କଂଗ୍ରେସରୁ ଇସ୍ତଫା ଦେଲେ ମହାରାଜା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ

ମହାରାଜା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମହାରାଜା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଦଳର କଶ୍ମୀର ନୀତି ସହ ତାଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ ମେଳ ଖାଉନାହିଁ ବୋଲି ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ସଂପର୍କରେ ଟୁଇଟ କରି ସେ ଲେଖିଛନ୍ତି “ ମୁଁ କଂଗ୍ରେସ ଦଳରୁ ଇସ୍ତଫା ଦେଉଛି। ଜାତୀୟ ସ୍ୱାର୍ଥ ସହ ଜଡ଼ିତ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ମୋର ବ୍ୟକ୍ତିଗତ ମତ କଂଗ୍ରେସ ଦଳର ମତ ସହ ମେଳ ଖାଉନାହିଁ। କଂଗ୍ରେସ ପ୍ରକୃତ ବାସ୍ତବତାଠାରୁ ଦୂରରେ ରହିଛି।“ ବିକ୍ରମାଦିତ୍ୟ ବରିଷ୍ଠ କଂଗ୍ରେସ ନେତା ଡ. କରନ ସିଂଙ୍କ ପୁଅ । ସେ ୨୦୧୯ ଲୋକସଭା ନିର୍ବାଚନରେ ଉଦ୍ଧମପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଲଢିଥିଲେ। ସେ ମଧ୍ୟ ୨୦୧୫ରେ ଜମ୍ମୁ ଓ କଶ୍ମୀର ବିଧାନ ପରିଷଦର ସଦସ୍ୟ ମନୋନୀତ ହୋଇଥିଲେ। ୨୦୧୫ ଅଗଷ୍ଟରେ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ ଜମ୍ମୁ ଓ କଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ସଦସ୍ୟ ଥିଲେ। ସୂଚନାଯୋଗ୍ୟ ଯେ ୧୯୪୭ରେ ଭାରତ ସ୍ୱାଧୀନତା ଓ ବିଭାଜନ ସମୟରେ ମହାରାଜା ହରି ସିଂ ଜମ୍ମୁ ଓ କଶ୍ମୀରର ମହାରାଜା ଥିଲେ। କଶ୍ମୀର ଉପରେ ପାକିସ୍ତାନ ଆକ୍ରମଣ କରିବା ପରେ ସେ ଭାରତ ସହ ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର କରିଥିଲେ।

Share Now:

Kalinga News Beuro

Next Post

ଆଜି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ଏକାଦଶାହ: ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ଭାଙ୍ଗିପଡ଼ିଛି ପରିବାର

Tue Mar 22 , 2022
ଭୁବନେଶ୍ୱର: ଆଜି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ଏକାଦଶାହ। ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ପରିବାର ଭାଙ୍ଗି ପଡ଼ିଛନ୍ତି। ୩ ମାସ ତଳେ ସ୍ୱୟଂ ସହାୟକ ଗୋଷ୍ଠୀରୁ ୮୦ ହଜାର ଟଙ୍କା ଲୋନ୍ ଆଣି ମାନସଙ୍କ ମା’ ତାଙ୍କୁ ନୂଆ ଭିଡିଓ କ୍ୟାମେରା କିଣି ଦେଇଥିଲେ। ଯାହାର ମାତ୍ର ୧୩୦୦ ଟଙ୍କା ଲେଖାଏଁ ୩ ଗୋଟି କିସ୍ତି ସୁଝା ଯାଇଥିବା ମାନସଙ୍କ ମା’ କହିଛନ୍ତି। ବଡ଼ କଥା ହେଉଛି କ୍ୟାମେରା […]
ଆଜି କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ଏକାଦଶାହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial