ଚନ୍ଦ୍ରପୃଷ୍ଠରେ ଚାଇନିଜ୍ ଓ ଭାରତୀୟ ରୋଭର ପରସ୍ପରକୁ ଭେଟିବାର ସମ୍ଭାବନା ଅଛି କି? ଆସନ୍ତୁ ଜାଣିବା

ଚନ୍ଦ୍ରପୃଷ୍ଠରେ ଚାଇନିଜ୍ ଓ ଭାରତୀୟ ରୋଭର

ନୂଆଦିଲ୍ଲୀ: ଭାରତର ‘ଚନ୍ଦ୍ରଯାନ- ୩’ ମିଶନ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ଅବତରଣ କରିବାର ଏକ ସପ୍ତାହ ବିତିଗଲାଣି। ଚନ୍ଦ୍ରକୁ ଯିବା ‌ପରେ ‘ଚନ୍ଦ୍ରଯାନ- ୩’ର ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରୁ ଅନେକ ତଥ୍ୟ ପଠାଉଛି। ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ଭାରତର ରୋଭର ବ୍ୟତୀତ ଚୀନର ରୋଭର ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ ସକ୍ରିୟ ରହିଛି, ଯାହାର ନାମ ‘ୟୁତୁ-୨’ ରୋଭର। ଏହାକୁ ଚୀନ୍ ଦ୍ୱାରା୨୦୧୯ରେ ଚନ୍ଦ୍ର ମିଶନ୍ ‘ଚାଙ୍ଗ୍ ୪’ ଅଧୀନରେ ଚନ୍ଦ୍ରକୁ ପଠାଯାଇଥିଲା। ତେବେ, ଏହି ରୋଭରଟି ଚନ୍ଦ୍ରର ଦକ୍ଷିଣ ମେରୁରେ ନଥିବାରୁ ‘ୟୁତୁ-୨’ କେଉଁଠାରେ ଅଛି ଏବଂ ଏହା ଭାରତର ରୋଭରଠାରୁ କେତେ ଦୂରରେ ରହିଛି, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।
ଚୀନ୍ ଏହାର ରୋଭର ବିଷୟରେ ବହୁତ କମ୍ ସୂଚନା ଦେଇଥିବାରୁ ‘ୟୁତୁ-୨’କୁ ନେଇ ଅଧିକ ସୂଚନା ଉପଲବ୍ଧ ନାହିଁ। ତେବେ ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଚାଇନାର ରୋଭର ଚନ୍ଦ୍ର ପୃଷ୍ଠରେ ସକ୍ରିୟ ଅଛି। ରିପୋର୍ଟରେ କୁହାଯାଇଛି ଯେ ଚାଇନାର ରୋଭର ଚନ୍ଦ୍ରପୃଷ୍ଠରେ ରାତି ହେଲେ ଏବଂ ତାପମାତ୍ରା ମାଇନସ୍ ୧୭୦ଡିଗ୍ରୀ ସେଲସିୟସ ତଳକୁ ଖସିଗଲେ ବନ୍ଦ ହୋଇଯାଏ ଏବଂ ପୁଣି ଥରେ ଦିନ ହେଲେ ସକ୍ରିୟ ହୁଏ। ଚନ୍ଦ୍ରରେ ଗୋଟିଏ ରାତି ପୃଥିବୀର ପ୍ରାୟ ୧୪ରାତି ସହିତ ସମାନ। ତେବେ ‘ୟୁତୁ-୨’ ଓ ପ୍ରଜ୍ଞାନ ରୋଭର ପରସ୍ପରକୁ ଭେଟିବେ କି ନାହିଁ ପ୍ରଶ୍ନ ଉଠୁଥିବା ବେଳେ ଏହା ଅସମ୍ଭବ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ଉଭୟ ରୋଭର ମଧ୍ୟରେ ଦୂରତା ୧୯୪୮କିଲୋମିଟର ଥିବା ବେଳେ ଦୁଇଟି ରୋଭର ଅବତରଣ ସ୍ଥଳଠାରୁ ମାତ୍ର କିଛି ମିଟର ଯାଇ ପାରିବେ।

Share Now:

Kalinga News Beuro

Next Post

ବିଳମ୍ବିତ ରାତିରେ ଲାଗିଲା ନିଆଁ : ଗୁହାଳରେ ଜଳିଗଲେ ୭୦ମେଣ୍ଢା, ୩୦ ଆହତ

Wed Aug 30 , 2023
ପୁରୀ: ମେଣ୍ଢା ଗୁହାଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୭୦ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି। ଆହୁରି ୩୦ଟି ମେଣ୍ଢା ଆହତ ଅଛନ୍ତି। ପ୍ରାୟ ୧୦୦ ମେଣ୍ଢାକୁ ଉଦ୍ଧାର କରାଯାଇପାରିଛି। ପୁରୀ ସଦର ବ୍ଲକ ତଳଜଙ୍ଗର ଡିହସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅପ୍ରୀତିକର ଘଟଣା ଘଟିଛି। ‌ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତି ପୁରୀ ସଦର ବ୍ଲକ ତଳଜଙ୍ଗର ଡିହସାହିରେ ଏକ ମେଣ୍ଢା ଫାର୍ମରେ ନିଆଁ ଲାଗିଥିଲା। ଏଥିରେ […]
ଗୁହାଳରେ ଜଳିଗଲେ ୭୦ମେଣ୍ଢା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial