ସ୍ବାମୀ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ : ୧୦ ହଜାର ନେଇ ଫେରାର ହେଲେ, ୨ ନାବାଳକ ସମେତ ୬ ଅଟକ

ସ୍ବାମୀ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ-1

ବାଲେଶ୍ବର: ସୀମା ଟପିଛି ଅମାନୁଷିକତା। ସ୍ୱାମୀଙ୍କୁ ମାଡ଼ମାରି ସ୍ତ୍ରୀଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରାଯାଇଛି। ଏଥି ସହିତ ଅଭିଯୁକ୍ତମାନେ ଯିବା ବେଳେ ୧୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ୨ ଜଣ ନାବାଳକଙ୍କ ସହିତ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁସାରେ ଟାଉନଥାନା ଅନ୍ତର୍ଗତ ଚୁନଭାଟି ଅଞ୍ଚଳର ଦମ୍ପତି ନିଜର ଜଣେ ସଂପର୍କୀୟଙ୍କୁ ଛାଡ଼ିବା ପାଇଁ ସୋମବାର ରାତିରେ ବାଲେଶ୍ବର ରେଳ ଷ୍ଟେସନକୁ ଆସିଥିଲେ। ସଂପର୍କୀୟଙ୍କୁ ଛାଡ଼ି ଘରକୁ ଫେରିବା ବାଟରେ ଅରଡ଼ ବଜାର ନିକଟରେ କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ। ସେଠାରେ ତାଙ୍କ ଠାରୁ ୧୦ ହଜାର ଟଙ୍କା ସହ ସୁନା ଚେନ୍‌ ଛିଣ୍ଡାଇ ନେଇଥିଲେ ଏବଂ ମସଜିଦ୍‌ ଗଳି ଆଡ଼କୁ ଟାଣି ନେଇଥିଲେ। ସେଠାରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସହଦେବଖୁଣ୍ଟା ପୁଲିସ ଏହି ଅଭିଯୋଗରେ ମାମଲା ରୁଜୁ କରି ସୋନୁ ସିଂ ନାମରେ ଜଣେ ଯୁବକ ଓ ତାଙ୍କର ୫ ଜଣ ସହଯୋଗୀଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ନାବାଳକ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସେପଟେ ପୀଡିତା ମହିଳାଙ୍କ ମଧ୍ୟ ବୟାନ ରେକର୍ଡ କରି ପୁଲିସ ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

ନିଅଣ୍ଟ ହେଉଛି ଆହାର : ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ଅନୁରୋଧ

Wed Sep 21 , 2022
ରବିବାର କେନ୍ଦ୍ର ଖୋଲିବା ସହ ଏସ୍‌ସିବିରେ ଆହାର ସଂଖ୍ୟା ବଢ଼ୁ-ସ୍ଵେଚ୍ଛାସେବୀ କଟକ: ଡାକ୍ତରଖାନାରେ ଅଣ୍ଟୁନି ‘ଆହାର’। ଭୋକିଲା ଫେରୁଛନ୍ତି ରୋଗୀ ସଂପର୍କୀୟ। ଏମିତି ବି ହେଉଛି ଗୋଟିଏ ଆହାରକୁ ଏକାଧିକ ଲୋକ ବାଣ୍ଟି ଖାଉଛନ୍ତି। ପ୍ରତିଦିନ ବଡ଼ ଡାକ୍ତରଖାନା, ଶିଶୁଭବନ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଏଭଳି ଘଟଣା ସାମ୍ନାକୁ ଆସୁଛି। ଯେତିକି ‘ଆହାର’ ଆସୁଛି ତାହା ଅଘଟ ପଡ଼ୁଥିବାରୁ ପ୍ରତିଦିନ ଅନେକଙ୍କୁ ନିରାଶ ହେବାକୁ ପଡ଼ୁଛି। ସବୁଠାରୁ […]
ଅଣ୍ଟୁନି ଆହାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial