ଜୟପୁର : ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦେଖାଦେଇଥିବା ବିବାଦ ତୁଟିନଥିବା ବେଳେ ଫିଲ୍ମର ଶୁଭମୁକ୍ତି ପାଇଁ ଫିଲ୍ମ ନିର୍ମାତାମାନେ ଆଶା ବାନ୍ଧି ବସିଛନ୍ତି। ଫିଲ୍ମଟିକୁ ପୁଙ୍ଖାନୁପୁଙ୍ଖ ଦେଖି ତାହାର କଥାବସ୍ତୁକୁ ତର୍ଜ୍ଜମା କରିବା ଲାଗି ସିବିଏଫ୍ସି ଏକ ଐତିହାସିକମଣ୍ଡଳୀ ଗଠନ କରିଛନ୍ତି। ତେବେ ଏହି ମଣ୍ଡଳୀର ଐତିହାସିକ ତଥା ଜୟପୁର ଅଗ୍ରଓ୍ଵାଲ ସ୍ନାତକୋତ୍ତର ମହାବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ଆର୍ଏସ ଖଙ୍ଗାରୋତ୍ ଆଜି ଦେଇଥିବା ରୋଚକ ତଥ୍ୟ ଏହାର ଶୁଭମୁକ୍ତି ଦିଗରେ ଆଶା ସଞ୍ଚାର କରିଛି। ଅପରପକ୍ଷେ, ପଦ୍ମାବତୀ ସିନେମାରେ ଉଭୟ ଇତିହାସ ଏବଂ କିମ୍ବଦନ୍ତୀର ମିଶ୍ରଣ ହୋଇଛି ବୋଲି ଖଙ୍ଗାରୋତ ରଖିଥିବା ମତର ତର୍ଜ୍ଜମା କରିବାକୁ ସିବିଏଫ୍ସି କେତେ ସମୟ ନେଉଛି ଏବଂ ଫିଲ୍ମଟିକୁ କେବେ ପ୍ରଦର୍ଶନ ପ୍ରମାଣପତ୍ର ମିଳିବ ତାହାକୁ ସିନେପ୍ରେମୀମାନେ ଚାହିଁ ବସିଛନ୍ତି।
Share Now: