ମିଠା ବ୍ୟବସାୟୀ ହତ୍ୟା ମାମଲା : ଆତ୍ମସମର୍ପଣ କଲା ଅଭିଯୁକ୍ତ ରାଜକିଶୋର

ମିଠାଦୋକାନୀ ହତ୍ୟା ମାମଲା

ବେପାର କମିବାରୁ ସୁପାରି ଦେଇ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଚର୍ଚ୍ଚିତ ସାମନ୍ତରାପୁର ମିଠା ବ୍ୟବସାୟୀ ଜମ୍ବୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗତକାଲି ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛି। ବଳରାମ ସୁଇଟ୍ସ ମାଲିକ ପୁଅ ରାଜକୁମାର ବେହେରା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେଣୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଅଧିକ ତଦନ୍ତ ପାଇଁ ତାକୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଛି। ତେବେ ରାଜକୁମାର ସହ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଠାବ କରାଯାଇନାହିଁ। ରାଜକୁମାର ଉକ୍ତ ଯୁବକକୁ ସୁପାରି ଦେଇ ଜମ୍ବୁକୁ ହତ୍ୟା କରିଥିବା ଜଣାପଡ଼ିଛି। ଗତକାଲି ଏସ୍‌ଡିଜେଏମ୍‌ କୋର୍ଟରେ ରାଜକୁମାର ଆତ୍ମସମର୍ପଣ କରିବା ପରେ ଜମ୍ବୁ ହତ୍ୟାକାଣ୍ଡ ପଛରେ ଥିବା ରହସ୍ୟ ଉପରୁ ପରଦା ହଟିଛି। ଜମ୍ବୁ ମିଠା ବେପାର ଆରମ୍ଭ କରିବା ପରେ ବଳରାମ ସୁଇଟ୍‌ସର ବେପାର ବେଶ୍ କମିଯାଇଥିଲା। ଜମ୍ବୁ ତାଙ୍କ ବେପାର ପାଇଁ କଣ୍ଟା ହୋଇଥିଲା। ବାରମ୍ବାର ମନା କରିବା ସତ୍ତ୍ୱେ ଜମ୍ବୁ ମିଠା ବେପାର ବନ୍ଦ କରିନଥିଲା କି ପୁଣି ବଳରାମ ସୁଇଟ୍ସକୁ ଫେରିନଥିଲା। ତେଣୁ ତାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ରାଜକିଶୋର ଯୋଜନା କରିଥିଲା। ସୁପାରି କିଲର ନିୟୋଜିତ କରି ପୂରା ମୂଳରୁ ମାରିଦେବାକୁ ଯୋଜନା କରିଥିଲା ଓ ଦୁର୍ଦ୍ଦାନ୍ତ ସୁପାରି କିଲର୍‌ ଦ୍ବାରା ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ହତ୍ୟା କରାଯାଇଥିଲା। ଘଟଣାଦିନ ରାଜକିଶୋର ଉକ୍ତ ସୁପାରି କିଲର୍‌କୁ ବାଇକ୍‌ରେ ବସାଇ ଘଟଣାସ୍ଥଳକୁ ନେଇଥିଲା।
ସ୍ପେସାଲ୍‌ ସ୍କ୍ୱାର୍ଡ‌ ରାଜକିଶୋରର ନିକଟବର୍ତ୍ତୀ ହୋଇ ସାରିଥିଲା। ତେବେ ତା’ ପୂର୍ବରୁ ସେ କୋର୍ଟରେ ଆତ୍ମସମର୍ପଣ କରିଛି। ଏହାକୁ ନେଇ ନାନା କଥା ଆଲୋଚନା ହେଉଛି। ପୁଲିସ ଏକ୍‌କାଉଣ୍ଟର କରିବା ଭୟରେ ସେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ତେବେ ସବୁ ସତ ପ୍ରଘଟ ହେବା ପୂର୍ବରୁ ରାଜକିଶୋର ଆତ୍ମସମର୍ପଣ କରି ସୁପାରି କିଲର୍‌କୁ ବଞ୍ଚାଇବାକୁ ଯୋଜନା କରିଛି ବୋଲି ପୁଲିସ ଅନୁମାନ କରୁଛି। ମାତ୍ର ଖୁବ୍‌ ଶୀଘ୍ର ସୁପାରି କିଲର୍‌କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Share Now:

Kalinga News Beuro

Next Post

କରୋନାରେ ଉଜୁଡ଼ିଗଲା ପଟ୍ଟଚିତ୍ରର ଏନ୍ତୁଡ଼ିଶାଳ : ବରା, ପିଆଜି ବିକୁଛନ୍ତି ଶିଳ୍ପୀ

Fri Oct 9 , 2020
ଶିଳ୍ପୀ ଗ୍ରାମ ରଘୁରାଜପୁର ଆଜି ଖାଁ ଖାଁ ପୁରୀ : ‌ଐତିହ୍ୟ ଗ୍ରାମ ରଘୁରାଜପୁର ପଟ୍ଟଚିତ୍ର ଶିଳ୍ପ ପାଇଁ ଆଜି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପଟ୍ଟଚିତ୍ରର ଏନ୍ତୁଡ଼ିଶାଳ ଏହି ଗାଁ କେବଳ ଜିଲ୍ଲା ତଥା ରାଜ୍ୟର ନାଁ ଉଚ୍ଚା କରିନି, ଭାରତକୁ ବି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ଦେଇଛି। ଯେଉଁଥିପାଇଁ ପଟ୍ଟଚିତ୍ର ନେବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ଦୌଡ଼ି ଆସନ୍ତି। ଏହି ଐତିହ୍ୟ […]
ବରା, ପିଆଜି ବିକୁଛନ୍ତି ଶିଳ୍ପୀ

ଆହୁରି ପଢ଼ନ୍ତୁ