ବେଙ୍ଗାଲୁରୁ: ‘ବିଟ୍କଏନ୍’ ସ୍କାମ୍ର ଅଭିଯୁକ୍ତମାନେ ‘ଜନଧନ ଆକାଉଣ୍ଟ୍’ ‘ହାଇଜାକ୍’ କରିବା ସହ ପ୍ରତି ଆକାଉଣ୍ଟ୍ରୁ ୨ ଟଙ୍କା କରି ସମୁଦାୟ ପ୍ରାୟ ୬୦୦୦ କୋଟି ଟଙ୍କା ଟ୍ରାନ୍ସ୍ଫର୍ କରି ନେଇଥିବା କଥା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ଅଭିଯୋଗ କରିଛନ୍ତି। କୁମାରସ୍ବାମୀ କହିଛନ୍ତି, ଜନଧନ ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ସୂଚନା ପାଇଛି। ଏ କଥାରେ କେତେ ସତ୍ୟତା ଅଛି ତାହା ଜାଣେନା। ସମୁଦାୟ ୬ କୋଟି ଟଙ୍କା ହେବ। କେବଳ ଜନଧନରୁ ଏ ଟଙ୍କା ଯାଇଛି। ଆହୁରି ମଧ୍ୟ କୁମାରସ୍ବାମୀ କହିଛନ୍ତି ଯେ, ‘ବିଜେପି’ ସରକାର ଏହାକୁ ଲୁଚାଇବା ପାଇଁ ଉଦ୍ୟମ କରୁଥିବା ସନ୍ଦେହ ହେଉଛି। ସୂଚନାଯୋଗ୍ୟ, ‘ବିଟ୍କଏନ୍’ ହେଉଛି ଗୋଟାଏ ‘କ୍ରିପ୍ଟୋକରେନ୍ସି’ (ଅଦୃଶ୍ୟ ମୁଦ୍ରା) ଯାହାକୁ ଭାରତ ସମେତ ଅନେକ ଦେଶ ଆଇନଗତ ମୁଦ୍ରା ଭାବେ ସ୍ବୀକୃତି ଦେଇନାହାନ୍ତି। ଏହି ‘ବିଟ୍କଏନ୍’ ଦୁର୍ନୀତି କର୍ଣ୍ଣାଟକ ସରକାରଙ୍କୁ ଦୋହଲାଇ ଦେଇଛି। ବିରୋଧୀ କଂଗ୍ରେସ ନେତାମାନେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସରକାରୀ ଅଧିକାରୀମାନେ ସହରର ଅନ୍ୟତମ ହ୍ୟାକର୍ ଶ୍ରୀକୃଷ୍ଣ ଓରଫ୍ ଶ୍ରୀକିଙ୍କ ଠାରୁ ୯ କୋଟି ଟଙ୍କାର ‘ବିଟ୍କଏନ୍’ ଜବତ କରିବା ପରେ ‘ପ୍ରଭାବଶାଳୀ ରାଜନେତାମାନେ’ ଉକ୍ତ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି। ଶ୍ରୀକୃଷ୍ଣ ମଧ୍ୟ ସରକାରୀ ପୋର୍ଟାଲ୍ ହ୍ୟାକିଙ୍ଗ୍ କରିଥିବା ଅଭିଯୋଗ ହୋଇଥିଲା। ‘ଡାର୍କ ନେଟ୍’ ଜରିଆରେ ଡ୍ରଗ୍ ସଂଗ୍ରହ କରି ସେ ‘କ୍ରିପ୍ଟୋକରେନ୍ସି’ରେ ଦେୟ ପୈଠ କରୁଥିଲେ।
‘ବିଟ୍କଏନ୍’ ସ୍କାମ୍ର ଅଭିଯୁକ୍ତ ‘ଜନଧନ ଆକାଉଣ୍ଟ୍’ ‘ହ୍ୟାକ୍’ କରି ୬୦୦୦ କୋଟି ଲୁଟ କରିଛନ୍ତି: କୁମାରସ୍ବାମୀ

Share Now: