ଶୁଭାରମ୍ଭ ହେଲା ଭୁବନେଶ୍ୱର-ଅଯୋଧ୍ୟା ଆସ୍ଥା ସ୍ପେଶାଲ ଟ୍ରେନ

ପତାକା ଦେଖାଇ ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ଅଯୋଧ୍ୟାରେ ପ୍ରଭୁ ରାମଲାଲା ପ୍ରାଣ ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ସେଠାକୁ ଟିକେ ଆଶିଷ ପାଇବା ପାଇଁ। ଏହି କ୍ରମରେ ଆଜି ଅଯୋଧ୍ୟା ସ୍ଥିତ ଶ୍ରୀ ରାମଲାଲାଙ୍କ ଦର୍ଶନାର୍ଥେ ଗଡ଼ିଛି ଭୁବନେଶ୍ୱର-ଅଯୋଧ୍ୟା ଆସ୍ଥା ସ୍ପେଶିଆଲ ଟ୍ରେନ”। ରାମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଛି ଆସ୍ଥା ସ୍ପେଶିଆଲ ଟ୍ରେନ। ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ଯାତ୍ରା କରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ହଲାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି।
ସ୍ୱତନ୍ତ୍ର ଟ୍ରେନ ପ୍ରଥମ ଦିନରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଛାଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ କଟକ, ପୁରୀ ଓ ଭଦ୍ରକ ସମେତ ରାଜ୍ୟର ଅନ୍ୟ ଷ୍ଟେସନରୁ ବି ଚାଲିବ। ଏହି ଅବସରରେ ଯାତ୍ରୀ ଅଯୋଧ୍ୟା ଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ଟି ସ୍ଲିପର କୋଚ୍ ଥିବା ବେଳେ ପ୍ରତି କୋଚରେ ୭୨ଟି ସିଟ୍ ରହିଛି। ତେଣୁ ଏଥିରେ ୧୪ଶହରୁ ଅଧିକ ଲୋକ ଯାଇପାରିବେ। ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯାତ୍ରା କରିଛନ୍ତି। ସେହିପରି ୯ ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତ ଅଯୋଧ୍ୟା ଯିବେ।

Share Now:

Kalinga News Beuro

Next Post

ରାଜ୍ୟର ଦୁର୍ଗମ ଅଞ୍ଚଳରେ ବ୍ୟବସ୍ଥା : ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ୩କିମି ଦୂର ଜଙ୍ଗଲରେ ରହୁଛି ଆମ୍ବୁଲାନ୍ସ

Tue Feb 6 , 2024
ରାୟଗଡ଼ା: ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ରହୁ ନାହିଁ। କିନ୍ତୁ ଜଙ୍ଗଲ ଭିତରେ ଆମ୍ବୁଲାନ୍ସ ରହୁଛି। ଏହା ଆଶ୍ଚର୍ଯ୍ୟ ଭଳି ଲାଗୁଥିଲେ ବି ସତ। ଏହାର କାରଣ ହେଉଛି ମୋବାଇଲ୍‌ ନେଟୱର୍କ। ରାୟଗଡ଼ା ଜିଲ୍ଲାର ଅର୍ଦ୍ଧାଧିକ ପଞ୍ଚାୟତରେ ମୋବାଇଲ ନେଟୱର୍କ ସୁବିଧା ନାହିଁ। କେବଳ ବ୍ଲକ ସଦର ମହକୁମା ସହ ଅନ୍ୟ କିଛି ହାତଗଣତି ଅଞ୍ଚଳକୁ ମୋବାଇଲ ନେଟୱର୍କ ସୁବିଧା ରହିଛି। ଫଳରେ ଲୋକେ ଅତ୍ୟାଧୁନିକ ଯୁଗରେ ହାତରେ ମୋବାଇଲ ଥାଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial