ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦିବାସୀ ମେଳା ଉଦ୍‌ଘାଟିତ

ଜଙ୍ଗଲଜାତ ଦ୍ରବ୍ୟ ଓ ଉତ୍ପାଦିତ ବିଭିନ୍ନ ସାମଗ୍ରୀ କିଣିପାରିବେ ଗ୍ରାହକ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ୧୧ଦିବସୀୟ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆଜି ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଏହି ମେଳାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ମେଳା ଆଗାମୀ ଫେବୃଆରୀ ୫ ତାରିଖ ଯାଏଁ ଜାରି ରହିବ।
ଆଦିବାସୀମାନଙ୍କର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବା ସହିତ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିପଣନ କରାଇବା ହେଉଛି ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଏଠାରେ ମୋଟ ୧୦୯ଟି ଷ୍ଟଲ୍‌ରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ ବ୍ୟବସ୍ଥା କରାଯାଇଛି। ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ଘରର ମଡେଲ ଏହି ମେଳାର ଅନ୍ୟତମ ଆକର୍ଷଣ। ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲଜାତ ସାମଗ୍ରୀର ବିକ୍ରି ବ୍ୟବସ୍ଥା କରାଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି ହେଉଛି। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସେମାନଙ୍କ ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୟ କରୁଛନ୍ତି । କିଛି ଷ୍ଟଲ୍‌ ଅଣୁପ୍ରକଳ୍ପ ଅଧୀନସ୍ଥ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆବଣ୍ଟିତ ହୋଇଛି। ଓଏଫ୍‌ଏସ୍‌ଡିଏସ୍‌, ମିସନ ଶକ୍ତି, ଓର୍‌ମାସ୍‌, ମିଲେଟ୍‌ ମିସନ, ହସ୍ତତନ୍ତ ଓ ବୟନ, ହସ୍ତଶିଳ୍ପ ତଥା ଯୋଜନା ଓ ସଂଯୋଜନ ବିଭାଗ କିଛି ଷ୍ଟଲ୍‌ରେ ତାଙ୍କ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ତଥା ସୂଚନା ପ୍ରଦାନ କରୁଛନ୍ତି। ମେଳାରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି।

Share Now:

Kalinga News Beuro

Next Post

ପୁରୀ ଶ୍ରୀନଅରରେ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି

Fri Jan 26 , 2024
ପୁରୀ: ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ପୁରୀ ଶ୍ରୀନଅରରେ ଅନୁଷ୍ଠିତ ହୋଇଯାଇଛି।। ଆଜି (ଶୁକ୍ରବାର) ମାଘମାସର ପୁଷ୍ୟା ନକ୍ଷତ୍ର ପଡୁଥିବାରୁ ଶ୍ରୀନଅରରେ ମହାପ୍ରଭୁଙ୍କର ଚଳିନ୍ତି ପ୍ରତିମା ଗଜପତିଙ୍କ ରାଜାଭିଷେକ କରାଯାଇଛି। ଇଷ୍ଟ ଦେବୀ କନକଦୁର୍ଗାଙ୍କ ପାଖରେ ପୂଜା ବିଧି ପରେ ରାଜାଭିଷେକ ନୀତି ସଂପନ୍ନ ହୋଇଥିଲା। ପରଂପରା ଅନୁସାରେ ଷୋହଳ ଶାସନର ବ୍ରାହ୍ମଣ ଓ ୩୨ କରବାଡ ପ୍ରତିନିଧି ଗଜପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।କୁହାଯାଏ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial