ଯୋଡା଼ରେ ମର୍ମନ୍ତୁଦ ଦୁର୍ଘଟଣାରେ ଯୁବକ ମୃତ,ସ୍କୁଲ ଛାତ୍ରୀ ଗୁରୁତର : ଦୁର୍ଘଟଣାରେ ୨ଟି ବାଇକ୍‌ ଚୁରମାର

ଟ୍ରେଲର ଓଲଟି ଯୁବକ ମୃତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ରଣାଶାଳ ଘାଟି ଓଭର୍ ବ୍ରିଜ୍ ତଳେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏକ ୨୨ ଚକିଆ ଟ୍ରଲର ୫/୧୮ ସାଇଜର୍ (ଏନ୍ଏଲ୍ -୦୧ ଏଡି -୨୭୭୧) ଲୁହାପଥର ବୋଝେଇ କରି ବଡବିଲ ପଟୁ ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ରଣାଶାଳ ଘାଟି – ଡିଏଭି ସ୍କୁଲ ଜଙ୍କସନ ଓଭରବ୍ରିଜ ତଳେ ଓଲଟି ପଡିବା ସମୟରେ ଉକ୍ତ ସ୍ଥାନରେ ପୂର୍ବରୁ ଛିଡା ହୋଇଥିବା ବଡବିଲ ସେଣ୍ଟ୍ ମେରୀ ସ୍କୁଲର ଛାତ୍ରୀ ଶୃତି କ୍ରିଷ୍ଣା ଗୋପ ଓ ଯୋଡାର ଅଭିଷେକ ଗୁପ୍ତା ନାମକ ୨୫ ବର୍ଷର ଯୁବକଙ୍କ ଉପରେ ଓଲଟି ପଡିଥିଲା। ଟେଲର ଓଲଟି ପଡିବା ଯୋଗୁ ପାଖାପାଖି ୪୦ଟନ୍ ଲୁହାପଥର ଦୁଇଜଣଙ୍କ ଉପରେ ଢାଳି ହୋଇଯାଇଥିଲା, ଯାହାଫଳରେ ଅଭିଷେକ ଗୁପ୍ତା ଲୁହାପଥର ତଳେ ସଂପୂର୍ଣ୍ଣ ପୋତି ହୋଇଯାଇଥିବା ବେଳେ ଛାତ୍ରୀ ଜଣଙ୍କର ଅଣ୍ଟା ପାଖରୁ ପାଦଯାଏ ପୋତି ହୋଇଯାଇଥିଲା। ଏଥିସହିତ ଉକ୍ତ ସ୍ଥାନରେ ଥିବା ୨ଟି ବାଇକ (ଓଆର୍ ୧୪ଏଲ୍ ୨୯୨୨, ଓଡି ୦୯ ଜି ୩୫୨୩) ଭାଙ୍ଗି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି।
ଖବର ପାଇ ଯୋଡା ଥାନା ଆଇଆଇସି ଜୟନାରାୟଣ ଖଣ୍ଡାଇ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଟ୍ରେଲରଟିକୁ ଜେସିବି ସାହାଯ୍ୟରେ ଉଠାଇବା ସହିତ ଲୁହାପଥର ଗୁଡିକୁ ମେସିନ୍ ସାହାଯ୍ୟରେ ଆଡେଇ ପୋତି ହୋଇରହିଥିବା ଦୁଇଜଣଙ୍କୁ ଉଦ୍ଧାର କରି ତୁରନ୍ତ ଟାଟାଷ୍ଟିଲ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ଅଭିଷେକ ଗୁପ୍ତାଙ୍କୁ ମୃତ୍ୟୁ ଘୋଷଣା କରିଥିବାବେଳେ ଆହତ ହୋଇଥିବା ଛାତ୍ରୀଙ୍କର ଚିକିତ୍ସା ଜାରି ରଖିଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ଟ୍ରଲର ଚାଳକ କୌଶଳ କ୍ରମେ ଘଟଣା ସ୍ଥଳରୁ ଫେରର ହୋଇ ଯାଇଛି। ଆହତ ଛାତ୍ରୀ ଜଣଙ୍କ ଘର ଯୋଡା ପୌରପାଳିକା ଅନ୍ତର୍ଗତ ୨ ନମ୍ବର ୱାର୍ଡ ମୁଖାର୍ଜି ହାଟିଂର ହୋଇଥିବାବେଳେ ମୃତ ଅଭିଷେକ ଗୁପ୍ତାଙ୍କ ମୂଳ ଘର ରାଉରକେଲା ଅଞ୍ଚଳର ବୋଲି ଜଣାପଡିଛି। ମୃତ ଅଭିଷେକ ଯୋଡା ସ୍ଥିତ ଝୁମ୍ପୁଡ଼ି ହାଟିଂରେ ରହି ଏକ ପରିବହନ ସଂସ୍ଥାରେ କାର୍ଯ୍ୟ କରିଆସୁଥିଲେ। ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରଲର୍ ଓ ୩ଟି ମଟର ବାଇକ୍‌ ଜବତ୍ କରିବା ସହିତ ଅଧିକ ତଦନ୍ତ ଚଳାଇଛି।

Share Now:

Kalinga News Beuro

Next Post

ମାଓମୁକ୍ତ ହେଉଛି ବଣ୍ଡା ଘାଟି : ୭୦୦ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

Sat Sep 17 , 2022
ମାଥିଲି: ଭୁଶୁଡୁଛି ମାଓ ଦୁର୍ଗ, ମାଓମୁକ୍ତ ହେଉଛି ବଣ୍ଡା ଘାଟି। ବଣ୍ତା ଘାଟିରେ ମାଓବାଦୀଙ୍କ ପତିଆରା ମୂଳପୋଛ ହେବ। ମାଓ ସଂଗଠନର ଅତ୍ୟାଚାରରୁ ଅତିଷ୍ଠ ହୋଇ ହାତ ଛାଡ଼ିଛନ୍ତି ୭୦୦ ସମର୍ଥକ। ପୁଲିସ ପ୍ରଶାସନର ଘରବାହୁଡ଼ା କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟସ୍ରୋତରେ ଲେଉଟିଛନ୍ତି ୫ ଖଣ୍ତ ଗାଁ ଲୋକେ। ଆଜି ଅଣ୍ତ୍ରାହଲ ବିଏସ୍ଏଫ୍ କ୍ୟାମ୍ପ ପରିସରରେ ଡିଆଇଜି ରାଜେଶ ପଣ୍ତିତଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ବିକାଶ ଧାରାରେ ସାମିଲ […]
ମାଓମୁକ୍ତ ହେଉଛି ବଣ୍ଡା ଘାଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial