ପାଳଗଦାରୁ ନରକଙ୍କାଲ ଉଦ୍ଧାର ମାମଲା: ସ୍କେଚ୍‌ ଜାରିକଲା ପୁଲିସ, ସୂଚନା ଦେଲେ ପୁରସ୍କାର ଘୋଷଣା

ପାଳଗଦାରୁ ନରକଙ୍କାଲ ଉଦ୍ଧାର ମାମଲା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନାର ଜାତୀୟ ରାଜପଥ-୨୬ ନବୀନ ଛକ ନିକଟ ଏକ ଚାଷଜମିର ପୋଡ଼ା ପାଳଗଦା ଭିତରୁ ନରକଙ୍କାଳ ଓ ୧୪ଟି ଚୁଡ଼ି, ପାଉଁଜି ପୁଲିସ ଜବତ କରିଥିଲା। ୨୦୨୧ ଫେବ୍ରୁଆରି ମାସର ଏହି ଘଟଣାକୁ ନେଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଇତିମଧ୍ୟରେ ତଦନ୍ତରୁ କଙ୍କାଳର ଖପୁରିକୁ ଆଧାର କରି ଅବିକଳ ଚେହେରାର ଦୁଇଟି ଫଟୋ ଜାରି କରିଛି ପୁଲିସ। ଫଟୋରେ ଝିଅର ବୟସ ୧୮ରୁ ୨୫ ଭିତରେ ଥିବା ଅନୁମାନ କରାଯାଉଛି। ତାଙ୍କ ସଂପର୍କରେ କେହି ଜାଣିଲେ ପୁଲିସକୁ ଫୋନ୍‌ ନଂ-(୦୬୬୫୨-୨୩୨୩୦୦)ରେ ସୂଚନା ଦେବାକୁ ଏସ୍‌ପି ଅନୁରୋଧ କରିଛନ୍ତି। ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ଏବଂ ନାମ ଗୋପନ ରଖାଯିବ ବୋଲି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ, ନବୀନ ଛକ ନିକଟରେ ଥିବା ବିବିନା ଗ୍ରାମର ସଂଜୟ ଓରଫ ରାହାସ ମୁନାଙ୍କ ଚାଷଜମିରୁ ନରକଙ୍କାଳ ଉଦ୍ଧାର ହୋଇଥିଲା। ସେ ସମୟରେ ମୁନା ପ୍ରଥମେ ନରକଙ୍କାଳ ଓ ପାଳଗଦା ପୋଡ଼ିଯାଇଥିବା ଦେଖି ପୁଲିସକୁ ଜଣାଇଥିଲେ। ସଇନ୍ତଳା ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରିଥିଲା। ତଦନ୍ତ ସମୟରେ ଘଟଣାସ୍ଥଳରୁ ପୋଡ଼ିଯାଇଥିବା ଖପୁରି, କିଛି ହାଡ଼, ୧୪ଟି ଚୁଡ଼ି ଓ ପାଉଁଜି ଜବତ କରିଥିଲା ପୁଲିସ। ସଇନ୍ତଳା ଥାନା କେସ୍‌ ନଂ.୬୦/୨୧ରେ ମାମଲା ରୁଜୁ ହୋଇଥିବା ବେଳେ ଏବେବି ହତ୍ୟାକାରୀ କିଏ ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି। ନରକଙ୍କାଳ ବି କାହାର ଜଣାପଡ଼ି ନଥିବାରୁ ପୁଲିସ ଏହି ସ୍କେଚ୍‌ ଜାରି କରିଥିବା କହିଛି।

Share Now:

Kalinga News Beuro

Next Post

ଶ୍ରୀହୀନ ଏକାମ୍ରକାନନ : ଚାଲୁନି ବୋଟ୍‌, ଫୁଟୁନି ପଦ୍ମ, ଦାୟୀ କିଏ ?

Thu Jun 16 , 2022
ଖଣ୍ଡଗିରି : ସମ୍ପ୍ରତି ଏକାମ୍ର କାନନ ଶ୍ରୀହୀନ ହୋଇପଡ଼ିଛି। ରାଜଧାନୀର ସବୁଠାରୁ ସୌନ୍ଦର୍ଯ୍ୟଭରା ଏହି ପାର୍କ ଏବେ ପର୍ଯ୍ୟଟକଙ୍କୁ ନିରାଶ କରୁଛି। ମୁଖ୍ୟ ଆକର୍ଷଣ ବୋଟିଂ ବ୍ୟବସ୍ଥା ବନ୍ଦ ପଡ଼ିଥିବା ବେଳେ ପଦ୍ମ‌ପୋଖରୀରେ ଆଉ କଢ଼ଟିଏ ଦେଖାଯାଉନି। ପ୍ରବେଶିକା ଫି’ ଓ ଗାଡ଼ି ପାର୍କିଂ ଫି’ ଗଣି ଭିତରକୁ ପଶିବା ପରେ ବୋଟିଂ ସୁବିଧା ନପାଇ ଲୋକେ ନିରାଶ ହେଉଛନ୍ତି। ପ୍ରତିବର୍ଷ ରଜକୁ ଏହି ପାର୍କରେ ପ୍ରବଳ ଭିଡ଼ ହୋଇଥାଏ। […]
ଶ୍ରୀହୀନ ଏକାମ୍ରକାନନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial