ବିରୋଧୀ ଦଳ ଆସନରେ ବସିବେ ମୁକୁଲ ରାୟ

ବିରୋଧୀ ଦଳ ଆସନରେ ବସିବେ ମୁକୁଲ ରାୟ

କୋଲକାତା: ବିଜେପି ଛାଡି ତୃଣମୂଳ କଂଗ୍ରେସକୁ ଫେରିବା ସତ୍ୱେ ମୁକୁଲ ରାୟ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଙ୍କ ଆସନରେ ବସିବେ। ବିଜେପି ଛାଡିବା ପରେ ମଧ୍ୟ ସେ ଆସନ ବଦଳାଇବା ପାଇଁ କୌଣସି ଆବେଦନ କରିନାହାଁନ୍ତି, ଫଳସ୍ୱରୂପ ତାଙ୍କୁ ବିରୋଧୀ ଦଳର ଆସନ ବଣ୍ଟନ କରାଯାଇଛି। ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଯେ ଦଳ ବିରୋଧୀ ଆଇନରୁ ବଞ୍ଚିବା ପାଇଁ ମୁକୁଲ ଏହି ରଣନୀତି ଆପଣେଇଛନ୍ତି। ସୂଚନାଯୋଗ୍ୟ, ମୁକୁଲ ପ୍ରଥମ ଥର ପାଇଁ ଜଣେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସେ କୃଷ୍ଣନଗର ଉତ୍ତର ଆସନରୁ ବିଜେପି ଟିକେଟ୍ ରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତଥା ପ୍ରସିଦ୍ଧ ବଙ୍ଗୀୟ ଚଳଚ୍ଚିତ୍ର ଅଭିନେତ୍ରୀ କୌଶାନୀ ମୁଖାର୍ଜୀଙ୍କୁ ପରାସ୍ତ କରିଛନ୍ତି। ମୁକୁଲ ପ୍ରଥମ ଥର ପାଇଁ ଜଣେ ବିଧାୟକ ହୋଇଛନ୍ତି, ତେଣୁ ବିଧାନସଭାର ଆଗାମୀ ଅଧିବେଶନରେ ତାଙ୍କ ଆସନକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା। ପରେ ସେ ତୃଣମୂଳ କଂଗ୍ରେସକୁ ଫେରିଥିଲେ। ମୁକୁଲଙ୍କୁ ବିରୋଧୀ ଦଳର ଆସନ ବଣ୍ଟନ ପଛରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଯେ ସେ ବିଜେପିର ସମ୍ମତି ଏବଂ ସମର୍ଥନ ବିନା ବିଧାନସଭାର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ର ସଦସ୍ୟ ହୋଇଛନ୍ତି। ଯଦି ସବୁକିଛି ତୃଣମୂଳ କଂଗ୍ରେସର ଯୋଜନା ଅନୁଯାୟୀ ହୁଏ, ତେବେ ସେ ମଧ୍ୟ ପିଏସିର ଚେୟାରମ୍ୟାନ୍ ହୋଇପାରିବେ। ତେବେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ମୁକୁଲଙ୍କ ବିଧାୟକ ସଦସ୍ୟତା ବାତିଲ କରିବାକୁ ଆବେଦନ କରିଛନ୍ତି ଓ ଚୂଡ଼ାନ୍ତ ନିଷ୍ପତ୍ତି ବାଚସ୍ପତି ବିମାନ ବାନାର୍ଜୀ ନେବେ।

Share Now:

Kalinga News Beuro

Next Post

୧୦ ଜିଲ୍ଲାରେ ଖୋଲିବ ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ: ସ୍ୱାସ୍ଥ୍ୟମନ୍ତ୍ରୀ

Mon Jun 28 , 2021
ଭୁବନେଶ୍ବର: ରାଜ୍ୟରେ ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ସେ କହିଛନ୍ତି, ୧୦ଟି ଜିଲ୍ଲାରେ ଏହି କଲେଜ ଖୋଲିବାକୁ ଯୋଜନା କରିଛନ୍ତି ସରକାର। ପ୍ରତି କଲେଜରେ ୬୦ଟି ଲେଖାଏଁ ସିଟ ରହିବ। ମୟୁରଭଞ୍ଜ, ବଲାଙ୍ଗୀର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଏହି କଲେଜ ଖୋଲିବାକୁ ପ୍ରସ୍ତାବ ରହିଛି। ଏହା ବାଦ ତିନିଟି […]
୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial