ରାଜଧାନୀରୁ ଆଉ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରୁ ଆଉ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୮, ଲୋକାଲ କେସ୍ ୨୦୩ ରହିଛନ୍ତି। ରସୁଲଗଡ଼ରୁ ୧୦, ବରମୁଣ୍ଡା ଓ ଆଇଆରସି ଭିଲେଜରୁ ୯, ନୟାପଲ୍ଲୀ ଓ ଭିଏସ୍ଏସ୍ ନଗରରୁ ୮, ପାତ୍ରପଡ଼ାରୁ ୭, ସୁନ୍ଦରପଦା ଓ ଖଣ୍ଡଗିରିରୁ ୬ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ଆଉ ୩୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ।

Share Now:

Kalinga News Beuro

Next Post

୧୭ରୁ ମା’ ବିରଜାଙ୍କ ରଥଯାତ୍ରା: ଜାରି ହେବ ୧୪୪ ଧାରା

Mon Oct 12 , 2020
ଭୁବନେଶ୍ୱର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ନିର୍ଘଣ୍ଟ ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନ ହେବ। ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ୧୪୪ ଧାରା ଜାରି ହେବ। ରଥଯାତ୍ରା ପୂର୍ବରୁ ସେବାୟତମାନଙ୍କର କୋଭିଡ଼ ଟେଷ୍ଟ କରାଯିବ। ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ପାଇଁ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ବିରଜାରେ ରଥଯାତ୍ରା କରିବା […]
୧୭ରୁ ମା’ ବିରଜାଙ୍କ ରଥଯାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial