ରାଉରକେଲା ଷ୍ଟେସନରୁ ୮ ନାବାଳକ ଉଦ୍ଧାର

ରାଉରକେଲା ଷ୍ଟେସନରୁ ୮ ନାବାଳକ ଉଦ୍ଧାର

ରାଉରକେଲା: ରାଉରକେଲା ଷ୍ଟେସନରୁ ଜଣେ ସାବାଳକ ସମେତ ଆଠ ନାବାଳକକୁ ଉଦ୍ଧାର କରିଛି ରେଳବାଇ ପୁଲିସ l ଜଣେ ଦଲାଲ ଏମାନଙ୍କୁ ବିହାରର ଜେସିଡିରୁ ରାଉରକେଲା ସେକ୍ଟର ୧୫ ନେଉଥିଲା। କାହିଁକି ଓ କଣ ପାଇଁ ଏମାନଙ୍କୁ ନିଆଯାଉଥିଲା ସ୍ପଷ୍ଟ ହୋଇନି l ସମସ୍ତଙ୍କୁ ବିଶ୍ରା ଆସିୟାନା ସ୍ଥିତ ଚାଇଲଡ ଲାଇନ ଦିଶାରେ ରଖାଯାଇଛି l ଦଲାଲକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣା ପଡିଛି l ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ରାଜେନ୍ଦ୍ରନଗର-ଦୁର୍ଗ ଏକ୍ସପ୍ରେସ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା l ଜେନେରାଲ କୋଚରୁ ଆଠ ନାବାଳକ ଓହ୍ଲାଇବା ପରେ ସମସ୍ତଙ୍କୁ ପ୍ଲାଟଫର୍ମରେ କୋଭିଡ ଟେଷ୍ଟ କରାଯାଇଥିଲା l କେଉଁଠିକି ଯାଉଛ ବୋଲି ଯାଞ୍ଚ ଦାୟିତ୍ୱରେ ଥିବା ଶୁଭେନ୍ଦୁ ପଣ୍ଡା ଓ ଅଜିତ ପାତ୍ର ପଚାରି ଥିଲେ l କିନ୍ତୁ ସେମାନେ କିଛି କହି ନ ପାରିବାରୁ ସନ୍ଦେହ ହୋଇଥିଲା l ଏ ସଂକ୍ରାନ୍ତରେ ରେଳବାଇ ପୁଲିସକୁ ଜଣାଇ ଥିଲେ l ପୁଲିସ ସେମାନଙ୍କୁ ଧରି ଚାଇଲଡ ଲାଇନକୁ ହସ୍ତାନ୍ତର କରିଥିଲା।

Share Now:

Kalinga News Beuro

Next Post

ଓଏସଇବି ବିଦ୍ୟାଳୟ ଆଲୁମିନି ପକ୍ଷରୁ ଅସହାୟଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ

Wed Jun 16 , 2021
ଭୁବନେଶ୍ୱର: ଗତକାଲି ସ୍ଥାନୀୟ ଓଏସଇବି ବିଦ୍ୟାଳୟ ଆଲୁମିନି ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ଅଞ୍ଚଳରେ ଅସହାୟଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ରଜ ସଂକ୍ରାନ୍ତି ତଥା ବର୍ତ୍ତମାନର କରୋନା ମହାମାରୀ ପାଇଁ ଅସହାୟଙ୍କୁ ଖାଦ୍ୟବଣ୍ଟନ ଉଦ୍ଦେଶ୍ୟରେ ଅନୁଷ୍ଠାନ ପକ୍ଷରୁ ଏପରି ଏକ ମହତ କାର୍ଯ୍ୟକ୍ରମ ସମସ୍ତ କରୋନା କଟକଣା ମଧ୍ୟରେ କରାଯାଇଥିଲା। ପାଖାପାଖି ୫୦ରୁ ଅଧିକ ଲୋକମାନଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ଉପ ସଭାପତି […]
ଅସହାୟଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ (1)

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial