ଦାମଙ୍କ ନୂଆ ଉପଦେଶ:କାମ ଅନୁସାରେ ବିଧାୟକଙ୍କୁ ଦରମା ମିଳୁ

ଭୁବନେଶ୍ୱର: ପୁଣି ଦମ୍ଭ ଦେଖାଇଲେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ। ଆଜି ବିଧାନସଭାରେ ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଦାମ ରାଉତ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ବାରମ୍ୱାର ବିଧାନସଭା ଅଚଳାବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ଦାମ। କହିଥିଲେ-“କାମ ନାହିଁ ତ ଦରମା ନାହିଁ। ବିଧାୟକମାନଙ୍କୁ କାମ ଅନୁସାରେ ଭତ୍ତା ମିଳୁ। ଅଧିବେଶନ ବେଳେ ଯେତିକି ସମୟ ଗୃହ ଚାଲୁଛି,ସଦସ୍ୟମାନଙ୍କୁ ସେହି ଅନୁପାତରେ ଭତ୍ତା ମିଳୁ। କମ୍ କାମ କରି ପୂରା ଭତ୍ତା ମିଳିବା ବ୍ୟବସ୍ଥା ବନ୍ଦ ହେଉ।”

ଦାମଙ୍କ କଥାକୁ ସ୍ୱାଗତ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି-“ନୋ ୱାର୍କ ନୋ ପେ। ଯେତେ ଦିନ ବିଧାନସଭା ଚାଲିବ ସେହି ହିସାବରେ ଦରମା ମିଳୁ। ମୁଁ ଏପରି ପ୍ରସ୍ତାବକୁ ସ୍ୱାଗତ କରୁଛି।”

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଦାମଙ୍କ ନୋ ୱାକିଂ ନୋ ପେ ବ୍ୟବସ୍ଥା ଲାଗୁ ଦାବିକୁ ସମର୍ଥନ କରିଛନ୍ତି। ଏପରି ପ୍ରସ୍ତାବ ଆସିଲେ ବିଜେପି ସମର୍ଥନ କରିବ।

Share Now:

Kalinga News Beuro

Leave a Reply

Next Post

ଅକ୍ଷିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ: ‘୨୦୧୮ରେ ଫଳିବ ସୁନାର ଫସଲ’

Thu Apr 19 , 2018
ଅନୁଗୁଳ: ‘ଚାଷୀ ଆମର ଗର୍ବ। ରାଷ୍ଟ୍ର ବିକାଶରେ ସେମାନଙ୍କ ବଡ଼ ଭୂମିକା ରହିଛି। ସେମାନଙ୍କ ପରିଶ୍ରମ ଯୋଗୁ ଜାତୀୟସ୍ତରରେ ଖ୍ୟାତି ଆଣିଛି ଓଡ଼ିଶା। ଲଗାତାର କୃଷି କ୍ଷେତ୍ରରେ ପୁରସ୍କାର ପାଇଛି। କୃଷିର ବିକାଶ ଓ କୃଷକର କଲ୍ୟାଣ ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି। ସ୍ୱତନ୍ତ୍ର କୃଷି ବଜେଟ୍‌ ସାଙ୍ଗକୁ ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର, ବିହନ, ମଞ୍ଜି ଇତ୍ୟାଦି ଯୋଗାଇ ଦେବାକୁ ବିଭିନ୍ନ ପ୍ରକାର ଯୋଜନା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial