ଆଜି ‘ଇଡି’ରେ ହାଜର ହେବେନି କେଜ୍ରିୱାଲ : ‘ରୋଡ୍‌ସୋ’ ପାଇଁ ମଧ୍ୟପ୍ରଦେଶ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଇଡ଼ିରେ ହାଜର ହେବେନି କେଜ୍ରିୱାଲ

ନୂଆଦିଲ୍ଲୀ: ସମନ ଅନୁସାରେ ଆଜି ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ (ଇଡି) କାର୍ଯ୍ୟାଳୟରେ ହାଜର ନ ହୋଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ଙ୍କ ସହିତ ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶ ରାଜ୍ୟକୁ ଯାଇ ‘ରୋଡ୍‌ସୋ’ କରିବେ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଜେରା ପାଇଁ କେଜ୍ରିୱାଲ୍‌ ଆଜି ପୂର୍ବାହ୍ନ ୧୧ଟା ବେଳେ ‘ଇଡି’ କାର୍ଯ୍ୟାଳୟରେ ହାଜର ହେବା କଥା। କିନ୍ତୁ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ‘ଇଡି’କୁ ଚିଠି ଲେଖି କହିଛନ୍ତି ଯେ, ମଦ ନୀତି ମାମଲାରେ ପଠାଇଥିବା ସମନ୍‌ ସେମାନେ ଫେରାଇ ନିଅନ୍ତୁ। ଚିଠିରେ କେଜ୍ରିୱାଲ୍‌ ଆହୁରି ମଧ୍ୟ ଲେଖିଛନ୍ତି, ବେଆଇନ ଓ ରାଜନୈତିକ ଅଭିସନ୍ଧିମୂଳକ ‘ଇଡି’ର ଏହି ସମନ୍‌ ‘ବିଜେପି’ର ନିର୍ଦ୍ଦେଶକ୍ରମେ ପଠାଯାଇଛି। ତେଣୁ, ସେମାନେ ତୁରନ୍ତ ଏହି ନୋଟିସ୍‌ ପ୍ରତ୍ୟାହାର କରି ନିଅନ୍ତୁ। ଆଜି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ନିମନ୍ତେ କେଜ୍ରିୱାଲ୍‌ ସିଙ୍ଗ୍‌ରୋଲି ଅଭିମୁଖେ ଯାଇ ସେଠାରେ ‘ରୋଡ୍‌ସୋ’ କରିବେ। ଏଥିପାଇଁ ସେ କହିଛନ୍ତି, ଚାରିଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ତାଙ୍କୁ ବାଧା ପାଇଁ ‘ଇଡି’ ନୋଟିସ୍‌ ପଠାଯାଇଛି। ‘ଆପ୍‌’ ମଧ୍ୟ ଅଭିଯୋଗ କରିଛି ଯେ, ରାଜନୈତିକ ଅଭିସନ୍ଧିମୂଳକ ମାମଲାରେ କେନ୍ଦ୍ର ସରକାର କେଜ୍ରିୱାଲ୍‌ଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି।

Share Now:

Kalinga News Beuro

Next Post

ମାତିଛି ମଣିଷଖିଆ ବାଘ : ଭୟରେ ସ୍କୁଲ ଓ ଅଙ୍ଗନବାଡ଼ିକୁ ପିଲାଙ୍କୁ ଛାଡୁନାହନ୍ତି ଅଭିଭାବକ

Thu Nov 2 , 2023
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ ଗୋଧସପଡ଼ାରେ ସୋମବାର ସଂଧ୍ୟାରେ ଗାଁରେ ଖେଳୁଥିବା ବେଳେ ଜଣେ ୬ ବର୍ଷର ବାଳକଙ୍କୁ ବାଘ ଟାଣି ନେଇ ମାରିବା ପରେ ଗାଁରେ ଭୟର ବାତାବରଣ ଲାଗି ରହିଛି। ବାଳକକୁ ବାଘ ମାରିବା ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଗାଁରେ ବାଘର ଆତଙ୍କ ଦେଖା ଦେଇଛି। ବାଘ ରାତିରେ ଗାଁରେ ପଇଁତରା ମାରୁଥିବା ବେଳେ ସଂଧ୍ୟା […]
ମାତିଛି ମଣିଷଖିଆ ବାଘ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial