ରାହୁଲଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ମହିଳା ସାଂସଦ ସ୍ମୃତି ଇରାନୀ

ମହିଳା ସାଂସଦଙ୍କୁ ‘ଫ୍ଲାଇଙ୍ଗ୍ କିସ୍’

ଭାଷଣ ସମାପ୍ତ ପରେ ମହିଳା ସାଂସଦଙ୍କୁ ରାହୁଲ ଗାନ୍ଧିଙ୍କ ‘ଫ୍ଲାଇଙ୍ଗ୍ କିସ୍’ ଘଟଣା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଧବାରଦିନ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତାଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି କି, ‘‘ମୋତେ ଗୋଟିଏ କଥାକୁ ନେଇ ଆପତ୍ତି ରହିଛି। ଯାହା(ରାହୁଲ ଗାନ୍ଧୀ)ଙ୍କୁ ମୋ ପୂର୍ବରୁ କହିବାକୁ ଅନୁମତି ଦିଆଗଲା ସେ ଏଠାରୁ ଯିବା ପୂର୍ବରୁ ଅଭଦ୍ରାମୀ ଦେଖାଇଛନ୍ତି। ଏଭଳି ଅଭଦ୍ରାମୀ ରାହୁଲ ଗାନ୍ଧି ସଂସଦରେ ମହିଳା ସାଂସଦମାନେ ଉପସ୍ଥିତ ଥିବା ବେଳେ ଦେଖାଇଛନ୍ତି। ମହିଳାଙ୍କ ପ୍ରତି ଏଭଳି ଅସଭ୍ୟ ଆଚରଣ ସଂସଦରେ ଆଜି ଯାଏଁ କେବେ ଦେଖିବାକୁ ମିଳିନାହିଁ। ଏଭଳି ଆଚରଣ କେଉଁ ପରିବାରର ଲକ୍ଷଣ, ଯାହା ଆଜି ସାରାଦେଶ ଦେଖୁଛି।’’
ରାହୁଲ ଗାନ୍ଧି ସଂସଦରେ ନିଜ ଭାଷଣ ସମାପ୍ତ କରି ବାହାରକୁ ବାହାରିବା ସମୟରେ ମହିଳା ସାଂସଦଙ୍କୁ ଦେଖି ଫ୍ଲାଇଙ୍ଗ୍ କିସ୍ ଭଳି ଇଶାରା ଦେଇଥିଲେ। ଲୋକସଭା ଭଳି ମର୍ଯ୍ୟାଦାଜନକ ସ୍ଥାନରେ ଏଭଳି ଅସଭ୍ୟତା କ’ଣ ଗ୍ରହଣୀୟ? ଏଥିପାଇଁ ତାଙ୍କୁ ନିଶ୍ଚୟ ଦଣ୍ଡ ମିଳିବା କଥା ବୋଲି କହିଛନ୍ତି ଇରାନୀ। ରାହୁଲ ଗାନ୍ଧି ଫ୍ଲାଇଙ୍ଗ କିସ୍ ଦେବା ମାମଲାରେ ବିଜେପି ମହିଳା ସାଂସଦମାନେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାସହ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ବାଚସ୍ପତିଙ୍କ ନିକଟରେ ଦାବି ରଖିଛନ୍ତି। ତେବେ ଏହି ଘଟଣାକୁ ନେଇ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ବାଚସ୍ପତି କୌଣସି ପ୍ରତିକ୍ରିୟା ଦେଇ ନଥି‌ଲେ।

Share Now:

Kalinga News Beuro

Next Post

ଇଟାଲିରେ ବୁଡିଲା ଜାହାଜ : ୩ ଶିଶୁଙ୍କ ସମେତ ୪୧ ଶରଣାର୍ଥୀ ମୃତ

Wed Aug 9 , 2023
ରୋମ୍ : ୟୁରୋପରେ ପୁଣି ଥରେ ଏକ ଶରଣାର୍ଥୀ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ନିରୀହ ଲୋକଙ୍କ ଜୀବନ ଯାଇଛି। ଇଟାଲିର ଲାମ୍ପେଡୁସା ଦ୍ୱୀପ ନିକଟରେ ଏକ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଶିଶୁଙ୍କ ସମେତ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ଇଟାଲୀର ନ୍ୟୁଜ୍ ଏଜେନ୍ସି ଅନ୍ସା ଏହି ଦୁର୍ଘଟଣାରେ ବଞ୍ଚିଥିବା ଲୋକଙ୍କ ବୟାନ ଦେଇ ଏହି ସୂଚନା ଦେଇଛି। ସେମାନେ କହିଛନ୍ତି ଯେ ସେମାନେ ବହୁତ କଷ୍ଟରେ ଇଟାଲୀର ଲାମ୍ପେଡୁସା […]
ଇଟାଲିରେ ବୁଡିଲା ଜାହାଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial