ନିୟମ ରାଜା ଉପରେ ବିଶ୍ଵାସ: କୋଭିଡ୍ ଟେଷ୍ଟିଂକୁ କଲେ ବିରୋଧ

ନିୟମ ରାଜା ଉପରେ ବିଶ୍ଵାସ

ରାୟଗଡ଼ା: ଆମେ ନିୟମ ରଜାଙ୍କୁ ପୂଜା କରୁଛୁ। ଆମର କିଛି ହେବ ନାହିଁ। କିଛି ଏମିତି ଢଙ୍ଗରେ କହି କରୋନା ଟେଷ୍ଟିଂକୁ ବିରୋଧ କରିଛନ୍ତି କନ୍ଧ ସମାଜର ଲୋକେ। ଏହା ତ ହେବା ସ୍ୱାଭାବିକ, କାହିଁକିନା କରୋନା କଣ ଏମାନଙ୍କୁ ଅଜଣା। ମହାମାରୀ ଏମାନଙ୍କ ପାଇଁ ଶବ୍ଦରେ ହିଁ ସୀମିତ। କେବଳ ଲୋକେ ନୁହଁନ୍ତି, ବରଂ ଗାଁ ସରପଞ୍ଚ ମଧ୍ୟ ନିୟମ ରାଜାଙ୍କ ଉପରେ ସବୁକିଛି ଛାଡି ଦେଇ କୋଭିଡ୍ ଟେଷ୍ଟିଂ କରିବାକୁ ରୋକଠୋକ ମନା କରିଦେଇଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ। ବିଭିନ୍ନ ଜିଲ୍ଲାରେ କରୋନା ଟେଷ୍ଟିଂ କରିବାକୁ ହେଲେ ଲାଇନ୍ ଲଗାଇ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। କିନ୍ତୁ ଆଦିବାସୀ ଅଞ୍ଚଳରେ ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ। ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମାଜର ଲୋକେ କରୋନା ଟେଷ୍ଟକୁ ବିରୋଧ କରୁଛନ୍ତି। ଆମେ ନିୟମ ରଜାଙ୍କୁ ପୂଜା କରୁଛୁ ଆମର କିଛି ହେବ ନାହିଁ। ଏକଥା କହି ଟେଷ୍ଟକୁ ବିରୋଧ କରୁଛନ୍ତି। ଏନେଇ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ସକକା ଲଦ କହିଛନ୍ତି ଯେ, ନିୟମ ରଜାଙ୍କୁ ପୂଜା କରୁଥିବାରୁ ସେମାନଙ୍କର କିଛି ହେବ ନାହିଁ।
ଗତକାଲି ନିୟମଗିରି ପାହାଡ଼ ତଳେ ଥିବା ପରସାଲିରେ ପ୍ରଶାସନ ପକ୍ଷରୁ କରୋନା ଟେଷ୍ଟ ହେବାର ଥିଲା। ଏଥିଲାଗି ଗାଁରେ ଟିମ୍ ପହଞ୍ଚିଥିଲେ ବି କନ୍ଧ ସମାଜର ଲୋକେ ତାଙ୍କୁ ସହଯୋଗ କରିନଥିଲେ। ଟିମରେ ଥିବା କଲ୍ୟାଣସିଂହପୁର ବିଡିଓ କହିଛନ୍ତି, ଏନେଇ ଲୋକଙ୍କୁ ବୁଝାସୁଝା କରାଯାଉଛି।

Share Now:

Kalinga News Beuro

Next Post

ପଶ୍ଚିମ ବଙ୍ଗରେ ପୁଣି ହାଇଡ୍ରାମା : ୨ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ

Tue May 18 , 2021
ପ୍ରତିବାଦ ଜଣାଇଲେ ମମତା,ଶେଷରେ ମନ୍ତ୍ରୀଙ୍କୁ ମିଳିଲା ଜାମିନ କୋଲକାତା : ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ସରଗରମ ଥିବା ବେଳେ କୋଲକାତାରେ ସୋମବାର ଆଉ ଏକ ନାଟକୀୟ ପରିସ୍ଥିତି ଦେଖିବାକୁ ମିଳିଛି। ସିବିଆଇ ଅଧିକାରୀମାନେ ଆଜି ସକାଳେ କେନ୍ଦ୍ରୀୟ ଫୋର୍ସ ଧରି ମମତା ବାନାର୍ଜୀଙ୍କ ଦୁଇ ଜଣ ମନ୍ତ୍ରୀଙ୍କ ସମେତ ୪ ଜଣ ନେତାଙ୍କୁ ଗିରଫ କରିବାରୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ […]
ପଶ୍ଚିମ ବଙ୍ଗରେ ପୁଣି ହାଇଡ୍ରାମା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial