌ କଞ୍ଜର୍‌ଭେସନ୍‌ ନେଟ୍‌ୱାର୍କ’କୁ ନେଇ ଗଠିତ ଏକ ଟିମ୍‌ ବୁଧବାର ଦିନ ମଣିପୁରର ଲାମ୍ଫେଲ୍‌ ଦଳାରେ ରୁଷ୍‌ର ବୈକାଲ୍‌ ହ୍ରଦରେ ଦେଖାଯାଉଥିବା ଚୈତି ପକ୍ଷୀ (ଛୋଟ ବତକ ଜାତୀୟ ପକ୍ଷୀ) ଦେଖିଛନ୍ତି।
ପୂର୍ବରୁ ୧୯୨୩ ମାର୍ଚ ୧୬ ତାରିଖ ଓ ୧୯୧୫ ନଭେମ୍ବର ୨୮ ତାରିଖ ଦିନ ରାଜ୍ୟରେ ଉକ୍ତ ପକ୍ଷୀ ଦେଖାଯାଇଥିଲା। ପରେ ଏହି ପକ୍ଷୀ ପ୍ରଜାତିକୁ ‘ବମ୍ବେ ନେଚୁରାଲ୍‌ ହିଷ୍ଟ୍ରି ସୋସାଇଟି’ ଚିହ୍ନଟ କରିଥିଲା। ସେବେଠାରୁ ରାଜ୍ୟରେ ଏ ପକ୍ଷୀ ଦେଖାଯାଇଥିବା ରିପୋର୍ଟ ମିଳିନାହିଁ। ତେଣୁ, ପୁଣି ଏହି ପକ୍ଷୀ ଦେଖାଯିବା ଉଲ୍ଲେଖନୀୟ ତଥା ଗୁରୁତ୍ଵପୂର୍ଣ୍ଣ ଘଟଣା ବୋଲି ‘ଡବ୍ଲୁଇଏମ୍‌’ ସଚିବ ଇ.ପ୍ରେମ୍‌ଜିତ୍‌ କହିଛନ୍ତି। ଏହି ପକ୍ଷୀକୁ ‘ସୁ-ରିତ୍‌-ମାନ୍‌’ ମଧ୍ୟ କହନ୍ତି। ପୂର୍ବ ରୁଷ୍‌ରେ ଜନ୍ମୁଥିବା ଏହି ପକ୍ଷୀ ପୂର୍ବ ଏସିଆରେ ଶୀତଋତୁ କଟାଏ। ଶିକାର ଓ ଜଳାଶୟ ହ୍ରାସ ଯୋଗୁଁ ଏହି ପକ୍ଷୀକୁ ବିଲୟମୁଖୀ ତାଲିକାଭୁକ୍ତ କରାଯାଇଛି।

Share Now:

Kalinga News Beuro

Next Post

ସିଙ୍ଗାପୁରରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

Sun Jan 14 , 2024
ଭୁବନେଶ୍ୱର: ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ସିଙ୍ଗାପୁରରେ ପ୍ରଦର୍ଶିତ ହୋଇଛି। ସିଙ୍ଗାପୁର ଓଡ଼ିଆ ସମାଜ ଏହାର ଆୟୋଜନ କରିଥିଲେ। ଏଥିରେ ପ୍ରାୟ ଶହେ ଲୋକ ଯୋଗ ଦେଇ ଫିଲ୍ମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିଥିଲେ। ଓଡ଼ିଆ ବ୍ୟତୀତ ଅନ୍ୟ ରାଜ୍ୟର ବିଭିନ୍ନ ଭାଷାଭାଷୀର ଦର୍ଶକ ମଧ୍ୟ ଏହି ସିନେମା ଦେଖିଥିଲେ। ଦର୍ଶକମାନେ ଫିଲ୍ମର ଭୁରିଭୁରି ପ୍ରଶଂସା କରିଥିଲେ।ସୂଚନାଯୋଗ୍ୟ, ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial