ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଇଡ୍‌କୋ ସିଜିଏମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଇଡ୍‌କୋ ସିଜିଏମ୍‌ ସରୋଜକାନ୍ତ ମହାନ୍ତି। ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଇଡ୍‌କୋ ସିଜିଏମ୍‌ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଥିବା ଜଣାଯାଇଛି। ଆଜି ଏକକାଳୀନ ୩ଟି ସ୍ଥାନରେ ଚଢ଼ଉ ଜାରି ରହିଛି।
ମଧ୍ୟାହ୍ନ ୧୨ଟାରୁ ୧୦ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ ଟିମ୍ ଭୁବନେଶ୍ବର, କଟକ ଓ ଯାଜପୁରରେ ଏକକାଳୀନ ଚଢ଼ଉଆରମ୍ଭ କରିଛି। ତେବେ ଚଢ଼ଉ ବେଳେ ସରୋଜକାନ୍ତ ମହାନ୍ତି ସହଯୋଗ କରୁ ନଥିବା କୁହାଯାଉଛି। ତେବେ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Share Now:

Kalinga News Beuro

Next Post

ତାଇୱାନ ସୀମାରେ ଚୀନର ଦାଦାଗିରି : ଅନୁପ୍ରବେଶ କଲେ ୮ ବିମାନ ଓ ୫ ଯୁଦ୍ଧ ଜାହାଜ

Tue Dec 26 , 2023
ତାଇଓ୍ଵାନ : ତାଇଓ୍ଵାନ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତାଇଓ୍ଵାନ ସରକାର କହିଛନ୍ତି ଯେ ଚୀନ୍ ତାଇୱାନ ଉପରେ କ୍ରମାଗତ ଭାବେ ନିଜର ହସ୍ତକ୍ଷେପ ବଢ଼ାଇଚାଲିଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଏନଡି) ସୂଚନା ଦେଇଛି ଯେ ସୋମବାର ଏବଂ ମଙ୍ଗଳବାର ତାଇୱାନ ସୀମାକୁ ୮ଟି ସାମରିକ ବିମାନ ଏବଂ ୫ଟି ନୌସେନା ଜାହାଜ ପଠାଇଥିଲା ଚୀନ। ଚୀନର ଏସବୁ ବିମାନ ଓ ଜାହାଜ ଉପରେ ନଜର ରଖିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial