ସ୍ତ୍ରୀଙ୍କୁ ତଣ୍ଟିଚିପି ମାରିବା ପରେ ଜଙ୍ଗଲରେ ଫିଙ୍ଗିଦେଲା ସ୍ୱାମୀ

ଦାରିଙ୍ଗବାଡ଼ି: କୌଶଳରେ ପାହାଡ଼ ଉପରକୁ ଡ଼ାକିନେଇ ସ୍ତ୍ରୀଙ୍କୁ କଲବଲ କରି ହତ୍ୟା କରିଛି ସ୍ୱାମୀ। ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି। ମୃତ ମହିଳା ହେଲେ ସାନ୍ତନା ନାୟକ। ଫେରାର ଅଭିଯୁକ୍ତ ସ୍ୱାମୀ ମିତୁ ପ୍ରଧାନକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ ବଡ଼ଧାଡ଼ି ଗ୍ରାମର ମିତୁ ପ୍ରଧାନ ୭ ବର୍ଷ ପୂର୍ବରୁ ସାନ୍ତନା ନାୟକଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏକ ପୁତ୍ର ସନ୍ତାନ ଅଛି। ପୁଅକୁ ଏବେ ୭ବର୍ଷ ବୟସ ହୋଇଛି। ସାନ୍ତନା ନାୟକ ମଙ୍ଗଳବାର ଠାରୁ ନିଖୋଜ ଥିଲେ। ବୁଧବାର ଦିନ ପରିବାର ଲୋକ ଖୋଜାଖୋଜି କରିବା ପରେ ମଧ୍ୟ ସାନ୍ତନାଙ୍କର କୌଣସି ଖୋଜ୍‌ ଖବର ମିଳି ନଥିଲା। ପରିବାର ଲୋକ ଗୁରୁବାର ଦିନ ଗ୍ରାମ ନିକଟ ଅରିବାଲି ପାହାଡ଼ରେ ଖୋଜାଖୋଜି କରିବା ବେଳେ ମୃତ ଶରୀର ଦେଖିବାକୁ ପାଇଥିଲେ। ଏହାପରେ ଦାରିଙ୍ଗବାଡ଼ି ଥାନାକୁ ସୂଚନା ଦେଇଥିଲେ।
ସୂଚନା ପାଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ମିତୁ ପ୍ରଧାନଙ୍କ ଘରେ ପହଞ୍ଚିଥିଲା। ତଦନ୍ତ କରିବା ବେଳେ ମିତୁ ନିଜ ସ୍ତ୍ରୀର ବେକରେ ଗାମୁଛା ଗୁଡ଼ାଇ ହତ୍ୟା କରି ଅରିବାଲି ପାହାଡ଼ରେ ଫିଙ୍ଗି ଦେଇଥିବା ନେଇ ଅଭିଯୁକ୍ତ ମାନିଥିଲା। ମିତୁ ପ୍ରଧାନକୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହି ହତ୍ୟକାଣ୍ଡରେ ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକଙ୍କ ହାତଥିବା ନେଇ ମୃତ ସାନ୍ତନାଙ୍କ ବାପା ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦିବାସୀ ମେଳା ଉଦ୍‌ଘାଟିତ

Fri Jan 26 , 2024
ଜଙ୍ଗଲଜାତ ଦ୍ରବ୍ୟ ଓ ଉତ୍ପାଦିତ ବିଭିନ୍ନ ସାମଗ୍ରୀ କିଣିପାରିବେ ଗ୍ରାହକ ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ୧୧ଦିବସୀୟ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆଜି ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଏହି ମେଳାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ମେଳା ଆଗାମୀ ଫେବୃଆରୀ ୫ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial