ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଗତି କରୁଛି ଡିପ୍-ଡିପ୍ରେସନ: ଧୀମା ଗତି ଯୋଗୁଁ ଅଧିକ ଶକ୍ତିଶାଳୀ ହେଉଛି : ସ୍କାଏମେଟ୍

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବା ଡିପ୍ରେସନ ଇତି ମଧ୍ୟରେ ଏର ଗଭୀର ଅବପାତ ବା ଡିପ୍ ଡିପ୍ରେସନରେ ପରିଣତ ହୋଇସାରିଛି। ଏହା ସମ୍ଭାବ୍ୟ ବାତ୍ୟାଠାରୁ ଆଉ ମାତ୍ର ଏକ ପାଦ ଦୂରରେ ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ଏହି ଡିପ୍-ଡିପ୍ରେସନ ଏବେ ଘଣ୍ଟା ପ୍ରତି ମାତ୍ର ୩ କିଲୋମିଟର ବେଗରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ସ୍ଥଳଭାଗ ଅଭିମୁଖେ ଗତି କରୁଛି। ଏହାର ଏହି ଧୀମା ଗତି ପାଣିପାଗ ବିଶେଷଜ୍ଞମାନଙ୍କ ଚିନ୍ତା ବଢାଇଦେଇଛି। ସମୁଦ୍ର ମଧ୍ୟରେ ଅଧିକ ସମୟ ରହୁଥିବାରୁ ଏହାର ଶକ୍ତି ବଢିଚାଲିଛି ଓ ଏହା ବାତ୍ୟା ହେବାଠାରୁ ଆଉ ମାତ୍ର ଗୋଟିଏ ପାଦ ପଛରେ ରହିଛି। ଏପରି ଧୀମା ଗତି ଜାରି ରହିଲେ ବାତ୍ୟା ହେବା ଆଶଙ୍କା ଅମୂଳକ ନୁହେଁ ବୋଲି ସ୍କାଏମେଟ୍ କହିଛି। ତେବେ ଏହି ଡିପ୍-ଡିପ୍ରେସନର ପ୍ରଭାବ ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶ ଉପରେ ଅଧିକ ପଡ଼ିବ। ଏହା ୧୩ ତାରିଖ ସକାଳେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ପରେ ଏହା ଦୂର୍ବଳ ହୋଇ ଏକ ଡିପ୍ରେସନ ଓ ତା’ପରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ଏବେଠାରୁ ବର୍ଷା ଆରମ୍ଭ ହୋଇଗଲାଣି। ସ୍ଥଳଭାଗ ଛୁଇଁବାବେଳକୁ ପବନର ଗତି ଘଣ୍ଟା ପ୍ରତି ୭୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ଏହାର ପ୍ରଭାବ ଆନ୍ଧ୍ରପ୍ରଦେଶର ପୂର୍ବ ଓ ପଶ୍ଚିମ ଗୋଦାବରୀ, ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ଓ କାକିନାଡ଼ା ଜିଲ୍ଲା ଉପରେ ଅଧିକ ପଡ଼ିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ-ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ୍ କହିଛି।

Share Now:

Kalinga News Beuro

Next Post

ରାଜଧାନୀରୁ ଆଉ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ

Mon Oct 12 , 2020
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୮, ଲୋକାଲ କେସ୍ ୨୦୩ ରହିଛନ୍ତି। ରସୁଲଗଡ଼ରୁ ୧୦, ବରମୁଣ୍ଡା ଓ ଆଇଆରସି ଭିଲେଜରୁ ୯, ନୟାପଲ୍ଲୀ ଓ ଭିଏସ୍ଏସ୍ ନଗରରୁ ୮, ପାତ୍ରପଡ଼ାରୁ ୭, ସୁନ୍ଦରପଦା ଓ ଖଣ୍ଡଗିରିରୁ ୬ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ଆଉ ୩୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍‌ […]
ଭୁବନେଶ୍ୱରରୁ ଆଉ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial