ନବ ଦାସ ହତ୍ୟା ମାମଲା : ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ

କୋର୍ଟରେ ହାଜର ହେଲା ଗୋପାଳ

ଝାରସୁଗୁଡା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଛି। ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନର ଆଜି ଶୁଣାଣି ହୋଇଛି। ମାତ୍ର ଗୋପାଳର ଆଇନଜୀବୀ ମହେଶ ଜେନା ଅନୁପସ୍ଥିତ ଥିବାରୁ କୋର୍ଟରେ ଟାଇମ ପିଟିସନ ଦାଖଲ ହୋଇଥିଲା।
କୋର୍ଟ ଟାଇମ ପିଟିସନ ଗ୍ରହଣ କରିନଥିବା ବେଳେ ଡିସଚାର୍ଜ ପିଟିସନ ଉପରେ ଦିନ ୨ଟାରେ ରାୟ ପ୍ରକାଶ ପାଇବ ବୋଲି ସୂଚନା ରହିଛି। ଏହାପରେ ଗୋପାଳକୁ ଦୋଷମୁକ୍ତ ଦର୍ଶାଇବା ପାଇଁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନ ଗ୍ରହଣ ହେବ ନା ନାହିଁ ଜଣାପଡିବ। ଶୁଣାଣି ସମୟରେ ଉଭୟ ପକ୍ଷର ସମସ୍ତ ଦଲିଲ ଓ ତଥ୍ୟ ଉପରେ କୋର୍ଟରେ ଆଲୋଚନା ହୋଇଥିଲା। ଗୋପାଳ ଖାଉଥିବା ମାନସିକ ରୋଗର ଔଷଧ ସମ୍ପର୍କରେ ବି ଆଲୋଚନା ହୋଇଥିବା ଆଇନଜୀବୀ ନରେଶ ନାୟକ କହିଛନ୍ତି।

Share Now:

Kalinga News Beuro

Next Post

ପାର୍କ ନାମରେ ପ୍ରହସନ କରୁଛି ସୋର ପୌରପାଳିକା

Thu Sep 14 , 2023
ମାଟିରେ ମିଶିଗଲାଣି ଖେଳ ଉପକରଣ ସୋର: ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାରେ ଏକ ଶିଶୁ ଉଦ୍ୟାନ ହୋଇଥିଲା। ଯେଉଁଠି ପିଲାମାନେ ଖେଳକୁଦ କରି ମଜା ମନାଉଥିବା ବେଳେ ବୟସ୍କମାନେ ଖୋଲା ପରିବେଶରେ ଅବସର ସମୟ କାଟୁଥିଲେ। ହେଲେ ବ୍ୟବସ୍ଥାଗତ ତ୍ରୁଟି ଏବଂ ପ୍ରଶାସନିକ ଅବହେଳା କାରଣରୁ ଏବେ ତାହା ପରିତ୍ୟକ୍ତ ଅବସ୍ଥାରେ। ଏପରି ସମୟରେ ଉଦ୍ୟାନର ପୁନରୁଦ୍ଧାର ପାଇଁ ଦାବି ହୋଇଛି। ସୋର ପୌରପାଳିକା ଅନ୍ତର୍ଗତ ମୋବାରକପୁରଠାରେ ୨୦୧୫ ମସିହାରେ […]
ପାର୍କ ନାମରେ ପ୍ରହସନ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial