ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ : ଅନ୍ୟୂନ ୫ ମୃତ, ଅନେକ ଆହତ

ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ

କୋଲ୍‌କାତା: ଆଜି ସକାଳେ ପଶ୍ଚିମବଙ୍ଗର ଜଗନ୍ନାଥପୁରରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆହୁରି କେତେ ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଘଟଣାଟି ଉତ୍ତର ୨୪ ପ୍ରଗଣା ଅନ୍ତର୍ଗତ ଦତ୍ତପୁକୁର ଥାନା ଅଞ୍ଚଳରେ ଘଟିଥିବା ଏହି ବିସ୍ଫୋରଣ ପରେ ବାଣ କାରଖାନା ଭିତରେ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ପୁଲିସ କହିଛି, ଦତ୍ତପୁକୁର ଥାନା ଅଞ୍ଚଳର ନିଲ୍‌ଗୁଞ୍ଜ ଅନ୍ତର୍ଗତ ମୋସପୋଲ୍‌ରେ ଥିବା ଉକ୍ତ ବାଣ କାରଖାନାରେ ସକାଳ ପ୍ରାୟ ୧୦ ବେଳେ ବିସ୍ଫୋରଣ ଘଟିବା ସମୟରେ କେତେକ ଲୋକ କାମ କରୁଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷ ଓ ଉଦ୍ଧାକାରୀମାନେ ପହଞ୍ଚି ତଲାସ ଓ ସ୍ଥାନାନ୍ତରଣ ଅଭିଯାନ ଆରମ୍ଭ କରିଛନ୍ତି। ଦମକଳବାହିନୀ ବି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଫାୟାର୍‌ ଷ୍ଟେସନ୍‌ ଅଫିସର୍‌ ଆଶିଷ ଘୋଷ ଗଣମାଧ୍ୟମକୁ କହିଛନ୍ତି, ଏଯାବତ୍‌ ୫ଜଣଙ୍କ ଶବ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ, ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। କେତେ ମାସ ହେବ ସେଠାରେ ବେଆଇନ ଭାବେ ଏହି ବାଣ କାରଖାନା ଚାଲିଥିଲା।

Share Now:

Kalinga News Beuro

Next Post

ସୌମ୍ୟ ବାବୁ ବିଜୁ ଜନତା ଦଳକୁ ଠିକ୍ ବାଟରେ ନେବାକୁ ଚାହୁଁଛନ୍ତି : ସାଂସଦ ଅପରାଜିତା ଷଡ଼ଙ୍ଗୀ

Sun Aug 27 , 2023
ଭୁବନେଶ୍ୱର : ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲ ସମ୍ପାଦକୀୟକୁ ନେଇ ପୁଣି ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକ ଏକ ସମ୍ପାଦକୀୟ ଲେଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ଆଲେଖ୍ୟରେ ସେ ୫-ଟି ସଚିବଙ୍କ ଗସ୍ତକୁ ସମାଲୋଚନା କରିବା ସହ ଏନେଇ ବିଭିନ୍ନ ପ୍ରସଙ୍ଗର ଅବତାରଣା କରିଛନ୍ତି। ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ […]
ବିଜୁ ଜନତା ଦଳକୁ ଠିକ୍ ବାଟରେ ନେବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial