କରୋନାକୁ ନେଇ ଆସିଲା ଶୁଭ ଖବର: ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ପ୍ରଥମ ୨ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ ଘରକୁ

ମୁମ୍ବାଇ/ ପୁଣେ: ସଂପ୍ରତି ବିଶ୍ୱବ୍ୟାପି ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସମଗ୍ର ଦେଶରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଜି କରୋନାକୁ ନେଇ ଏକ ଶୁଭ ଖବର ଆସିଛି। ମହାରାଷ୍ଟ୍ରର ପୁଣେରେ ସର୍ବପ୍ରଥମ କୋଭିଡ୍‌-୧୯ ଆକ୍ରାନ୍ତ ରୂପେ ଦୁଇ ସପ୍ତାହ ପୂର୍ବେ ଚିହ୍ନଟ ହୋଇଥିବା ଦୁଇଜଣ କରୋନା ରୋଗୀ ଏବେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ସହ ପୂରା ସୁସ୍ଥ ଅଛନ୍ତି। ଏବଂ ଆଜି ସେମାନଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯିବା ସହ ନିଜ ନିଜର ଘରକୁ ପଠାଇ ଦିଆଯାଇଛି ବୋଲି ମହାରାଷ୍ଟ୍ର ସରକାରଙ୍କର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରସଙ୍ଗକ୍ରମେ ଏହି ଦୁଇଜଣ ହିଁ ଥିଲେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ଦୁଇ କରୋନା ବା କୋଭିଡ୍‌-୧୯ ଆକ୍ରାନ୍ତ। ସେମାନଙ୍କ ସ୍ୱାବ୍‌ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେମାନଙ୍କୁ କରୋନା ଆକ୍ରାନ୍ତ ରୂପେ ଘୋଷଣା କରାଯାଇଥିଲା ଓ ସେମାନଙ୍କୁ ପୁଣେ ମୁନ୍ୟୁସିପାଲ ହସ୍ପିଟାଲରେ ରଖାଯିବା ସହ ସେମାନଙ୍କ ଚିକିତ୍ସା ଆରମ୍ଭ କରା ଯାଇଥିଲା। ଦୁଇ ସପ୍ତାହ ଧରି ଚିକିତ୍ସାଧୀନ ରହିବା ପରେ ଏବେ ସେମାନଙ୍କ ନମୁନା ଆଉ ଦୁଇ ଦୁଇ ଥର ପରୀକ୍ଷା କରା ଯାଇଥିଲା। ଦୁଇଥର ଯାକର ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଏବେ ସେମାନେ ସଂପୂର୍ଣ୍ଣ କରୋନା ମୁକ୍ତ ଥିବା ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ସର୍ବମୋଟ ୫୩୬ ଜଣଙ୍କୁ କରୋନା ବା କୋଭିଡ୍‌-୧୯ ଆକ୍ରାନ୍ତ ରୂପେ ଚିହ୍ନଟ କରା ଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୦୭ ଜଣ ହେଉଛନ୍ତି କେବଳ ମହାରାଷ୍ଟ୍ରର।

Share Now:

Kalinga News Beuro

Leave a Reply

Next Post

କରୋନା ଯୁଦ୍ଧ ପାଇଁ ସ୍ୱଚ୍ଛାସେବୀ ହେବାକୁ ଚାଁହୁଥିଲେ ଏଠାରେ ଆବେଦନ କରନ୍ତୁ

Wed Mar 25 , 2020
ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନିଆ ତାଲା ପକାଇବାକୁ ଘୋଷଣା କରିଛନ୍ତି। ଏହା ଅଧୀନରେ ଲୋକଙ୍କୁ ଆସନ୍ତା ତିନି ସପ୍ତାହ ପର୍ଯ୍ୟନ୍ତ ନିଜ ଘରେ ରହିବାକୁ ପଡିବ। ଏହା ବ୍ୟତୀତ ସାଧାରଣ ଲୋକଙ୍କ ନିକଟରେ କରୋନା ଭୂତାଣୁ ବିଷୟରେ ସୂଚନା ବିସ୍ତାର କରିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ବୁଧବାର କେନ୍ଦ୍ର ସରକାର ଏକ ୱେବସାଇଟ୍ ଉନ୍ମୋଚନ କରିଛନ୍ତି ଯେଉଁଥିରେ କରୋନା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial