ଚର୍ଚ୍ଚାରେ ଦିଲୀପ ତିର୍କୀ : ଧାଡ଼ିରେ ଆସି ଡାକ୍ତରଙ୍କୁ ଦେଖାଇ ଔଷଧ ନେଲେ

ସୁନ୍ଦରଗଡ଼: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୀତି ସରଗରମ ହୋଇଛି। ସବୁ ପ୍ରାର୍ଥୀ ପ୍ରଚାର ମଇଦାନରେ। ହେଲେ ଆଜି କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀ ଡାକ୍ତର ଦିଲୀପ ତିର୍କୀଙ୍କ ପ୍ରଚାରରେ। ଟାଣ ଖରାରେ ପ୍ରଚାର କରି ସାମାନ୍ୟ ଅସୁସ୍ଥତା ଅନୁଭବ କଲା ପରେ ଆଜି ଦିଲୀପ ତିର୍କୀ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚି ଆଉଟ୍ ଡୋରରେ ଚିକିତ୍ସା କରାଇଥିଲେ।
ଡାକ୍ତର ଚିକିତ୍ସା ପରେ ତାଙ୍କୁ କିଛି ଔଷଧ ଲେଖିଥିଲେ। ଔଷଧ ପ୍ରେସକ୍ରିପସନ ନେଇ ଔଷଧ ବିତରଣ କେନ୍ଦ୍ରକୁ ଯାଇ ଧାଡ଼ିରେ ରୋଗୀଙ୍କ ସହିତ ଛିଡ଼ା ହୋଇ ଔଷଧ ନେଇଥିଲେ। ତା ସହିତ ମେଡିକାଲରେ ସ୍ଥିତି ଅନୁଧ୍ୟାନ କରିଥିଲେ। ମେଡିକାଲକୁ ଆସିଥିବା ରୋଗୀଙ୍କ ସହ ରାଜ୍ୟ ସରକାର ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ମିଳୁଛି ନା ନାହିଁ ପଚାରି ବୁଝିଥିଲେ। ୫ଟି ଉପକ୍ରମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ପରିବର୍ତ୍ତନ କରଯାଇଛି। ଭିତ୍ତିଭୂମିର ବିକାଶ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ପଡ଼ୋଶୀ ଛଟିଶଗଡ଼ ଏବଂ ଝାଡ଼ଖଣ୍ଡର ରୋଗୀ ମଧ୍ୟ ଉପକୃତ ହେଉଛନ୍ତି। ସେହି ଦୃଷ୍ଟିକୋଣରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି କରାଯାଇ ମାଗଣା ଚିକିତ୍ସା ଓ ଔଷଧ ବ୍ୟବସ୍ଥା କରାଯାଇଛି।

Share Now:

Kalinga News Beuro

Next Post

ରାୟବ‌ରେଲିରେ ପ୍ରିୟଙ୍କାଙ୍କ ସହ ଲଢ଼ିବେ ଅପର୍ଣ୍ଣା ଯାଦବ

Wed Apr 10 , 2024
ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ପ୍ରଚାର ମଧ୍ୟ ଜୋରସୋର୍‌ରେ କରୁଛନ୍ତି। ବିଭିନ୍ନ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ତେବେ ରାଜନୈତିକ ରଣନୀତି କାରଣରୁ କେତେକ ଆସନରେ ପ୍ରାର୍ଥୀ ଘୋଷଣା‌ କରାଯାଇ ପାରି ନାହିଁ। ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନରେ କୌଣସି ଦଳ ପକ୍ଷରୁ ନିଜ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ଦଳଙ୍କ ମଧ୍ୟରେ ଏନେଇ ଛକାପଞ୍ଝା ଜାରି ରହିଛି।ଇତି ମଧ୍ୟରେ ମୁଲାୟମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial