ଥାନା ହାଜତରେ କୁକୁଡ଼ା : ଦାନା ଖୁଆଉଛନ୍ତି ପୁଲିସ ବାବୁ

ଥାନା ହାଜତରେ କୁକୁଡ଼ା

ହାଇଦ୍ରାବାଦ: ଥାନା ହାଜତରେ ଅପରାଧୀଙ୍କ ବଦଳରେ ଅଛନ୍ତି ଦୁଇଟି କୁକୁଡ଼ା। ଆଉ କୁକୁଡ଼ାଙ୍କ ପାଇଁ ଖାଦ୍ୟ-ପାନୀୟର ବ୍ୟବସ୍ଥା କରିଛନ୍ତି ଥାନା କର୍ମଚାରୀ। ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ। ମିଳିଥିବା ସୂଚନା ମୁତାବକ ତେଲେଙ୍ଗାନାର ମୁଦିଗୋଣ୍ଡା ଜିଲ୍ଲାର ଏକ ପୁଲିସ ଥାନାର ଦୁଇଟି କୁକୁଡ଼ାଙ୍କୁ ତାଲା ପକାଇ ରଖାଯାଇଛି। ଖବର ଅନୁଯାୟୀ, ମକର ସଂକ୍ରାନ୍ତିର କିଛି ଦିନ ତଳେ ମୁଦିଗୋଣ୍ଡାର ସବ୍-ଇନ୍ସପେକ୍ଟର ଟି.ନରେଶଙ୍କୁ ବନାପୁରମ୍ ଗାଁରେ କୁକୁଡ଼ା ଖେଳ ହେଉଥିବାର ସୂଚନା ମିଳିଥିଲା। ଏହା ପରେ ଥାନା ଅଧିକାରୀ ତାଙ୍କ ଟିମ ସହ ଖେଳ ହେଉଥିବା ସ୍ଥାନରେ ଚଢ଼ାଉ କରି କିଛି ଯୁବକଙ୍କୁ ଗିରଫ କରିଥିଲେ। ପୁଲିସ ୧୦ ଜଣ ଯୁବକଙ୍କୁ ଗିରଫ କରିବା ସହ ଦୁଇଟି କୁକୁଡ଼ାକୁ ଜବତ କରିଥିଲା। ତେବେ ଜାମିନ ପାଇ ୧୦ ଜଣ ଯୁବକ ଘରକୁ ଚାଲିଯାଇଥିବାବେଳେ ଥାନା ହାଜତରେ ଏବେ ଦୁଇଟି କୁକୁଡ଼ା ବନ୍ଦୀ ଜୀବନ କାଟୁଛନ୍ତି। ବଡ କଥା ଯେ କୁକୁଡ଼ା ଖେଳ କରି ଟଙ୍କା କମାଉଥିବା ଅଭିଯୁକ୍ତମାନେ ଜାମିନ ଚାଲିଯାଇଥିବାବେଳେ ନିରୀହ କୁକୁଡ଼ା ଦୁଇଟିଙ୍କୁ ହାଜତରେ ରଖାଯାଇଛି। ଯେତେବେଳେ ପୁଲିସକୁ ଏ ବିଷୟରେ ପଚରାଯାଇଥିଲା, ସେତେବେଳେ ପୁଲିସ କହିଛି ଯେ ଦୁଇଟି କୁକୁଡ଼ାକୁ ଏହି ମାମଲାରେ ପ୍ରମାଣ ରୂପେ କୋର୍ଟରେ ହାଜର କରାଯିବ ଏବଂ କୋର୍ଟରେ ଶୁଣାଣି ପରେ ହିଁ କେବେ ଜେଲରୁ ମୁକ୍ତି ପାଇବେ ସେ ନେଇ ନିଷ୍ପତ୍ତି ନିଆଯିବ। ତେବେ ଖବର ଅନୁଯାୟୀ, ଏହି ଦୁଇଟି କୁକୁଡ଼ାଙ୍କୁ ଥାନା କର୍ମଚାରୀମାନେ ଖାଇବାକୁ ଦେଉଥିବାବେଳେ ଥାନାକୁ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ଦୁଇଟି କୁକୁଡ଼ା ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

Share Now:

Kalinga News Beuro

Next Post

ଗିରଫ୍ ହେଲେ ‘ଗନ୍ଦି ବାତ୍’ର ଅଭିନେତ୍ରୀ ଗେହେନା ବଶିଷ୍ଟ

Sun Feb 7 , 2021
ମହଙ୍ଗା ପଡିଲା ପର୍ଣ୍ଣ ଭିଡିଓ ସୁଟିଂ ମୁମ୍ୱାଇ: ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଏକତା କପୁରଙ୍କ ୱେବ୍ ସିରିଜ୍ ‘ଗନ୍ଦି ବାତ୍’ର ଅଭିନେତ୍ରୀ ଗେହାନା ବଶିଷ୍ଟଙ୍କୁ ଗିରଫ କରିଛି। ନିଜ ୱେବସାଇଟରେ ଅଶ୍ଳୀଳ ଭିଡିଓ ସୁଟ୍ କରି ଅପଲୋଡ୍ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ଆଜି ପୁଲିସ ଅଭିନେତ୍ରୀଙ୍କୁ କୋର୍ଟରେ ହାଜର କରିବ। ଏହି ମାମଲାରେ ପୁଲିସ କିଛି ମଡେଲ ଏବଂ ପାର୍ଶ୍ୱ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ […]
ଗିରଫ୍ ହେଲେ ‘ଗନ୍ଦି ବାତ୍’ର ଅଭିନେତ୍ରୀ ଗେହେନା ବଶିଷ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial