ମାତିଛି ମଣିଷଖିଆ ବାଘ : ଭୟରେ ସ୍କୁଲ ଓ ଅଙ୍ଗନବାଡ଼ିକୁ ପିଲାଙ୍କୁ ଛାଡୁନାହନ୍ତି ଅଭିଭାବକ

ମାତିଛି ମଣିଷଖିଆ ବାଘ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ ଗୋଧସପଡ଼ାରେ ସୋମବାର ସଂଧ୍ୟାରେ ଗାଁରେ ଖେଳୁଥିବା ବେଳେ ଜଣେ ୬ ବର୍ଷର ବାଳକଙ୍କୁ ବାଘ ଟାଣି ନେଇ ମାରିବା ପରେ ଗାଁରେ ଭୟର ବାତାବରଣ ଲାଗି ରହିଛି। ବାଳକକୁ ବାଘ ମାରିବା ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଗାଁରେ ବାଘର ଆତଙ୍କ ଦେଖା ଦେଇଛି। ବାଘ ରାତିରେ ଗାଁରେ ପଇଁତରା ମାରୁଥିବା ବେଳେ ସଂଧ୍ୟା ପରେ ଗ୍ରାମବାସୀ ଘରୁ ପଦାକୁ ବାହାରୁ ନାହନ୍ତି। ସେହିପରି ବାଘ ଭୟରେ ନିଜ ପିଲାମାନଙ୍କୁ ଅଭିଭାବକ ମାନେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପଠାଉନାହାନ୍ତି। ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ମଣିଷଖିଆ ବାଘ କେଉଁ ସମୟରେ ଗାଁକୁ ଆସି ପୁଣି ଆକ୍ରମଣ କରିବ କହିହେବ ନାହିଁ। ଗୋଧସପଡ଼ାରେ ୨୦ରୁ ୨୫ ଜଣ ପ୍ରତିଦିନ ଲୋଡ୍ରାରେ ଥିବା ସ୍କୁଲ ଓ ଅଙ୍ଗନବାଡ଼ି ଯାଉଥିଲେ। ତେବେ ଗୋଧସପଡ଼ାରୁ ଲୋଡ୍ରାର ଦୂରତା ୨ କିମି ହେବ। ଅଭୟାରଣ୍ୟ ଜଙ୍ଗଲ ଦେଇ ସେଠାକୁ ଯିବାକୁ ପଡ଼ିଥାଏ। ତେଣୁ ବାଘ ଭୟରେ ସୋମବାରଠାରୁ ଅଭିଭାବମାନେ ଛାଡ଼ୁ ନାହାନ୍ତି। ସେପରି ଗୋଧସପଡ଼ାରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଗ୍ରାମର ଓମ୍‌କାର ଧରୁଆ, ଅର୍ଜୁନ ଧରୁଆ, ମଧୁ ଧରୁଆ ଜିଲ୍ଲା ପ୍ରଶାସନଠାରେ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେଇ ଏହି ପଡ଼ାରେ ଏକ ମିନି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ପଡ଼ାବାସୀ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଫାଇନାନସ କର୍ମଚାରୀଙ୍କୁ ଲୁଟ୍ ଉଦ୍ୟମ : ୨ ଲୁଟେରାଙ୍କୁ କାବୁ କଲେ ଗ୍ରାମବାସୀ

Thu Nov 2 , 2023
ବାଲିପାଟଣା : ଫାଇନାନସ କର୍ମଚାରୀଙ୍କଠାରୁ ଲୁଟ୍ କରିବାକୁ ଯାଇ ଲୋକଙ୍କ ହାବୁଡ଼ରେ ପଡ଼ି ଛେଚା ଖାଇଲେ ୨ ଲୁଟେରା। ପୁଲିସ ଲୁଟେରାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ବାଳକାଟି ନିକଟ ଆଇଡି ଏଫ୍ସି ଫାଷ୍ଟ ବ୍ୟାଙ୍କର ଅର୍ଥ ଆଦାୟ କରୁଥିବା କର୍ମଚାରୀ ଦେବାଶିଷ ମହାନ୍ତି ଆଜି ସକାଳୁ ସୋଵନି ଗ୍ରାମରୁ କଲେକ୍ସନ ସାରି ରାଜସ ଗରିଆକୁ କିସ୍ତି ପାଇଁ ଯାଉଥିଲେ। ଗାରେଡିପାଞ୍ଚଣ ଛକରୁ ଦୁଇ ଦୁବୁର୍ତ୍ତ ଏକ ନିଳ […]
୨ ଲୁଟେରାଙ୍କୁ କାବୁ କଲେ ଗ୍ରାମବାସୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial