ଏକ କାଳୀନ ନିର୍ବାଚନକୁ ନେଇ ମୁହଁ ଖୋଲିଲେ ସିଇସି: ଏବେ ଗୋଟିଏ ଦେଶ, ଗୋଟିଏ ଭୋଟ୍‌ ଅସମ୍ଭବ

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏକକାଳୀନ ନିର୍ବାଚନ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଆଜି ଏ ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଓପି ରାୱତ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଦେଶରେ ଏକକାଳୀନ ନିର୍ବାଚନ ବର୍ତ୍ତମାନ ସ୍ଥିତିରେ ଅସମ୍ଭବ। ଏକକାଳୀନ ନିର୍ବାଚନ କରିବାକୁ ହେଲେ ସମ୍ବିଧାନରେ ପ୍ରଚଳିତ ଆଇନ୍‌କୁ ସଂଶୋଧନ କରିବାକୁ ପଡ଼ିବ। ସେହିପରି ଏକକାଳୀନ ନିର୍ବାଚନ ପାଇଁ ପର୍ଯ୍ୟାପ୍ତ ପରିମାଣର ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମେସିନ୍‌ ନାହିଁ। ଏତେ ସଂଖ୍ୟାରେ ଭୋଟ୍‌ ସରଞ୍ଜାମ ଯୋଗାଡ଼ ପାଇଁ ୨ରୁ ୩ ବର୍ଷ ସମୟ ଲାଗିବ ବୋଲି ସେ କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ରାୱତ୍‌ କହିଛନ୍ତି “ ଯଦି କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ସହ ୧୧ଟି ରାଜ୍ୟର ବିଧାନସଭା ନିର୍ବାଚନ କରାଇବାକୁ ଚାହୁଁଛନ୍ତି,ତା’ହେଲେ କୌଣସି ଅସୁବିଧା ନାହିଁ। କିନ୍ତୁ ୧୧ଟି ରାଜ୍ୟରେ ଏକକାଳୀନ୍‌ ଭୋଟ୍ ଗ୍ରହଣ ପାଇଁ ଆବଶ୍ୟକ ସଂଖ୍ୟକ ଇଭିଏମ୍‌ କିମ୍ବା ଭିଭିପ୍ୟାଟ୍‌ ମେସିନ ଆମ ପାଖରେ ନାହିଁ। ଏହାକୁ ନିର୍ମାଣ ପାଇଁ ଢେର ସମୟ ଲାଗିବ। ଏକକାଳୀନ ନିର୍ବାଚନ ହେବ କି ନାହିଁ କିମ୍ବା ଭିଭିପ୍ୟାଟ୍‌ ଓ ଇଭିଏମ୍‌ ମେସିନ୍‌ ବରାଦ୍‌ ଦିଆଯିବ କି ନାହିଁ, ତା’ର ନିଷ୍ପତ୍ତି ଦୁଇରୁ ତିନି ମାସ ମଧ୍ୟରେ ଚୂଡ଼ାନ୍ତ ହେବ। ବାସ୍ତବତା ସମ୍ପର୍କରେ ସମସ୍ତେ ଅବଗତ ହେବା ଦରକାର।” ବିଜେପି ଆସନ୍ତାବର୍ଷ ଲୋକସଭା ପାଇଁ ସାଧାରଣ ନିର୍ବାଚନ ସହ ୧୧ଟି ରାଜ୍ୟରେ ଏକକାଳୀନ ବିଧାନସଭା ନିର୍ବାଚନ କରିବାକୁ ଉଦ୍ୟମ ଆରମ୍ଭ କରିଥିବାର ସୂଚନା ମିଳିବା ପରେ ସିଇସି ଏଭଳି ପ୍ରତିକ୍ରିୟା ରଖିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଏମ୍‌ସ ଡାକ୍ତରଙ୍କ ସାଂଘାତିକ ତ୍ରୁଟି : ଶିଶୁକୁ ଦେଇଦେଲେ କ୍ୟାନ୍‌ସର୍‌ ଇଞ୍ଜେକ୍‌ସନ୍‌

Wed Aug 15 , 2018
ଭୁବନେଶ୍ୱର : ଏମ୍‌ସକୁ ଚିକିତ୍ସା ପାଇଁ ଆସିଥିବା ଜଣେ ଶିଶୁକନ୍ୟା ଆଜି ଡାକ୍ତରଙ୍କୁ ଗୁରୁତର ତ୍ରୁଟିର ଶିକାର ହୋଇଛି। ଶିଶୁକନ୍ୟାର ବେକରେ ହୋଇଥିବା ରୋଗ ପାଇଁ ତାଙ୍କୁ କ୍ୟାନସର୍‌ ନିରୋଧୀ ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାର ଅବସ୍ଥା ଏବେ ଗୁରୁତର ଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଏମ୍‌ସରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କର୍ତୃପକ୍ଷ କିନ୍ତୁ ଏଭଳି କୌଣସି ଘଟଣା ସଂପର୍କରେ ଜାଣି ନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial