ଶିକାରୀ ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ ବନ ବିଭାଗ କର୍ମଚାରୀ

ଯୁବକଙ୍କୁ ପିଟିପିଟି ମାରିଦେଲେ

ଶବ ରଖି କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କପ୍ତିପଦା ଥାନା ଅନ୍ତର୍ଗତ ପୋଡ଼ାଡିହା ପଞ୍ଚାୟତର ନଛିପୁର ଗାଁରେ ଶିକାରୀ ସନ୍ଦେହରେ ଜଣେ ଯୁବକଙ୍କୁ ବନ ବିଭାଗର କର୍ମଚାରୀ ପିଟିପିଟି ମାରିଦେଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖରେ ଏହି ଘଟଣା ଘଟିଥିବା କୁହାଯାଉଛି। ମୃତକ ହେଲେ ଚନ୍ଦ୍ରମଣି ନାଏକଙ୍କ ପୁଅ ଗଜେନ୍ଦ୍ର ନାଏକ (୪୫)। ଗଜେନ୍ଦ୍ରଙ୍କ ମୃତଦେହ ପହଞ୍ଚିବା ପରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଶବକୁ ରଖି ଗ୍ରାମବାସୀମାନେ ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିବାର ସୂଚନା ମିଳିଛି।

Share Now:

Kalinga News Beuro

Next Post

ଯୁଦ୍ଧ ପାଇଁ ପାକିସ୍ତାନର‌ ଷଡ଼ଯନ୍ତ୍ର: ସମସ୍ତ ଅଚଳ ବାୟୁସେନା ଘାଟିକୁ ସକ୍ରିୟ କଲା

Fri Oct 23 , 2020
ଶ୍ରୀନଗରଠାରୁ ୨୨୨ କିମି ଦୂରରେ ‘ଅବାକସ୍‌’ ମୁତୟନ, ଚୀନ୍‌କୁ ସହାୟତା କରିବା ପାଇଁ ରଣନୀତି ଇସ୍‌ଲାମାବାଦ : ପାକିସ୍ତାନରେ ଏବେ ଇମ୍ରାନ୍‌ ଖାନ୍‌ ସରକାର ବିରୋଧରେ ସମସ୍ତ ବିରୋଧୀ ଦଳ ଏକଜୁଟ୍‌ ହୋଇ ଆନ୍ଦୋଳନ ଚଳାଇଛନ୍ତି ଏବଂ ପୁଲିସ ବାହିନୀର ବିଦ୍ରୋହ ମଧ୍ୟ ସ୍ଥିତିକୁ ଜଟିଳ କରିଦେଇଛି। ବିଭିନ୍ନ ସ୍ଥାନରେ ହିଂସା, ଉତ୍ତେଜନା ଓ ଲୁଟ୍‌ପାଟ ଯୋଗୁଁ ଦେଶ ଗୃହଯୁଦ୍ଧ ଭଳି ପରିସ୍ଥିତି ଆଡ଼କୁ ଗତି କରୁଥିବାରୁ ଏଥିରୁ ଲୋକଙ୍କ […]
ଯୁଦ୍ଧ ପାଇଁ ପାକ୍‌ ଷଡ଼ଯନ୍ତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial