ଲାଞ୍ଚ ନେବା ମାମଲାରେ ନନ୍ଦପୁର ସିଡିପିଓଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ନିଲମ୍ବିତ ହେଲେ ନନ୍ଦପୁର ‘ସିଡିପିଓ’

ଜୟପୁର: ଲାଞ୍ଚ ନେଇ ଭିଜିଲାନ୍‌ସ ଦ୍ୱାରା ଧରାପଡ଼ିଥିବା କୋରାପୁଟ ଜିଲ୍ଲା ନନ୍ଦପୁର ‘ସିଡିପିଓ’ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ଜିଲ୍ଲାପାଳ ଚାକିରିରୁ ନିଲମ୍ବନ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବେ ଏବଂ ତାଙ୍କୁ ନ ଜଣାଇ ମୁଖ୍ୟାଳୟ ଛାଡ଼ି କେଉଁଆଡ଼େ ଯାଇ ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସ୍ନିଗ୍ଧାରାଣୀଙ୍କୁ ଅକ୍ଟୋବର ୨୮ ତାରିଖ ଦିନ ଗିରଫ କରାଯାଇ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍‌ ହାଜତକୁ ନିଆଯାଇଥିଲା। ଜିଲ୍ଲାପାଳଙ୍କ ନିଲମ୍ବନ ଆଦେଶ ସେହି ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି। ତାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ତଦନ୍ତ ଚଳାଇଛି। ଏହାଛଡ଼ା, ଜିଲ୍ଲାପାଳ ନନ୍ଦପୁର ବିଡିଓଙ୍କୁ ‘ଆଇସିଡିଏସ୍‌’ର ଅର୍ଥ ଉଠାଣ କ୍ଷମତା ଦେଇଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୁପରଭାଇଜର୍‌ ମୋନାଲିସା ଖେମୁଣ୍ଡଙ୍କୁ ନନ୍ଦପୁର ‘ସିଡିପିଓ’ ଦାୟିତ୍ୱ ଦେଇଛନ୍ତି। ଉଭୟ ଅଧିକାରୀ ନିଜ ଦାୟିତ୍ୱ ତୁଲାଇବା ସହ ଏହି ଅତିରିକ୍ତ ଦାୟିତ୍ୱ ମଧ୍ୟ ସମ୍ପାଦନ କରିବେ।

Share Now:

Kalinga News Beuro

Next Post

ବଦଳିଲେ ପୁରୀ ଏସ୍‌ପି: କେ ବିଶାଲ ସିଂହ ନୂଆ ଏସ୍‌ପି

Sat Nov 21 , 2020
ବୀରମିତ୍ରପୁର ଆଇଆଇସି, ବାସେଳୀ ସାହି ଏସ୍‌ଆଇଙ୍କ ସମେତ ୩ ନିଲମ୍ବିତ ଭୁବନେଶ୍ୱର : ପୁରୀରେ ହାଜତ ମୃତ୍ୟୁ ଘଟଣାକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଆଜି ଏହାର ପ୍ରଥମ ଶିକାର ହୋଇଛନ୍ତି ପୁରୀ ଏସ୍‌ପି ଅଖିଳେଶ୍ବର ସିଂହ। ତାଙ୍କୁ ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି। ସମ୍ବଲପୁର ଏସ୍‌ପି କେ ବିଶାଲ ସିଂହଙ୍କୁ ପୁରୀ ବଦଳି କରାଯାଇଛି। ଗତକାଲି ରାତିରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ୍ବଲପୁର ଏସ୍‌ପି […]
ବଦଳିଲେ ପୁରୀ ଏସ୍‌ପି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial