ଫାଇନାନସ କର୍ମଚାରୀଙ୍କୁ ଲୁଟ୍ ଉଦ୍ୟମ : ୨ ଲୁଟେରାଙ୍କୁ କାବୁ କଲେ ଗ୍ରାମବାସୀ

୨ ଲୁଟେରାଙ୍କୁ କାବୁ କଲେ ଗ୍ରାମବାସୀ

ବାଲିପାଟଣା : ଫାଇନାନସ କର୍ମଚାରୀଙ୍କଠାରୁ ଲୁଟ୍ କରିବାକୁ ଯାଇ ଲୋକଙ୍କ ହାବୁଡ଼ରେ ପଡ଼ି ଛେଚା ଖାଇଲେ ୨ ଲୁଟେରା। ପୁଲିସ ଲୁଟେରାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ବାଳକାଟି ନିକଟ ଆଇଡି ଏଫ୍ସି ଫାଷ୍ଟ ବ୍ୟାଙ୍କର ଅର୍ଥ ଆଦାୟ କରୁଥିବା କର୍ମଚାରୀ ଦେବାଶିଷ ମହାନ୍ତି ଆଜି ସକାଳୁ ସୋଵନି ଗ୍ରାମରୁ କଲେକ୍ସନ ସାରି ରାଜସ ଗରିଆକୁ କିସ୍ତି ପାଇଁ ଯାଉଥିଲେ। ଗାରେଡିପାଞ୍ଚଣ ଛକରୁ ଦୁଇ ଦୁବୁର୍ତ୍ତ ଏକ ନିଳ ରଙ୍ଗର ଡିଲକ୍ସ ବାଇକରେ ତାଙ୍କୁ ପିଛା କରି ରାଜସ କୃଷ୍ଣପୁର ମେଲଣ ପଡିଆ ପାଖରେ ଅଟକାଇ ତାଙ୍କୁ ହେଲ୍ମେଣ୍ଟରେ ଆକ୍ରମଣ କରିବା ସହ ତାଙ୍କଠାରୁ ଟଙ୍କା ଛଡାଇ ନେଇଥିଲେ। ସେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଦୁଇ ଦୁବୁର୍ତ୍ତଙ୍କୁ କାବୁ କରିବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

ହୀରାକୁଦ ଇକୋ ରିଟ୍ରିଟ୍‌ ଆରମ୍ଭ : ଜାନୁଆରି ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ

Thu Nov 2 , 2023
ସମ୍ବଲପୁର: ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ହୀରାକୁଦ ଇକୋ ରିଟ୍ରିଟର ଉଦ୍‌ଘାଟନ କରିଛନ୍ତି। ଏହା ଆଜି ଠାରୁ ଜାନୁଆରି ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଇକୋ ରିଟ୍ରିଟରେ ଷ୍ଟାର ହୋଟେଲର ରହଣି ସୁବିଧା, ସକାଳ ଜଳଖିଆ ଠାରୁ ଆରମ୍ଭ କରି ରାତ୍ରିଭୋଜନ ପର୍ଯ୍ୟନ୍ତ ମେନ୍ୟୁରେ ରହିଛି ସୁସ୍ୱାଦ ଖାଦ୍ୟ, ପାନୀୟ। ପର୍ଯ୍ୟଟକ ମାନେ ନୃତ୍ୟଗୀତ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ […]
ହୀରାକୁଦ ଇକୋ ରିଟ୍ରିଟ୍‌ ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial