ମାଓମୁକ୍ତ ହେଉଛି ବଣ୍ଡା ଘାଟି : ୭୦୦ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଓମୁକ୍ତ ହେଉଛି ବଣ୍ଡା ଘାଟି

ମାଥିଲି: ଭୁଶୁଡୁଛି ମାଓ ଦୁର୍ଗ, ମାଓମୁକ୍ତ ହେଉଛି ବଣ୍ଡା ଘାଟି। ବଣ୍ତା ଘାଟିରେ ମାଓବାଦୀଙ୍କ ପତିଆରା ମୂଳପୋଛ ହେବ। ମାଓ ସଂଗଠନର ଅତ୍ୟାଚାରରୁ ଅତିଷ୍ଠ ହୋଇ ହାତ ଛାଡ଼ିଛନ୍ତି ୭୦୦ ସମର୍ଥକ। ପୁଲିସ ପ୍ରଶାସନର ଘରବାହୁଡ଼ା କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟସ୍ରୋତରେ ଲେଉଟିଛନ୍ତି ୫ ଖଣ୍ତ ଗାଁ ଲୋକେ। ଆଜି ଅଣ୍ତ୍ରାହଲ ବିଏସ୍ଏଫ୍ କ୍ୟାମ୍ପ ପରିସରରେ ଡିଆଇଜି ରାଜେଶ ପଣ୍ତିତଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ବିକାଶ ଧାରାରେ ସାମିଲ ହୋଇ ସରକାରଙ୍କ ସବୁ ଯୋଜନାରେ ସାମିଲ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ସହ ଅଞ୍ଚଳରୁ ମାଓବାଦୀଙ୍କୁ ତଡ଼ିବାକୁ ମାଓ ପୋଷାକରେ କୁଶପୂତ୍ତଳିକା ଦାହ କରିଛନ୍ତି ଅଞ୍ଚଳବାସୀ। ମାଲକାନଗିରି ଜିଲ୍ଲା ବଣ୍ତାଘାଟିର ଅଣ୍ତେଇପଦର, ବିଶୋୟୀଗୁଡା, ପାତ୍ରପୁଟ , ଖାଲଗୁଡା ଓ ଭୋଜଗୁଡା ଆଦି ଦୁର୍ଗମ ଗାଁର ଲୋକେ ମାଓ ସଂଗଠନରୁ ହାତ ଛାଡ଼ିଛନ୍ତି। ଜିଲା ପୁଲିସ ଓ ବିଏସ୍ଏଫ୍ ତରଫରୁ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଗ୍ରାମବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି।

Share Now:

Kalinga News Beuro

Next Post

କେରଳରେ ବୁଲା କୁକୁର ଆତଙ୍କ : ଏୟାର୍‌ ଗନ୍‌ ଧରି ପିଲାଙ୍କୁ ମଦ୍ରାସା ନେଇ ଯାଉଛନ୍ତି କେରଳୀ ବ୍ୟକ୍ତି

Sat Sep 17 , 2022
କୋଝିକୋଡ୍‌: କେରଳର ରାଜ୍ୟରେ ବୁଲା କୁକୁର ଆତଙ୍କ ପରିସ୍ଥିତିରେ ଜଣେ ବ୍ୟକ୍ତି ଗୁଳିଭରା ଏୟାର୍‌ ଗନ୍‌ ଧରି ତାଙ୍କ ଝିଅ ଏବଂ ଅନ୍ୟ ପିଲାମାନଙ୍କୁ କସାରାଗୋଡ୍‌ସ୍ଥିତ ମଦ୍ରାସାକୁ ବାଟ କଢ଼େଇ ନେଉଥିବା ଏକ ଭିଡିଓରେ ଦେଖାଯାଉଛି। ଭିଡିଓ ଦୃଶ୍ୟରେ ଦେଖାଯାଉଛି, ପାଲ୍ଲିକେରେ ପଞ୍ଚାୟତ ଅନ୍ତର୍ଗତ ବେକାଲ୍‌ ଅଞ୍ଚଳର ହାଦାଦା ନଗରବାସୀ ସମୀର ଟି. ତାଙ୍କ ୯ ବର୍ଷୀୟ ରିଫା ସୁଲ୍‌ତାନାଙ୍କ ସମେତ ଅନ୍ୟ ପିଲାମାନଙ୍କ ଆଗରେ ଏୟାର୍‌ଗନ୍‌ ଧରି ଚାଲିଛନ୍ତି। […]
କେରଳରେ ବୁଲା କୁକୁର ଆତଙ୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial