ଲଗାଣ ବର୍ଷାରେ ୩ ବଖରା କଚ୍ଚାଘର ଭୁଶୁଡ଼ିଲା : ଦୁଇ ଛେଳି ମୃତ , ୨ ଗୁରୁତର

୩ ବଖରା କଚ୍ଚାଘର ଭୁଶୁଡ଼ିଲା

ଧଉଳି : ଲଗାଣ ବର୍ଷାରେ ଭୁବନେଶ୍ବର ବ୍ଲକ ଅଧୀନ ଶିଶୁପାଳଗଡ଼ ଗ୍ରାମ ମଙ୍ଗଳା ସାହିର ଗୁନ କାଣ୍ଡି ପ୍ରଭାବିତ ହୋଇଛନ୍ତି। ତାଙ୍କର ୩ ବଖରା କଚ୍ଚାଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।ଗୁନଙ୍କର ଦୁଇବଖରା ଚଳଣି ମାଟିଘର ସହିତ ଆଉ ବଖରାଏ ଗୁହାଳ ଭାଙ୍ଗିଯାଇଛି। ବର୍ଷାରେ ଭିଜିଯାଇଥିବା ଗୁହାଳ ଘର ମାଟିକାନ୍ଥ ଆଜି ଭୋର ସମୟରେ ହଠାତ ଭୁଶୁଡ଼ି ପଡ଼ିବାରୁ ଦୁଇଟି ଛେଳିଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଦୁଇଟି ଛେଳି ଗୁରୁତର ଆହତ ହୋଇଛନ୍ତି।ଖବର ପାଇ ଶିଶୁପାଳଗଡ଼ ସରପଞ୍ଚ ଇତିଶ୍ରୀ ଚମ୍ପତ୍ତି ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ। ଅନ୍ୟପକ୍ଷରେ କାନ୍ଥ ଭୁଶୁଡ଼ିପଡ଼ିବା ଆଶଙ୍କାରେ ପଡ଼ୋଶୀ ଘରେ ରହୁଥିବା ଗୁନ ଏହି ଅଘଟଣରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ।ସୂଚନା ଅନୁଯାୟୀ ଗୁନ ଜଣେ ଦାରିଦ୍ର୍ୟ ସୀମାରେଖା ତଳେଥିବା ମହିଳା ଏବଂ ସେ ଛେଳି ଚରାଇ ପରିବାର ପ୍ରତିପୋଷଣ କରନ୍ତି। ହେଲେ ତାଙ୍କୁ ଏଯାଏ ସରକାରଙ୍କ ପକ୍କାଘର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ବ୍ଲକ ଏବଂ ପଞ୍ଚାୟତ ଜନପ୍ରତିନିଧି ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Share Now:

Kalinga News Beuro

Next Post

ମାଷ୍ଟରକ୍ୟାଣ୍ଟିନ୍‌ରେ ଅଟୋଚାଳକଙ୍କ ତୁମୁଳକାଣ୍ଡ: କାର୍ ଚାଳକଙ୍କୁ ଟାଣି ଆଣି ପିଟିଲେ

Wed Nov 17 , 2021
ଦେଢ଼ ଘଣ୍ଟା ଅଟକିଗଲା ସ୍ମାର୍ଟ ଜନପଥ ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଅଟୋଷ୍ଟାଣ୍ଡ ଉଚ୍ଛେଦକୁ ବିରୋଧ କରି ଆଜି ଶତାଧିକ ଅଟୋଚାଳକ ହଙ୍ଗାମା ସୃଷ୍ଟି କରିଥିଲେ। ମାଷ୍ଟରକ୍ୟାଣ୍ଟିନ ଗୋଲେଇ ଛକରେ ଶହଶହ ଅଟୋ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ପ୍ରାୟ ଦେଢ଼ ଘଣ୍ଟା କାଳ ଉକ୍ତ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। ସ୍ମାର୍ଟ ଜନପଥର ଏହି ସମ୍ବେଦନଶୀଳ ତଥା ଜନଗହଳିପୂର୍ଣ୍ଣ ଛକରେ ଅଟୋଚାଳକମାନେ ଘଣ୍ଟା ଘଣ୍ଟା ଧରି ହଜାର ହଜାର […]
ମାଷ୍ଟରକ୍ୟାଣ୍ଟିନ୍‌ରେ ଅଟୋଚାଳକଙ୍କ ତୁମୁଳକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial