କେରଳରେ ବୁଲା କୁକୁର ଆତଙ୍କ : ଏୟାର୍‌ ଗନ୍‌ ଧରି ପିଲାଙ୍କୁ ମଦ୍ରାସା ନେଇ ଯାଉଛନ୍ତି କେରଳୀ ବ୍ୟକ୍ତି

କେରଳରେ ବୁଲା କୁକୁର ଆତଙ୍କ

କୋଝିକୋଡ୍‌: କେରଳର ରାଜ୍ୟରେ ବୁଲା କୁକୁର ଆତଙ୍କ ପରିସ୍ଥିତିରେ ଜଣେ ବ୍ୟକ୍ତି ଗୁଳିଭରା ଏୟାର୍‌ ଗନ୍‌ ଧରି ତାଙ୍କ ଝିଅ ଏବଂ ଅନ୍ୟ ପିଲାମାନଙ୍କୁ କସାରାଗୋଡ୍‌ସ୍ଥିତ ମଦ୍ରାସାକୁ ବାଟ କଢ଼େଇ ନେଉଥିବା ଏକ ଭିଡିଓରେ ଦେଖାଯାଉଛି। ଭିଡିଓ ଦୃଶ୍ୟରେ ଦେଖାଯାଉଛି, ପାଲ୍ଲିକେରେ ପଞ୍ଚାୟତ ଅନ୍ତର୍ଗତ ବେକାଲ୍‌ ଅଞ୍ଚଳର ହାଦାଦା ନଗରବାସୀ ସମୀର ଟି. ତାଙ୍କ ୯ ବର୍ଷୀୟ ରିଫା ସୁଲ୍‌ତାନାଙ୍କ ସମେତ ଅନ୍ୟ ପିଲାମାନଙ୍କ ଆଗରେ ଏୟାର୍‌ଗନ୍‌ ଧରି ଚାଲିଛନ୍ତି। ବଡ଼ ପାଟିରେ ସମୀର କହୁଛନ୍ତି ଯେ, ପିଲାମାନଙ୍କୁ କୌଣସି ବୁଲା କୁକୁର ଆକ୍ରମଣ କଲେ ସେ ଗୁଳି ଚଳାଇବେ। ତାଙ୍କ ପୁଅ ଉତ୍ତୋଳନ କରିଥିବା ଉକ୍ତ ଭିଡିଓଟି ହ୍ବାଟସ୍‌ଆପ୍‌ରେ ସେୟାର୍‌ କରିବାକ୍ଷଣି ସାମାଜିକ ଗଣମାଧ୍ୟମରେ ସେୟାର୍‌ ହୋଇଚାଲିଛି। ବୁଲା କୁକୁରଙ୍କ ଭୟରେ ମଦ୍ରାସା ଯିବେ ନାହିଁ ବୋଲି ଗୁରୁବାର ସକାଳେ ରିଫା କହିବା ପରେ ସମୀର ପିଲାମାନଙ୍କୁ ସାଥିରେ ଧରି ମଦ୍ରାସାକୁ ଯାଇଥିଲେ। ସେ କହିଛନ୍ତି, ମୋ ଘରଠାରୁ ମଦ୍ରାସା ହେଉଛି ୬୦ ମିଟର୍‌ ଦୂର। କିନ୍ତୁ, ସେ ଅଞ୍ଚଳରେ ଗୁଡ଼ାଏ ବୁଲା କୁକୁର ଅଛନ୍ତି। ବାହାରକୁ ବାହାରିବାକୁ ଡରୁଛନ୍ତି ବୋଲି ଏ ଅଞ୍ଚଳର ଅନ୍ୟ ପିଲାମାନେ ବି କହୁଛନ୍ତି। ତେଣୁ, ପିଲାଙ୍କ ମନରେ ସାହସ ଦେବା ପାଇଁ ପତ୍ନୀଙ୍କୁ କହି ଏୟାର୍‌ ଗନ୍‌ ଆଣି ପିଲାଙ୍କୁ ନେଇ ମଦ୍ରାସା ଆସିଲି। ସେ ଆହୁରି ମଧ୍ୟ କହିଛନ୍ତି କି, ମଦ୍ରାସାରୁ ପଢ଼ିସାରି ଫେରିବା ବାଟରେ ସକାଳ ୯ଟା ବେଳେ ଜଣେ ପିଲାକୁ ବୁଲା କୁକୁରଟିଏ କାମୁଡ଼ି ପକାଇଛି। ଏହି ଭିଡିଓ ଜରିଆରେ ମୁଁ ଜନସାଧାରଣଙ୍କ ଅସୁବିଧା ବିଷୟରେ ସରକାରୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି।

Share Now:

Kalinga News Beuro

Next Post

ଭାରତୀୟ ମହିଳା ପାଇଲଟ ଉଡାଇବେ ଚିନୁକ ହେଲିକପ୍ଟର

Sat Sep 17 , 2022
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦେଶର ସୁରକ୍ଷା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଏ। ଭାରତୀୟ ବାୟୁସେନା ବିଶ୍ୱରେ ନିଜର ପ୍ରାଧାନ୍ୟ ବଜାୟ ରଖିଥିବାବେଳେ ବର୍ତ୍ତମାନ ରାଫେଲ, ମିରାଜ୍, ମିଗ୍ ବିମାନ ଭଳି ଯୁଦ୍ଧ ବିମାନ ବାୟୁସେନାରେ ଥିବାବେଳେ ଏଥି ସହିତ, ଚିନୁକ୍ ହେଲିକପ୍ଟର ମଧ୍ୟ ବାୟୁସେନାର ଗର୍ବ ହୋଇ ରହିଆସିଛି। ତେବେ ବର୍ତ୍ତମାନ ଚିନୁକ୍ ହେଲିକପ୍ଟର ଉଡ଼ାଇବାକୁ ପ୍ରଥମ ଥର ପାଇଁ ଦୁଇଜଣ ମହିଳା ପାଇଲଟଙ୍କୁ ନିୟୋଜିତ କରାଯିବ। ସୂଚନା […]
ମହିଳା ପାଇଲଟ ଉଡାଇବେ ଚିନୁକ ହେଲିକପ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial