ନେତାଙ୍କ ପାଇଁ ସମର୍ଥକ : ମୋକିମ ଓ ଚିରଞ୍ଜୀବଙ୍କୁ ନିଲମ୍ବନ ପରେ ଜୋର ଧରିଲା କଂଗ୍ରେସ ରାଜନୀତି

ନେତାଙ୍କ ପାଇଁ ବାହାରିଲେ ସମର୍ଥକ

ଭୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ ପରେ ଜୋର ଧରିଛି କଂଗ୍ରେସ ରାଜନୀତି। ଆଜି ସାମ୍ବାଦିକ ସମ୍ମିଳନୀ କରି ନିଲମ୍ବନ ଉଠାଇବାକୁ ଦାବି କରିଛନ୍ତି ମୋକିମ ଓ ଚିରଞ୍ଜୀବଙ୍କ ସମର୍ଥକ। କଂଗ୍ରେସର ପୂର୍ବତନ ମୁଖପାତ୍ର ଗୋବିନ୍ଦ ଭୂୟାଁ କହିଛନ୍ତି ଯେ ଅନ୍ୟ ରାଜ୍ୟରେ କଂଗ୍ରେସ ବଢୁଥିବା ବେଳେ ଓଡିଶାରେ କଂଗ୍ରେସ ଖସି ଖସି ଚାଲିଛି। ଓଡିଶାରେ କଂଗ୍ରେସକୁ ମଜଭୂତ କରିବାରେ ମୋକିମଙ୍କ ଭୂମିକା ରହିଛି। ଚିରଞ୍ଜୀବ ମଧ୍ୟ ଦୁଇ ଥର ନିର୍ବାଚନ ଜିତି ବିଧାନସଭାରେ ପ୍ରତିନିଧିତ୍ଵ କରିଛନ୍ତି। ବିନା କାରଣରେ ପିସିସି ସଭାପତି ଶରତ ପଟ୍ଟନାୟକ ଦୁଇ ନେତାଙ୍କୁ ନିଲମ୍ବନ ପାଇଁ ଏଆଇସିସି କୁ ସୁପାରିଶ କରିଛନ୍ତି ଯାହା ଆମକୁ ମର୍ମାହତ କରିଛି। କଂଗ୍ରେସ ପାଇଁ ବିଜେଡିକୁ ପରାହତ କରିବା ପାଇଁ ସୁଯୋଗ ଥିଲେ ମଧ୍ୟ ଆଜି କଂଗ୍ରେସ ଅସମର୍ଥ। କଂଗ୍ରେସର ଅନେକ କର୍ମୀ ଓ ସମର୍ଥକ ସେ ଦିନ ବୈଠକରେ ଉପସ୍ଥିତ ଥିଲେ। ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ ଦିଆଯାଇଥିଲା।
ଦଳର ଦୁର୍ବଳ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଥିଲା ହେଲେ ତାହା ଦଳ ବିରୋଧୀ ନୁହେଁ। ଦୁଇ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଆମେ ଦାବି କରୁଛୁ। ନିଲମ୍ବନ ପ୍ରତ୍ୟାହାର ନ କଲେ ଆଗକୁ ଏହା ଦଳ ପାଇଁ ଆତ୍ମଘାତି ହେବ। ଅନ୍ୟପଟେ ପୂର୍ବତନ ଉପସଭାପତି ସାବିତ୍ରୀ ଚୌଧୁରୀ କହିଛନ୍ତି ଯେ ଶୃଙ୍ଖଳା କମିଟିରେ ଆଲୋଚନା ହୋଇନି। କେବଳ ରାଉରକେଲାରେ ହୋଇଥିବା ଗଣ୍ଡଗୋଳ ଓ ଝାରସୁଗୁଡାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ବିଷୟରେ ଆଲୋଚନା ହୋଇଥିଲା। ମୋକିମ ଓ ଚିରଞ୍ଜୀବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶୃଙ୍ଖଳା କମିଟି ସୁପାରିଶ କରିନଥିଲା। ସେହିପରି କଂଗ୍ରେସ ନେତ୍ରୀ ଗିରିବାଳା ବେହେରା କହିଛନ୍ତି ଯେ ଜୟଦେବ ଭବନରେ ଦଳ ବିରୋଧୀ କିଛି ଆଲୋଚନା ହୋଇନଥିଲା। ବିନା ମୋକିମରେ କଟକରେ କଂଗ୍ରେସକୁ ମହଙ୍ଗା ପଡିବ। ମୋକିମଙ୍କ ପାଇଁ ୪୦ ବର୍ଷ ପରେ କଟକକୁ କଂଗ୍ରେସ ଆସିଥିଲା। ସମସ୍ତ ମହାନଗରରେ କଂଗ୍ରେସ ଶୂନ ଥିବା ବେଳେ ଚଳିତ ନିର୍ବାଚନରେ କଟକରେ ମୋକିମଙ୍କ ଯୋଗୁଁ କଂଗ୍ରେସର ୧୦ ଜଣ କର୍ପୋରେଟର ଜିତିକି ଆସିଥିଲେ।

Share Now:

Kalinga News Beuro

Next Post

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Thu Jul 20 , 2023
ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଭଲ ଭାବେ ଚିହ୍ନିତ ହେବାର […]
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial