ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ରାଜ୍ୟପାଳ

ନାବାଳକ ଓ ବାସ୍କେଟ୍‌ ବଲ୍‌ ଖେଳାଳିଙ୍କ ଚିକିତ୍ସା ପାଇଁ ଦେଲେ ଆର୍ଥିକ ସହାୟତା

କଟକ: ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ଚଣ୍ଡୀମନ୍ଦିରରେ ଦୀପଦାନ କରିିଛନ୍ତି। ଆଜି ନବରାତ୍ରର ପ୍ରଥମ ଦିନ ଅବସରରେ ମହାମହିମ ଶ୍ରୀ ଦାସ କଟକ ଚଣ୍ଡୀଙ୍କ ଦର୍ଶନ କରିବାର ସହିତ ଆଶୀର୍ବାଦ ନେଇଛନ୍ତି। କଟକ ଚଣ୍ଡୀଙ୍କ ଦର୍ଶନ ପରେ ସେଠାରୁ ଫେରିବା ବାଟରେ କଟକ ସିଡିଏ ସେକ୍ଟର-୭ର ଚନ୍ଦନା ଚୌଧୁରୀ ରାଜ୍ୟପାଳଙ୍କୁ ଭେଟିଥିଲେ। ଚନ୍ଦନାଙ୍କ ନାବାଳକ ପୁଅର ଜେନେଟିକ୍ ଚିକିତ୍ସା ପାଇଁ ଅର୍ଥାଭାବ କଥା ରାଜ୍ୟପାଳଙ୍କୁ ଜଣାଇଥିଲେ। ରାଜ୍ୟପାଳ ତୁରନ୍ତ ତାଙ୍କୁ ଆର୍ଥିକ ସହଯୋଗ କରିଥିଲେ। ସେହିଭଳି ବାସ୍କେଟ୍ ବଲ୍ ଖେଳାଳି ପାୟଲ ପରିଡାଙ୍କୁ ପାଖକୁ ଡାକି ଅର୍ଥରାଶି ସହଯୋଗ କରିଥିଲେ।

Share Now:

Kalinga News Beuro

Next Post

ଚର୍ଚ୍ଚାରେ ଦିଲୀପ ତିର୍କୀ : ଧାଡ଼ିରେ ଆସି ଡାକ୍ତରଙ୍କୁ ଦେଖାଇ ଔଷଧ ନେଲେ

Wed Apr 10 , 2024
ସୁନ୍ଦରଗଡ଼: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୀତି ସରଗରମ ହୋଇଛି। ସବୁ ପ୍ରାର୍ଥୀ ପ୍ରଚାର ମଇଦାନରେ। ହେଲେ ଆଜି କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀ ଡାକ୍ତର ଦିଲୀପ ତିର୍କୀଙ୍କ ପ୍ରଚାରରେ। ଟାଣ ଖରାରେ ପ୍ରଚାର କରି ସାମାନ୍ୟ ଅସୁସ୍ଥତା ଅନୁଭବ କଲା ପରେ ଆଜି ଦିଲୀପ ତିର୍କୀ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚି ଆଉଟ୍ ଡୋରରେ ଚିକିତ୍ସା କରାଇଥିଲେ।ଡାକ୍ତର ଚିକିତ୍ସା ପରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial